/odisha-reporter/media/post_attachments/uploads/2015/11/ranveersingh.jpg)
ranveersingh
ନୂଆଦିଲ୍ଲୀ:‘ବାଜି ରାଓ ମସ୍ତାନୀ’ର ତିନୋଟି ଗୀତ ରିଲିଜ୍ ପରେ ଆଜି ଆଉ ଏକ ଗୀତ ରିଲିଜ୍ ହୋଇଛି। ଏହି ଗୀତରେ ପେସୱା ବାଜିରାଓଙ୍କ ବାସ୍ତବିକ ଯୋଦ୍ଧା ସ୍ୱରୂପକୁ ପ୍ରଦର୍ଶନ କରାଯାଇଛି। ଏଥିରେ ରଣବୀର ନିଜ ବିଜୟ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳୁଛି। ଏହି ଗୀତକୁ ବିଶାଲ ଡ୍ଡଲାନୀ ଗାଇଥିବା ବେଳେ ଗଣେଶ ଆଚାର୍ଯ୍ୟ କୋରିଓଗ୍ରାଫି କରିଛନ୍ତି। ଭୋପାଳରେ ଏହି ଗୀତଟିକୁ ରିଲିଜ୍ କରାଯାଇଛି।
Advertisment
ରଣବୀର ସିଂ, ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ୍ ଷ୍ଟାରର ଫିଲ୍ମ ‘ବାଜିରାଓ ମସ୍ତାନୀ’ ଡିସେମ୍ୱର ୧୮ରେ ପରଦାକୁ ଆସିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
