Advertisment

ଆଇଟମ୍‌ ଡ୍ୟାନ୍ସ କରିବେ ରିୟା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକାଲି ଅଭିନେତ୍ରୀମାନେ ଫିଲ୍ମରେ ଆଇଟମ୍‌ ଡ୍ୟାନ୍ସ କରୁଥିବା ଦେଖାଯାଉଛି। ବଲିଉଡ୍‌ରେ ଏମିତି ଅନେକ ଫିଲ୍ମ ରହିଛି, ଯେଉଁଥିରେ ହିରୋଇନ୍‌ମାନେ ଆଇଟମ୍‌ ଡ୍ୟାନ୍ସ କରିଛନ୍ତି। ଯଦି ସୁଯୋଗ ମିଳେ ତା’ହେଲେ ଓଲିଉଡ୍‌ ଅଭିନେତ୍ରୀ ରିୟା କୌଣସି ଫିଲ୍ମରେ ଆଇଟମ୍ ଡ୍ୟାନ୍ସ କରିବେ କି? ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ରେଡ଼ିଓ ଟାଇମ୍‌ ୱିଥ୍‌ ଅନନ୍ୟା’ରେ କିଛି ମାସ ତଳେ ତାଙ୍କୁ ଏହି ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନର ଉତ୍ତରରେ ରିୟା କହିଥିଲେ, “ମୁଁ […]

author-image
Biswobandita Swain
ଆଇଟମ୍‌ ଡ୍ୟାନ୍ସ କରିବେ ରିୟା !

riya

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକାଲି ଅଭିନେତ୍ରୀମାନେ ଫିଲ୍ମରେ ଆଇଟମ୍‌ ଡ୍ୟାନ୍ସ କରୁଥିବା ଦେଖାଯାଉଛି। ବଲିଉଡ୍‌ରେ ଏମିତି ଅନେକ ଫିଲ୍ମ ରହିଛି, ଯେଉଁଥିରେ ହିରୋଇନ୍‌ମାନେ ଆଇଟମ୍‌ ଡ୍ୟାନ୍ସ କରିଛନ୍ତି। ଯଦି ସୁଯୋଗ ମିଳେ ତା’ହେଲେ ଓଲିଉଡ୍‌ ଅଭିନେତ୍ରୀ ରିୟା କୌଣସି ଫିଲ୍ମରେ ଆଇଟମ୍ ଡ୍ୟାନ୍ସ କରିବେ କି? ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ରେଡ଼ିଓ ଟାଇମ୍‌ ୱିଥ୍‌ ଅନନ୍ୟା’ରେ କିଛି ମାସ ତଳେ ତାଙ୍କୁ ଏହି ପ୍ରଶ୍ନ କରାଯାଇଥିଲା।

Advertisment

ଏହି ପ୍ରଶ୍ନର ଉତ୍ତରରେ ରିୟା କହିଥିଲେ, “ମୁଁ ଯେଉଁ ଫିଲ୍ମରେ କାମ କରିବି ସେଥିରେ ଆଇଟମ୍‌ ଡ୍ୟାନ୍ସ କରିବାକୁ ପସନ୍ଦ କରିବି। ଅନ୍ୟ କାହା ଫିଲ୍ମରେ ଆଇଟମ୍‌ ଡ୍ୟାନ୍ସ କରିବାକୁ ମୋର ଇଚ୍ଛା ନାହିଁ। ଆଜି ପର୍ଯ୍ୟନ୍ତ ମୋତେ ମୋ ଫିଲ୍ମରେ ଆଇଟମ୍‌ ନମ୍ବର କରିବାର ସୁଯୋଗ ମିଳିନି ବୋଲି ମୁଁ କରିନି। ଆଗକୁ ଏମିତି ସୁଯୋଗ ମିଳିଲେ ନିଶ୍ଚିତ କରିବି।”

publive-imageସୂଚନାଯୋଗ୍ୟ, ‘ଗୋଲାପି ଗୋଲାପି’, ‘ତୋର ଦିନେ କୁ ମୋର ଦିନେ’, ‘କଥା ଦେଲି ମଥା ଛୁଇଁ’, ‘ପ୍ରେମ ଅଢ଼େଇ ଅକ୍ଷର’ ଓ ‘ପାଗଳ କରିଚୁ ତୁ’ ଆଦି ଫିଲ୍ମରେ ରିୟା ଅଭିନୟ କରିଛନ୍ତି।

Advertisment