‘ଟଙ୍କା ମିଳିଲେ ଆୱାର୍ଡ ଶୋ’କୁ ଯାଏ’

ମୁମ୍ୱାଇ: ବଲିଉଡ୍‌ର ଜଣାଶୁଣା ନିର୍ମାତା ଓ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ଏହିସବୁ ଫିଲ୍ମ ମଧ୍ୟରେ ରହିଛି ଗୋଲମାଲ୍‌ ସିରିଜ୍‌ ଓ ସିଙ୍ଘମ୍‌ ସିରିଜ୍‌। ତେବେ ବଲିଉଡ୍‌ର ପ୍ରାୟ ସମସ୍ତ ଇଭେଣ୍ଟରେ ସାମିଲ ହେଉଥିବା ରୋହିତ ଏକ ଚାଟ୍‌ ଶୋ’ରେ ଯୋଗ ଦେଇ କହିଛନ୍ତି ଯେ ସବୁ ଆୱାର୍ଡ ଫଙ୍କସନ୍‌ ଫେକ୍‌। ଅଭିନେତ୍ରୀ ନେହା ଧୁପିଆଙ୍କ ଚାଟ୍ ଶୋ’ରେ ଯୋଗ ଦେଇ ସେ ଏ କଥା କହିଥିଲେ। ସେ କହିଥିଲେ, “ଯେ କୌଣସି […]

rohit222

Puspanjali Panda
  • Published: Friday, 03 January 2020
  • , Updated: 03 January 2020, 10:35 AM IST

ମୁମ୍ୱାଇ: ବଲିଉଡ୍‌ର ଜଣାଶୁଣା ନିର୍ମାତା ଓ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ଏହିସବୁ ଫିଲ୍ମ ମଧ୍ୟରେ ରହିଛି ଗୋଲମାଲ୍‌ ସିରିଜ୍‌ ଓ ସିଙ୍ଘମ୍‌ ସିରିଜ୍‌। ତେବେ ବଲିଉଡ୍‌ର ପ୍ରାୟ ସମସ୍ତ ଇଭେଣ୍ଟରେ ସାମିଲ ହେଉଥିବା ରୋହିତ ଏକ ଚାଟ୍‌ ଶୋ’ରେ ଯୋଗ ଦେଇ କହିଛନ୍ତି ଯେ ସବୁ ଆୱାର୍ଡ ଫଙ୍କସନ୍‌ ଫେକ୍‌।

ଅଭିନେତ୍ରୀ ନେହା ଧୁପିଆଙ୍କ ଚାଟ୍ ଶୋ’ରେ ଯୋଗ ଦେଇ ସେ ଏ କଥା କହିଥିଲେ। ସେ କହିଥିଲେ, “ଯେ କୌଣସି ଆୱାର୍ଡ ଶୋ’କୁ ମୁଁ ସେତେବେଳେ ଯାଏ ଯେତେବେଳେ ମୋତେ ହୋଷ୍ଟ୍ କରିବା ପାଇଁ ଟଙ୍କା ମିଳେ ବା ମୋ ଫିଲ୍ମକୁ ଆୱାର୍ଡ ମିଳେ। ନହେଲେ ମୁଁ ଆୱାର୍ଡ ଶୋ’କୁ ଯାଏନି। କାରଣ ଏସବୁ ଫେକ୍‌ ଓ ଟିଭି ଶୋ’ ପରି।’

https://twitter.com/ZoomTV/status/1212667790357913602

ତେବେ ଆୱାର୍ଡ ଶୋ’କୁ ନେଇ ଏମିତି ବିବାଦୀୟ ମନ୍ତବ୍ୟ କିଛି ନୂଆ ନୁହେଁ। ପୂର୍ବରୁ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ମଧ୍ୟ ଆୱାର୍ଡ ଶୋ’କୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ନିକଟରେ ଶାହିଦ୍‌ କପୁର୍‌ ମଧ୍ୟ ଶେଷ ମୁହୂର୍ତ୍ତରେ ଏକ ଆୱାର୍ଡ ଶୋ’ରେ ପରର୍ଫମ୍‌ କରିବା ପାଇଁ ମନା କରି ଦେଇଥିଲେ। କାରଣ ଶାହିଦ୍‌ ଜାଣିବାକୁ ପାଇଥିଲେ ଯେ ‘କବିର୍‌ ସିଂହ’ ପାଇଁ ତାଙ୍କୁ ବେଷ୍ଟ୍‌ ଆକ୍ଟର ଆୱାର୍ଡ ମିଳିବ ନାହିଁ। ଏହି ପୁରସ୍କାର ‘ଗଲି ବୟ୍‌’ ପାଇଁ ରଣବୀର୍‌ ସିଂହକୁ ମିଳିବ।

ସୂଚନାଯୋଗ୍ୟ, ବର୍ତ୍ତମାନ ରୋହିତ ତାଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଶୁଟିଂ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମଟି ମାର୍ଚ୍ଚ ୨୭ ତାରିଖରେ ରିଲିଜ୍‌ ହେବ।

 

Related story