Advertisment

ରାଇଜିଂ ଷ୍ଟାର୍‌-୩ର ବିଜୟ ମୁକୁଟ ପିନ୍ଧିଲେ ୧୨ ବର୍ଷୀୟ ଆଫ୍‌ତାବ୍‌

ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ହେଉଥିବା ବହୁ ପ୍ରତିକ୍ଷିତ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ‘ରାଇଜିଂ ଷ୍ଟାର୍‌’ର ସିଜିନ୍‌ ୩ରେ ଆଫ୍‌ତାବ୍‌ ସିଂ ବିଜୟ ମୁକୁଟ ପିନ୍ଧିଛନ୍ତି। ଟପ୍‌ ଫାଇଟ୍‌ ସତ୍ତ୍ୱେ ଆଫ୍‌ତାବ୍‌ ନିଜକୁ ଟପ୍‌ରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି। ୧୨ ବର୍ଷ ବୟସର ଆଫ୍‌ତାବ୍‌ଙ୍କୁ ୧୦ ଲକ୍ଷ ଟଙ୍କର ପୁରଷ୍କାର ମିଳିଛି। ପ୍ରାୟ ୩ ମାସ ଧରି ଚାଲିଥିବା ଏହି ରିଆଲିଟି ଶୋ’ରେ ଫାଇନାଲ୍‌ରେ ମାତ୍ର ୪ ଜଣ ପ୍ରତିଯୋଗୀ ପହଞ୍ଚି ପାରିଥିଲେ। ସେହି ଚାରିଜଣଙ୍କ ମଧ୍ୟରୁ […]

ଅଦ୍ୟତନ ହୋଇଛି
ରାଇଜିଂ ଷ୍ଟାର୍‌-୩ର ବିଜୟ ମୁକୁଟ ପିନ୍ଧିଲେ ୧୨ ବର୍ଷୀୟ ଆଫ୍‌ତାବ୍‌

r11

Advertisment

ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ହେଉଥିବା ବହୁ ପ୍ରତିକ୍ଷିତ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ‘ରାଇଜିଂ ଷ୍ଟାର୍‌’ର ସିଜିନ୍‌ ୩ରେ ଆଫ୍‌ତାବ୍‌ ସିଂ ବିଜୟ ମୁକୁଟ ପିନ୍ଧିଛନ୍ତି। ଟପ୍‌ ଫାଇଟ୍‌ ସତ୍ତ୍ୱେ ଆଫ୍‌ତାବ୍‌ ନିଜକୁ ଟପ୍‌ରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି। ୧୨ ବର୍ଷ ବୟସର ଆଫ୍‌ତାବ୍‌ଙ୍କୁ ୧୦ ଲକ୍ଷ ଟଙ୍କର ପୁରଷ୍କାର ମିଳିଛି।

Advertisment

ପ୍ରାୟ ୩ ମାସ ଧରି ଚାଲିଥିବା ଏହି ରିଆଲିଟି ଶୋ’ରେ ଫାଇନାଲ୍‌ରେ ମାତ୍ର ୪ ଜଣ ପ୍ରତିଯୋଗୀ ପହଞ୍ଚି ପାରିଥିଲେ। ସେହି ଚାରିଜଣଙ୍କ ମଧ୍ୟରୁ ସବୁଠାରୁ କମ୍‌ ବୟସର ଥିଲେ ଆଫ୍‌ତାବ୍‌। ଦିବାକର ଶର୍ମା ଶୋ’ର ରନର୍ସ ଅପ୍‌ ହୋଇଥିଲେ। ତାଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଥିଲା।

publive-image

ଆଫ୍‌ତାବ୍‌ଙ୍କ ପାଇଁ ପ୍ରାୟ ୯୦ ପ୍ରତିଶତ ଲୋକ ଭୋଟ୍‌ ଦେଇଥିଲେ। ସେ ଏହା ପୂର୍ବରୁ ‘ସାରେଗାମାପା’ ୨୦୧୭ରେ ମଧ୍ୟ ପ୍ରତିଯୋଗୀ ଥିଲେ। କିନ୍ତୁ, ସେତେବେଳେ ସେ ୭ ନମ୍ବର ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ।

Advertisment

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ଆଫ୍‌ତାବ୍‌ ପଞ୍ଜାବରେ ରହୁଛନ୍ତି। ଏବଂ ସେ ତାଙ୍କ ବାପା ମହେଶ୍‌ ସିଂଙ୍କ ଠାରୁ ସଙ୍ଗୀତ ଶିଖିଥିଲେ। ଶୋ’ର ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଆଫ୍‌ତାବ୍‌ ବହୁତ ଖୁସି ଅଛନ୍ତି।

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ଓଡ଼ିଶାର ଲୋକପ୍ରିୟ ସିଙ୍ଗର୍‌ ତଥା ଇଣ୍ଡିଆନ୍‌ ଆଇଡଲ୍‌ ଜୁନିୟରର ବିଜେତା ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିବା କଣ୍ଠଶିଳ୍ପୀ ଅନନ୍ୟା ଏହି ଶୋ’ରେ ଭାଗ ନେଇ ଟପ୍‌-୬ ପର୍ଯ୍ୟନ୍ତ ଯାଇପାରିଥିଲେ। ଓଡ଼ିଶାବାସୀଙ୍କ ଭୋଟ୍‌ ସଂଖ୍ୟା ଯଥେଷ୍ଟ ହୋଇନଥିବାରୁ ଅନନ୍ୟା ବିଚାରକଙ୍କ ମନ ଜିଣି ମଧ୍ୟ ଆଗେଇପାରି ନଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe