Advertisment

ଲକ୍‌ଡାଉନ୍‌ରେ ମଦ ଦୋକାନ ଖୋଲିବାକୁ ଋଷିଙ୍କ ଅପିଲ୍

ମୁମ୍ବାଇ: ‘କରୋନା’ ମହାମାରୀ ଉପରେ ବିଶ୍ୱବ୍ୟାପୀ ଯୁଦ୍ଧ ଚାଲିଛି। ଏହାର ମୁକାବିଲା ପାଇଁ ସାରା ଦେଶକୁ ଏବେ ଲକ୍‌ଡାଉନ୍ କରିଦିଆଯାଇଛି। କରୋନା ସଂକ୍ରମଣ ଭୟରେ ଲୋକଙ୍କୁ ଘରେ ରହିବାକୁ ବାଧ୍ୟ କରାଯାଉଛି। ସବୁ ଦୋକାନ ବଜାର ମଧ୍ୟ ବନ୍ଦ କରିଦିଆଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଗ୍ରୋସରି, ପନିପରିବା, କ୍ଷୀର, ମାଛ, ମାଂସ, ଅଣ୍ଡା ଓ ଔଷଧ ଦୋକାନ ଖୋଲା ରହିଛି। ତେବେ ଅଭିନେତା ଋଷି କପୁର ବର୍ତ୍ତମାନ ଏହି ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ମଦକୁ ସାମିଲ୍ […]

ଅଦ୍ୟତନ ହୋଇଛି
ଲକ୍‌ଡାଉନ୍‌ରେ ମଦ ଦୋକାନ ଖୋଲିବାକୁ ଋଷିଙ୍କ ଅପିଲ୍

rishi

Advertisment

ମୁମ୍ବାଇ: ‘କରୋନା’ ମହାମାରୀ ଉପରେ ବିଶ୍ୱବ୍ୟାପୀ ଯୁଦ୍ଧ ଚାଲିଛି। ଏହାର ମୁକାବିଲା ପାଇଁ ସାରା ଦେଶକୁ ଏବେ ଲକ୍‌ଡାଉନ୍ କରିଦିଆଯାଇଛି। କରୋନା ସଂକ୍ରମଣ ଭୟରେ ଲୋକଙ୍କୁ ଘରେ ରହିବାକୁ ବାଧ୍ୟ କରାଯାଉଛି। ସବୁ ଦୋକାନ ବଜାର ମଧ୍ୟ ବନ୍ଦ କରିଦିଆଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଗ୍ରୋସରି, ପନିପରିବା, କ୍ଷୀର, ମାଛ, ମାଂସ, ଅଣ୍ଡା ଓ ଔଷଧ ଦୋକାନ ଖୋଲା ରହିଛି। ତେବେ ଅଭିନେତା ଋଷି କପୁର ବର୍ତ୍ତମାନ ଏହି ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ମଦକୁ ସାମିଲ୍ କରିବାକୁ ଅପିଲ୍ କରିଛନ୍ତି। ତାଙ୍କ ଅନୁଯାୟୀ ସରକାର  ଦେଶର ସମସ୍ତ ମଦ ଦୋକାନ ଖୋଲିଦେବା ଉଚିତ୍।

Advertisment

https://twitter.com/chintskap/status/1243800670882283520?s=20

ଋଷିଙ୍କ ମୁତାବକ ଲୋକମାନେ ଏବେ ବାହାରକୁ ଯାଇପାରୁନାହାନ୍ତି। ୨୪ ଘଣ୍ଟା ଘରେ ରହି ସେମାନେ ମାନସିକ ଅବସାଦର ଶିକାର ହେଉଛନ୍ତି। ତେଣୁ ଏଥିରୁ ମୁକ୍ତି ପାଇଁ ମଦ ଦୋକାନ ଖୋଲିବା ଆବଶ୍ୟକ। ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ସରକାରଙ୍କୁ ସମସ୍ତ ମଦ ଦୋକାନ ଖୋଲିଦେବା ଉଚିତ୍। ମୋତେ ଭୁଲ୍ ବୁଝନ୍ତୁ ନହିଁ। ହେଲେ ମଣିଷ ଘରେ ବସି ମାନସିକ ଅବସାଦର ଶିକାର ହେବାକୁ ବାଧ୍ୟ ହେଉଛି। ଡାକ୍ତର ଓ ପୁଲିସ୍ କର୍ମୀଙ୍କୁ ମଧ୍ୟ ଏହି ଡିପ୍ରେଶନରୁ ମୁକ୍ତି ଆବଶ୍ୟକ। ଏମିତିରେ ବି ଚୋରାରେ ମଦ ବିକ୍ରି ହେଉଛି। ରାଜ୍ୟ ସରକାରଙ୍କୁ ବି ବର୍ତ୍ତମାନ ଅବକାରୀ ବିଭାଗଠୁ ଟଙ୍କା ଦରକାର। ତେଣୁ ମଦ ବିକ୍ରିର ଅନୁମତି ଦେଇଦେଲେ ଭଲ ହେବ ବୋଲି ମୁଁ ଭାବୁଛି।’

https://twitter.com/chintskap/status/1243801455259082754?s=20

ତେବେ ଋଷିଙ୍କ ଏହି ଅପିଲ୍ ସରକାର ମାନୁଛନ୍ତି କି ନାହିଁ ତାହା ତ ସମୟ କହିବ, ହେଲେ ବର୍ତ୍ତମାନ ସୋଶାଲ୍ ମିଡିଆରେ କିଛି ଲୋକ ତାଙ୍କୁ ଟାର୍ଗେଟ୍ କରିଛନ୍ତି। ଜଣେ ୟୁଜର ଲେଖଛନ୍ତି, ‘ଋଷିଜି ବହୁତ ଲୋକ ଖାଇବାକୁ ପାଉନାହାଁନ୍ତି, ଟିଭି ଦେଖନ୍ତୁ ବାସ୍ତବତା ଦେଖିପାରିବେ ଓ ନିଜ ନଡ଼ିଆ ସଦୃଶ ମସ୍ତିଷ୍କରୁ ବାହାରିପାରିବେ। କି ଅପରିପକ୍ୱ ପରାମର୍ଶ!’

Advertisment

https://twitter.com/Lawteaser/status/1243801332227571717?s=20

ଆଉଜଣେ ୟୁଜର୍ ଲେଖିଛନ୍ତି, ‘ସାର୍, ସେହି ପରିବାରମାନଙ୍କ ବିଷୟରେ କ’ଣ, ଯେଉଁଠାରେ ମହିଳାମାନେ ମଦ ପ୍ରଭାବରେ ସ୍ୱାମୀଙ୍କ ଦ୍ୱାରା ନିର୍ଯାତନାର ସମ୍ମୁଖୀନ ହୁଅନ୍ତି? ତାହା ବି ସର୍ବୋତ୍ତମ ସମୟରେ ଅଟେ। ଆପଣଙ୍କୁ ଲାଗୁଛି କି ଏହି ଲକ୍‌ଡାଉନ୍ ସମୟରେ ଏହା ଏକ ସୁରକ୍ଷିତ ବିକଳ୍ପ?’

https://twitter.com/d_moinak/status/1243810377944584192?s=20

ଋଷି ଲକ୍‌ଡାଉନ୍ ସମୟରେ ସୋଶାଲ୍ ମିଡିଆରେ ବେଶ୍ ଆକ୍ଟିଭ୍ ଅଛନ୍ତି। ତେବେ ସେ ନିଜ ଟ୍ୱଟର୍ ଆକାଉଣ୍ଟରେ ଦେଶର ବର୍ତ୍ତମାନର ପରିସ୍ଥିତିକୁ ନେଇ ନାନା ଟ୍ୱିଟ୍ କରୁଛନ୍ତି। ତେବେ ଏଥିମଧ୍ୟରୁ କିଛି ଟ୍ୱିଟ୍‌ରେ ଲୋକଙ୍କ ସମର୍ଥନ ମିଳୁଥିବାବେଳେ କିଛି ଟ୍ୱିଟ୍ ପାଇଁ ତାଙ୍କୁ ଟ୍ରୋଲ୍ ମଧ୍ୟ କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe