/odisha-reporter/media/post_attachments/uploads/2015/09/shaandaar-stills-alia-shahids-go-crazy-in-upcoming-song-gulabo-3.jpg)
shaandaar
ମୁମ୍ୱାଇ: ସାହିଦ୍ କପୁର ଏବଂ ଆଲିଆ ଭଟ୍ଟଙ୍କ ଅପକମିଂ ମୁଭି ଶାନଦାରର ପ୍ରଥମ ଗୀତ ଗୁଲାବୋ ରିଲିଜ୍ ହୋଇଛି । ଫୁଟ୍ ଟାପିଂ ନମ୍ୱର୍ ଗୁଲାବୋରେ ନିଶ ଲଗାଇ ଦର୍ଶକଙ୍କୁ ଆଲିଆ ଆଉ ସାହିଦ୍ ସରପ୍ରାଇଜ୍ ଦେଇଛନ୍ତି। ଦୁହେଁ ଫୁଲ୍ ଦମରେ ନାଚିଛନ୍ତି କୋରିଓଗ୍ରାଫର୍ ବୋସ୍କୋଙ୍କ ବିଟ୍ରୋରେ।
ଗୁଲାବୋ ଗୀତରେ ଗୁଲାବୋ ସାଜି ବଲିଉଡ୍ ଡେବ୍ୟୁ କରିଛନ୍ତି ସାହିଦଙ୍କ ଭଉଣୀ ସାନାହ୍ କପୁର୍। ଅନ୍ୱିତା ଦତ୍ତ ଲେଖିଥିବା ଏହି ଗୀତକୁ କମ୍ପୋଜ୍ କରିଛନ୍ତି ଅମିତ ତ୍ରିବେଦୀ। ଆଉ ଦମଦାର୍ ଭଏସରେ ଗାଇଛନ୍ତି ବିଶାଲ ଦଦଲାନୀ ଓ ଅନୁଶ ମଣି। ଫାଣ୍ଟମ୍ ଫିଲ୍ମସ୍ ଓ ଧର୍ମା ପ୍ରଡକସନ୍ ପ୍ରଯୋଜିତ ଆଉ ବିକାଶ୍ ବାହଲ୍ ନିଦ୍ଦେର୍ଶିତ ଫିଲ୍ମ ଶାନନ୍ଦାର୍ ଅକ୍ଚବୋର ୨୩ରେ ରିଲିଜ୍ ହେଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
