Advertisment

ରିଲିଜ ହେଲା ଖିଲାଡି କୁମାରଙ୍କ ଆଗାମୀ ଫିଲ୍ମ ‘ଏୟାରଲିଫ୍ଟର’ ଟିଜର

ମୁମ୍ୱାଇ: ରିଲିଜ୍ ହୋଇଛି ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ‘ଏୟାରଲିଫ୍ଟର’ ଟିଜର। ସୁପରହିଟ୍ ଫିଲ୍ମ ‘ବେବି’ ଓ ‘ସ୍ପେଶାଲ ୨୬’ ପରେ ପୁଣି ଥରେ ଦମଦାର ରୋଲରେ ଆସୁଛନ୍ତି ଖିଲାଡି କୁମାର। ୧୯୯୦ ଗଲଫ୍ ଯୁଦ୍ଧ ସମୟରେ କୁଏତରୁ ଭାରତୀୟଙ୍କୁ ଉଦ୍ଧାର କରାଯିବା ଉପରେ ଏହି ଫିଲ୍ମ ତିଆରି ହୋଇଛି। ‘ଡି ଡେ’ ଓ ‘ବେବି’ ଭଳି ରିଆଲିଷ୍ଟିକ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ରାଜା କ୍ରିଷ୍ଣ ମେନନ୍ ଏୟାରଲିଫଟର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ଦମଦାର ଆକ୍ସନ ସାଙ୍ଗକୁ […]

author-image
Rakesh Mallick
ରିଲିଜ ହେଲା ଖିଲାଡି କୁମାରଙ୍କ ଆଗାମୀ ଫିଲ୍ମ ‘ଏୟାରଲିଫ୍ଟର’ ଟିଜର

akhya

ମୁମ୍ୱାଇ: ରିଲିଜ୍ ହୋଇଛି ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ‘ଏୟାରଲିଫ୍ଟର’ ଟିଜର। ସୁପରହିଟ୍ ଫିଲ୍ମ ‘ବେବି’ ଓ ‘ସ୍ପେଶାଲ ୨୬’ ପରେ ପୁଣି ଥରେ ଦମଦାର ରୋଲରେ ଆସୁଛନ୍ତି ଖିଲାଡି କୁମାର। ୧୯୯୦ ଗଲଫ୍ ଯୁଦ୍ଧ ସମୟରେ କୁଏତରୁ ଭାରତୀୟଙ୍କୁ ଉଦ୍ଧାର କରାଯିବା ଉପରେ ଏହି ଫିଲ୍ମ ତିଆରି ହୋଇଛି। ‘ଡି ଡେ’ ଓ ‘ବେବି’ ଭଳି ରିଆଲିଷ୍ଟିକ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ରାଜା କ୍ରିଷ୍ଣ ମେନନ୍ ଏୟାରଲିଫଟର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ଦମଦାର ଆକ୍ସନ ସାଙ୍ଗକୁ ରହିଛି ଜବରଦସ୍ତ ଷ୍ଟଣ୍ଟ। କୁଏତର ଜଣେ ବିଜନେସ ମ୍ୟାନ୍ ରଞ୍ଜିତ କଟିୟାଲ ଭୂମିକାରେ ଅକ୍କିକୁ ଦେଖିବାକୁ ମିଳିବ। ଫିମେଲ ଲିଡରେ ଅଛନ୍ତି ନିମ୍ରତ କୌର।

Advertisment

୧୯୯୦ରେ କୁଏତ୍ ଅଧିକାର କରିଥିଲା ଇରାକ। ଏହାକୁ ନେଇ ଆରମ୍ଭ ହୋଇଥିଲା ଗଲଫ୍ ୱାର। ଉଭୟ ଦେଶରେ ରହୁଥିବା ଲକ୍ଷାଧିକ ଭାରତୀୟଙ୍କୁ ସୁରକ୍ଷିତ ଦେଶକୁ ଫେରାଇ ଆଣିବା ଲାଗି ଅଭିଯାନ ଆରମ୍ଭ କରିଥିଲା ଇଣ୍ଡିଆନ ଏୟାରଲାଇନସ। ଏହି ଘଟଣା ଉପରେ ଆଧାରିତ ହୋଇଛି ଫିଲ୍ମ ଏୟାରଲିଫଟ୍। ଏହି ହାଇ ଆକ୍ସନ ଡ୍ରାମା ପାଇଁ ଅଙ୍କିତ ତିବାରୀ ମ୍ୟୁଜିକ୍ କମ୍ପୋଜ୍ କରିଛନ୍ତି। ଆସନ୍ତା ବର୍ଷ ଜାନୁୟାରୀ ୨୨ରେ ଏୟାରଲିଫ୍ଟ ହଲକୁ ଆସିବ।