Advertisment

ରିଚାଙ୍କ ପ୍ରଶ୍ନ- ବିଶ୍ୱର ସବୁ ନେତା ଡରୁଆ କି?

ମୁମ୍ବାଇ: ଗୋଟେପଟେ କରୋନା ସଂକଟ ଓ ଅନ୍ୟପଟେ ଗଲୱାନ୍ ଘାଟିରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ। ଏହାକୁ ନେଇ ସାରା ଦେଶ ଚୀନ୍‌କୁ ତୀବ୍ର ସମାଲୋଚନା କରୁଥିବା ବେଳେ ଅଭିନେତ୍ରୀ ରିଚା ଚଢ଼ା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସେ ସୋଶାଲ୍ ମିଡିଆରେ ଚୀନ୍ ବିରୋଧରେ ଲେଖିଛନ୍ତି ଓ ତା’ ସହିତ ବିଶ୍ୱର ବଡ଼ ବଡ଼ ନେତାମାନଙ୍କୁ ସମାଲୋଚନା କରିଛନ୍ତି। ଚୀନ ବିରୋଧରେ ବିଶ୍ୱର ବଡ଼ ବଡ଼ ନେତାଏ କାହିଁକି ମୁହଁ ଖୋଲୁ ନାହାନ୍ତି ବୋଲି ସେ […]

ଅଦ୍ୟତନ ହୋଇଛି
ରିଚାଙ୍କ ପ୍ରଶ୍ନ- ବିଶ୍ୱର ସବୁ ନେତା ଡରୁଆ କି?

richha

Advertisment

ମୁମ୍ବାଇ: ଗୋଟେପଟେ କରୋନା ସଂକଟ ଓ ଅନ୍ୟପଟେ ଗଲୱାନ୍ ଘାଟିରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ। ଏହାକୁ ନେଇ ସାରା ଦେଶ ଚୀନ୍‌କୁ ତୀବ୍ର ସମାଲୋଚନା କରୁଥିବା ବେଳେ ଅଭିନେତ୍ରୀ ରିଚା ଚଢ଼ା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସେ ସୋଶାଲ୍ ମିଡିଆରେ ଚୀନ୍ ବିରୋଧରେ ଲେଖିଛନ୍ତି ଓ ତା’ ସହିତ ବିଶ୍ୱର ବଡ଼ ବଡ଼ ନେତାମାନଙ୍କୁ ସମାଲୋଚନା କରିଛନ୍ତି। ଚୀନ ବିରୋଧରେ ବିଶ୍ୱର ବଡ଼ ବଡ଼ ନେତାଏ କାହିଁକି ମୁହଁ ଖୋଲୁ ନାହାନ୍ତି ବୋଲି ସେ ପଚାରିଛନ୍ତି। ତା’ ସହିତ ସେମାନେ ଚୀନକୁ ସମସ୍ତେ ଡରୁଛନ୍ତି କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି।

Advertisment

https://twitter.com/RichaChadha/status/1274199349552128000?s=20

ରିଚା ଟ୍ୱିଟ୍ କରି ଲେଖିଛନ୍ତି, ‘ଏକ ଦେଶ ଯୋଗୁ ସମଗ୍ର ବିଶ୍ୱରେ ଏକ ପ୍ରାଣଘାତୀ ରୋଗ ମାଡ଼ି ଚାଲିଛି, ଲକ୍ଷ ଲକ୍ଷ ଜୀବନ ଯାଉଛି, ସମଗ୍ର ବିଶ୍ୱର ଅର୍ଥନୀତିକୁ ଦୋହଲାଇ ଦେଇଛି, ରାତାରାତି ଅନେକ ୟୁରୋପୀୟ କମ୍ପାନୀର ଶେଆର୍ କିଣି ନେଉଛି, ଗଲୱାନରେ ଆମର ସୈନିକମାନଙ୍କୁ ହତ୍ୟା କରୁଛି ଓ ଆମକୁ ଦ୍ୱିତୀୟ ଥର ପାଇଁ ସୀମାରେ ଯୁଦ୍ଧ କରିବାକୁ ବାଧ୍ୟ କରୁଛି। ହେଲେ ସମଗ୍ର ବିଶ୍ୱ କିଛି କହୁ ନାହିଁ? ଲୋକମାନେ କାହିଁକି ଏହି ଦେଶକୁ ଭୟ କରୁଛନ୍ତି? କାହିଁକି ବାକି ସମସ୍ତ ଦେଶ ଏକାଠି ହୋଇ କିଛି କରୁ ନାହାନ୍ତି? ସମଗ୍ର ବିଶ୍ୱର ନେତାମାନେ କ’ଣ ଡରୁଆ? ମୋର ଅଜା ସ୍ୱାଧୀନତା ସଂଗ୍ରାମରେ ଏବଂ ୧୯୬୨ ମସିହାରେ ଲଢ଼ିଥିଲେ। ଆଜିର ସତ୍ୟ କିନ୍ତୁ ବହୁତ ଅଦ୍ଭୁତ।’

https://twitter.com/RichaChadha/status/1274200259531550722?s=20

ସୂଚନାଯୋଗ୍ୟ, ରିଚା ଏକା ନୁହନ୍ତି, ବଲିଉଡର ଆହୁରି ଅନେକ ସେଲେବ୍ରିଟି ଚୀନ୍ ସାମଗ୍ରୀ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି ଓ ସ୍ୱଦେଶୀ ଜିନିଷକୁ ପ୍ରୋତ୍ସାହିତ କରିବାକୁ ଦାବି କରିଛନ୍ତି। ସାରା ଦେଶରେ ଏବେ ଏହି ଗୋଟିଏ ନାରା ‘ଚୀନ୍ ବସ୍ତୁ ବର୍ଜନ କର’। ସୋଶାଲ୍‌ ମିଡିଆରେ ମଧ୍ୟ ଏ ନେଇ ଲୋକମାନେ ବହୁତ ପୋଷ୍ଟ କରୁଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe