Advertisment

ରାଜ୍‌ କପୁରଙ୍କ ଝିଅଙ୍କ ଅନୁରୋଧ ରକ୍ଷା କରିଥିଲେ ରାଷ୍ଟ୍ରପତି

ମୁମ୍ବାଇ: ୧୯୯୧ ମସିହାରେ ରିଲିଜ୍ ହୋଇଥିଲା ଋଷି କପୁର ଓ ପାକିସ୍ତାନୀ ଅଭିନେତ୍ରୀ ଜେବା ବଖ୍‌ତିୟାରଙ୍କ ଅଭିନୀତ ଫିଲ୍ମ ‘ହିନା’। କୁହାଯାଏ ଏହା ହେଉଛି ବଲିଉଡ୍‌ର ଶୋ’ ମ୍ୟାନ୍ ରାଜ୍ କପୁରଙ୍କ ଶେଷ ନିର୍ଦ୍ଦେଶିତ ଫିଲ୍ମ। ତେବେ ଏ ଫିଲ୍ମର ନିର୍ମାଣ ଶେଷ ହେବା ପୂର୍ବରୁ ତାଙ୍କର ପରଲୋକ ହୋଇଯାଇଥିଲା। ଫଳରେ ତାଙ୍କ ବଡ଼ ପୁଅ ରଣଧୀର ଏହାର ବାକି ଅଂଶର ନିର୍ଦ୍ଦେଶନା ଭାର ସମ୍ଭାଳି ଥିଲେ। ଫିଲ୍ମଟି ହିଟ୍ ହୋଇଥିଲା। ସମାଲୋଚକମାନେ ବି ଏହାକୁ ବେଶ୍ […]

ରାଜ୍‌ କପୁରଙ୍କ ଝିଅଙ୍କ ଅନୁରୋଧ ରକ୍ଷା କରିଥିଲେ ରାଷ୍ଟ୍ରପତି

v

Advertisment

ମୁମ୍ବାଇ: ୧୯୯୧ ମସିହାରେ ରିଲିଜ୍ ହୋଇଥିଲା ଋଷି କପୁର ଓ ପାକିସ୍ତାନୀ ଅଭିନେତ୍ରୀ ଜେବା ବଖ୍‌ତିୟାରଙ୍କ ଅଭିନୀତ ଫିଲ୍ମ ‘ହିନା’। କୁହାଯାଏ ଏହା ହେଉଛି ବଲିଉଡ୍‌ର ଶୋ’ ମ୍ୟାନ୍ ରାଜ୍ କପୁରଙ୍କ ଶେଷ ନିର୍ଦ୍ଦେଶିତ ଫିଲ୍ମ। ତେବେ ଏ ଫିଲ୍ମର ନିର୍ମାଣ ଶେଷ ହେବା ପୂର୍ବରୁ ତାଙ୍କର ପରଲୋକ ହୋଇଯାଇଥିଲା। ଫଳରେ ତାଙ୍କ ବଡ଼ ପୁଅ ରଣଧୀର ଏହାର ବାକି ଅଂଶର ନିର୍ଦ୍ଦେଶନା ଭାର ସମ୍ଭାଳି ଥିଲେ। ଫିଲ୍ମଟି ହିଟ୍ ହୋଇଥିଲା। ସମାଲୋଚକମାନେ ବି ଏହାକୁ ବେଶ୍ ପସନ୍ଦ କରିଥିଲେ। ତେବେ ଏହି ଫିଲ୍ମର ଚ୍ୟାରିଟି ପ୍ରିମିୟରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା।

Advertisment

‘ହିନା’ର ଚ୍ୟାରିଟି ପ୍ରିମିୟର ଦେଖିବାକୁ ଉପସ୍ଥିତ ଥିଲେ ତତ୍‌କାଳୀନ ରାଷ୍ଟ୍ରପତି ସ୍ୱର୍ଗତ ଆର୍‌ ଭେଙ୍କଟରମଣ। ଯୋଜନା ଅନୁଯାୟୀ ରାଷ୍ଟ୍ରପତି ଫିଲ୍ମର ଇଣ୍ଟରଭାଲ୍‌ ପରେ ଫେରିଯିବାର ଥିଲା। କିନ୍ତୁ ସେ ରାଜ୍ କପୁରଙ୍କ ଝିଅ ରିତୁ ନନ୍ଦାଙ୍କ ଏକ ଅନୁରୋଧକୁ ମନା କରିପାରି ନଥିଲେ। ଫିଲ୍ମର ଚ୍ୟାରିଟି ପ୍ରିମିୟରରେ ଉପସ୍ଥିତ ରାଜ୍ କପୁରଙ୍କ ପରିବାରର ସଦସ୍ୟଙ୍କ ସହିତ ରାଷ୍ଟ୍ରପତି ଏକ ଗ୍ରୁପ୍ ଫଟୋ ଉଠାନ୍ତୁ ବୋଲି ରିତୁ ଅନୁରୋଧ କରିଥିଲେ। ଆଉ ଏହି ଅନୁରୋଧ ରକ୍ଷା କରି ରାଷ୍ଟ୍ରପତି ସେମାନଙ୍କ ସହିତ ଗ୍ରୁପ୍‌ ଫଟୋ ଉଠାଇଥିଲେ। ଏପରିକି ରାଷ୍ଟ୍ରପତି ସେଠାରେ ଉପସ୍ଥିତ ପାକିସ୍ତାନୀ ହାଇ କମିଶନର ଅବଦୁଲ ସତାର୍‌ଙ୍କୁ ମଧ୍ୟ ଏହି ଫଟୋରେ ସାମିଲ କରିଥିଲେ।

ସୂଚନାଯୋଗ୍ୟ, ଏହି ଫିଲ୍ମ ଉଭୟ ହିନ୍ଦୀ ଓ ଉର୍ଦ୍ଦୁ ଭାଷାରେ ନିର୍ମିତ ହୋଇଥିଲା। ଏହା ଉଭୟ ଭାରତ ଓ ପାକିସ୍ତାନରେ ରିଲିଜ୍ ହୋଇଥିଲା। ଫିଲ୍ମଟିର ପରିକଳ୍ପନା କରିଥିଲେ ରାଜ୍ କପୁର। ଏହାର କାହାଣୀ ଲେଖିଥିଲେ ଭାରତର ଅନ୍ୟତମ ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ, ପ୍ରଯୋଜକ ତଥା ଲେଖକ କେ.ଏ. ଅବ୍ବାସ। ସେହିପରି ଏହି ଫିଲ୍ମର ସଂଳାପ ଲେଖିଥିଲେ ପାକିସ୍ତାନୀ ଲେଖିବା ହସୀନା ମୋଇନ୍‌।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe