/odisha-reporter/media/post_attachments/uploads/2016/10/501654-497513-rock-on-2.jpg)
rock-on-2
ମୁମ୍ବାଇ: ଫିଲ୍ମ ‘ରକ୍ ଅନ୍ ଟୁ’ ର ପୋଷ୍ଟର ଏବଂ ଟିଜର ରିଲିଜ ପରେ ଏବେ ଦର୍ଶକମାନଙ୍କ ପାଇଁ ଏହାର ଟ୍ରେଲର ମଧ୍ୟ ରିଲିଜ ହୋଇଯାଇଛି। ୨୦୦୮ରେ ଆସିଥିବା ଫିଲ୍ମ ‘ରକ୍ ଅନ୍’ର ସିକୁଏଲ ହେଉଛି ଏହାର ପାର୍ଟ ଟୁ। ୨୦୦୮ ର ଫିଲ୍ମ ‘ରକ୍ଅନ୍’ ଜାତୀୟ ସମ୍ମାନ ପାଇଁ ମଧ୍ୟ ମନୋନୀତ ହେଇଥିଲା।
Advertisment
‘ରକ୍ଅନ୍ ଟୁ’ ର ଟ୍ରେଲରରେ ସାଙ୍ଗମାନଙ୍କ ମସ୍ତି ମଜା ସହ ଇମୋସନାଲ ସିନ୍ ମଧ୍ୟ ଦେଖାଯାଇଛି। ଟ୍ରେଲର ଦେଖି ଯାହା ଜଣାଯାଉଛି ଫିଲ୍ମରେ ଶ୍ରଦ୍ଧାଙ୍କ ଅଭିନୟ ଦମଦାର ହୋଇଥିବ। ଟ୍ରେଲରରେ ଫରହାନ୍ ଓ ଶ୍ରଦ୍ଧାଙ୍କ ଯୋଡ଼ି ଖୁବ୍ ସୁନ୍ଦର ଲାଗୁଛି। ଏହି ଟ୍ରେଲରକୁ ଫରହାନ୍ ଟ୍ୱିଟ୍ରରେ ସେୟାର କରିବା ସହ ଟ୍ରେଲରକୁ ନେଇ ମତ ପାଇଁ ନିବେଦନ ମଧ୍ୟ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
