is
ମୁମ୍ବାଇ: ରିଲିଜ ହୋଇଛି ଐଶ୍ୱର୍ଯ୍ୟା ରାୟଙ୍କ କମବ୍ୟାକ ଫିଲ୍ମ ଯଜବାର ଗୀତ ‘ବନ୍ଦେୟା’। ଗୀତରେ ଇମୋସନାଲ ଫ୍ଲେଭର ଉପରେ ବେଶ ଗୁରୁତ୍ୱ ଦିଆଯାଇଛି। ଐଶ୍ୱର୍ଯ୍ୟା ଗୀତର ଲିରିକ୍ସ ସହିତ ଲିପ୍ ସିଙ୍କ କରିନାହାନ୍ତି। ତେବେ ଦୁଃଖ, ଯନ୍ତ୍ରଣାର ଛାପ ତାଙ୍କ ଅଭିନୟରୁ ବେଶ୍ ବାରି ହେଉଛି। ଗୀତର ଭିଡିଓରେ ଐଶ୍ୱର୍ଯ୍ୟାଙ୍କ ଲୁକ୍ସ ବେଶ୍ ଭଲ ଲାଗୁଛି। ଯଜବାର ଏହି ନମ୍ୱରଟିର ସଂଗୀତ ନିର୍ଦ୍ଦେଶନା ଅମଜାଦ-ନଦୀମ ଦେଇଥିବା ବେଳେ ଏହାକୁ ଗାଇଛନ୍ତି ଜୁବିନ୍ ନୌଟିଆଲ୍। ଏହି କମବ୍ୟାକ ଫିଲ୍ମରେ କମାଲ କରିଛନ୍ତି ଐଶ୍। ଜଣେ ମା ଏବଂ ଓକିଲ ଭାବେ ଐଶଙ୍କ ସଂଘର୍ଷକୁ ଖୁବ୍ ସୁନ୍ଦର ଭାବେ ଉପସ୍ଥାପନା କରାଯାଇଛି ଜଜବାରେ। ଫିଲ୍ମଟି ରିଲିଜ ହେବ ଅକ୍ଟୋବର ୯ ତାରିଖରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/09/is.png)