ହ୍ଵାଟ୍ସଆପରେ ବୁଦ୍ଧାଦିତ୍ୟଙ୍କ ସହ କଥା ହେଉଥିଲେ ଋଷି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଋଷି କପୁର୍‌ଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ‌ମୁମ୍ବାଇ ସ୍ଥିତ ସାର୍ ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଋଷି‌ଙ୍କ ବିୟୋଗରେ ପୁରା ବଲିଉଡରରେ ଶୋକର ଛାୟା ଖେଳିଯାଇଛି। କେବଳ ବଲିଉଡ ନୁହେଁ ଓଲିଉଡ଼ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ମଧ୍ୟ ତାଙ୍କ ବିୟୋଗରେ ବେଶ ମର୍ମାହତ ଅଛନ୍ତି। କାରଣ ଋଷି କପୁର୍‌ଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା। […]

Rishi kapoor and Budhaditya

Biswobandita Swain
  • Published: Thursday, 30 April 2020
  • , Updated: 30 April 2020, 04:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଋଷି କପୁର୍‌ଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ‌ମୁମ୍ବାଇ ସ୍ଥିତ ସାର୍ ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଋଷି‌ଙ୍କ ବିୟୋଗରେ ପୁରା ବଲିଉଡରରେ ଶୋକର ଛାୟା ଖେଳିଯାଇଛି। କେବଳ ବଲିଉଡ ନୁହେଁ ଓଲିଉଡ଼ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ମଧ୍ୟ ତାଙ୍କ ବିୟୋଗରେ ବେଶ ମର୍ମାହତ ଅଛନ୍ତି। କାରଣ ଋଷି କପୁର୍‌ଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା। ଉଭୟ ହ୍ଵାଟ୍ସଆପରେ ଚାଟ୍ ମଧ୍ୟ କରୁଥିଲେ।

ପ୍ରତି ୨ସପ୍ତାହକୁ ଥରେ ବୁଦ୍ଧାଦିତ୍ୟ ଋଷିଙ୍କ ସହ ହ୍ଵାଟ୍ସଆପରେ ଯୋଗାଯୋଗ କରନ୍ତି। ଶେଷଥର ପାଇଁ ବୁଦ୍ଧାଦିତ୍ୟ ଋଷିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନକ୍ରମେ ଏପ୍ରିଲ ୫ତାରିଖ ରାତି ୯ଟାରେ ଦୀପ ଜଳିବା ଫଟୋ ପଠାଇଥିଲେ। ଏପ୍ରିଲ ୭ ତାରିଖ ଦିିିନ ଋଷି କପୁର ତାଙ୍କ ମେସେଜର ଉତ୍ତର ଦେଇ ବୁଦ୍ଧାଦିତ୍ୟଙ୍କୁ ଆଶୀର୍ବାଦ କରିଥିଲେ।

କିନ୍ତୁ ଲକଡାଉନରେ ବୁଦ୍ଧାଦିତ୍ୟ ତାଙ୍କ ଫିଲ୍ମ 'କର୍ଜ୍'ର ଗୋଟେ ଟ୍ୟୁନ ରେକର୍ଡ କରିଥିଲେ।  କିନ୍ତୁ ପଠାଇ ପାରିନଥିଲେ, ଯେଉଁଟା ତାଙ୍କର ଗୋଟେ ଅବଶୋଷ ରହିଗଲା ବୋଲି ସେ କହିଛନ୍ତି । ଏଥିସହ ବୁଦ୍ଧାଦିତ୍ୟ ଯେତେବେଳେ ଋଷିଙ୍କ ଫିଲ୍ମ ଟିଭିରେ ଦେଖନ୍ତି ସେ ତାଙ୍କୁ ଫଟୋ ଉଠାଇ ହ୍ଵାଟ୍ସଆପରେ ପାଠନ୍ତି। ସେ ତାଙ୍କ ମେସେଜର ରିପ୍ଲାଏ ମଧ୍ୟ ଦିଅନ୍ତି ବୋଲି ବୁଦ୍ଧାଦିତ୍ୟ କହିଛନ୍ତି।

ବୁଦ୍ଧାଦିତ୍ୟଙ୍କ କହିବା ଅନୁଯାୟୀ, ଋଷି କପୁର ଟିକେ ରାଗି। କିନ୍ତୁ ସେ ତାଙ୍କ ମୁଡକୁ ଭଲ ଭାବେ ଜାଣନ୍ତି । ସେଥିପାଇଁ କିଛି କିଛି ଦିନ ଅନ୍ତରରେ ସେ ତାଙ୍କୁ ମେସେଜ କରନ୍ତି।

ସୂଚନାଯୋଗ୍ୟ, ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ଋଷି କପୁରଙ୍କୁ ବୁଧବାର ଦିନ ସକାଳେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏନେଇ ଋଷିଙ୍କ ଭାଇ ରଣଧୀର କପୁର ସୂଚନା ଦେଇଥିଲେ।

ଋଷି କପୁରଙ୍କ ମୃତ୍ୟୁ ଖବରକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଟ୍ୱିଟ୍‌ କରି ଗଭୀର ଶୋକ ପ୍ରକାଶ କରିଛନ୍ତି। ୨୦୧୮ରେ ସେ କ୍ୟାନସରରେ ପୀଡିତ ହୋଇଥିଲେ। ତା’ପରେ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ସେ ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ ଓ ପରେ ସେ ମୁମ୍ବାଇ ଫେରିଥିଲେ।

ଫିଲ୍ମ କ୍ୟାରିୟର ଭିତରେ ଋଷି କପୁର ଅନେକ ଫିଲ୍ମରେ ଅଭିନୟ କରି ଲୋକମାନଙ୍କ ପ୍ରଶଂସା ସାଉଁଟିଥିଲେ। ଗତ ଡିସେମ୍ବର ମାସରେ ରିଲିଜ ହୋଇଥିବା ଇମ୍ରାନ୍‌ ହାସ୍‌ମିଙ୍କ ଅଭିନୀତ ଫିଲ୍ମ “ଦ ବଡି”ରେ ଅଭିନୟ କରିଥିବା ତାଙ୍କୁ ଦେଖିବାକୁ ମିଳିଥିଲା।

Related story