Advertisment

ପରସ୍ପରକୁ ଡେଟ୍‌ କରୁଛନ୍ତି ବିଗ୍‌ବସ୍‌-୧୨ରେ ଆସିଥିବା ଏହି ୨ ପ୍ରତିଯୋଗୀ

ମୁମ୍ବାଇ: ବିଗ୍‌ ବସ୍‌ ସିଜିନ୍‌ ୧୨ର ପ୍ରତିଯୋଗୀ ଥିବା  ରଶ୍ମୀ ବାନିକ୍‌  ଓ ଶିବାଶିଷ୍‌ ମିଶ୍ରା  ଏବେ ପରସ୍ପରକୁ ଡେଟ୍‌ କରୁଥିବା ଚର୍ଚ୍ଚା ଚାଲିଛି। ଉଭୟଙ୍କ କ୍ଲୋଜ ଫଟୋ ଦେଖି  ଫ୍ୟାନ୍‌ମାନେ ଏହା  ଅନୁମାନ କରୁଛନ୍ତି । ସେ ବିଗ୍‌ ବସ୍‌ରେ ଅଧିକ ସମୟ ପର୍ଯ୍ୟନ୍ତ ମଧ୍ୟ ରହିଥିଲେ। ୨୬  ବର୍ଷୀୟା ଶିବାଶିଷ୍‌ ରଶ୍ମୀଙ୍କ ସହ ଏକ ସେଲ୍‌ଫି ସୋଶାଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି। ଏହା ସହ ରଶ୍ମୀ ମଧ୍ୟ ତାଙ୍କ ସୋଶାଲ୍‌ ସାଇଟ୍‌ ଇନଷ୍ଟାଗ୍ରାମ୍‌ରେ ଏହି […]

author-image
Rosalin Rath
ଅଦ୍ୟତନ ହୋଇଛି
ପରସ୍ପରକୁ ଡେଟ୍‌ କରୁଛନ୍ତି ବିଗ୍‌ବସ୍‌-୧୨ରେ ଆସିଥିବା ଏହି ୨ ପ୍ରତିଯୋଗୀ

11

ମୁମ୍ବାଇ: ବିଗ୍‌ ବସ୍‌ ସିଜିନ୍‌ ୧୨ର ପ୍ରତିଯୋଗୀ ଥିବା  ରଶ୍ମୀ ବାନିକ୍‌  ଓ ଶିବାଶିଷ୍‌ ମିଶ୍ରା  ଏବେ ପରସ୍ପରକୁ ଡେଟ୍‌ କରୁଥିବା ଚର୍ଚ୍ଚା ଚାଲିଛି। ଉଭୟଙ୍କ କ୍ଲୋଜ ଫଟୋ ଦେଖି  ଫ୍ୟାନ୍‌ମାନେ ଏହା  ଅନୁମାନ କରୁଛନ୍ତି । ସେ ବିଗ୍‌ ବସ୍‌ରେ ଅଧିକ ସମୟ ପର୍ଯ୍ୟନ୍ତ ମଧ୍ୟ ରହିଥିଲେ। ୨୬  ବର୍ଷୀୟା ଶିବାଶିଷ୍‌ ରଶ୍ମୀଙ୍କ ସହ ଏକ ସେଲ୍‌ଫି ସୋଶାଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି। ଏହା ସହ ରଶ୍ମୀ ମଧ୍ୟ ତାଙ୍କ ସୋଶାଲ୍‌ ସାଇଟ୍‌ ଇନଷ୍ଟାଗ୍ରାମ୍‌ରେ ଏହି ଫଟୋଟିକୁ ପୋଷ୍ଟ କରିଛନ୍ତି।
https://www.instagram.com/p/BvvrLPfFPrY/?utm_source=ig_web_copy_link

Advertisment

ରଶ୍ମୀ କିଛି ଦିନ ପୂର୍ବରୁ ଏକ ଫଟୋ ପୋଷ୍ଟ କରି ଲେଖିଥିଲେ ଯେ, “ବିନା କାରଣରେ ହସିବା, ସକାଳ ପର୍ଯ୍ୟନ୍ତ ପାର୍ଟି କରିବା, କୌଣସି ଲୋକଙ୍କୁ ଏତେ ପାଖରୁ ଦେଖିବା ପାଇଁ ବହୁତ ଶକ୍ତି ଆବଶ୍ୟକ। ଦୁନିଆ ଆପଣଙ୍କ ଆକ୍ସନ ଦେଖି ଆପଣଙ୍କୁ ଜଜ୍‌ କରିଥାଏ। କିନ୍ତୁ ଆପଣ ଭୁଲନ୍ତୁ ନାହିଁ ଯେ, ଏହା ଆପଣଙ୍କ ଲାଇଫ୍‌। ଆଉ ଆପଣ ଏଥିପାଇଁ ବଞ୍ଚୁଛନ୍ତି। ଆମକୁ ସେହି ସବୁ କାମ କରିବା ଦରକାର ଯାହା ଦ୍ୱାରା ଆମେ ଭଲ ପାଇବା ଏବଂ ଖୁସୀ ପାଇପାରିବା।  ମୁଁ ଯେ ପର୍ଯ୍ୟନ୍ତ ହୋଇପାରିବ  ତୁମ ସହ ରହିବି। ଲଭ୍‌ ୟୁ ଶିବାଶିଷ୍‌”।
https://www.instagram.com/p/BvqFaRbFCbP/?utm_source=ig_web_copy_link

ଏହି ପୋଷ୍ଟରେ ଶିବାଶିଷ୍‌ ରିପ୍ଲାଏ ଦେଇ କହିଥିଲେ ଯେ, ତୁମେ କିଛି ଅଧିକା କହିଦେଇନ ତ? ତେବେ କିଛି ଦିନ ପୂର୍ବରୁ ରଶ୍ମୀ ଏକ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ବିଗ୍‌ବସ୍‌ ପ୍ରତିଯୋଗୀ ଦିପକ୍‌ କମେଣ୍ଟ ଦେଇ ତାଙ୍କୁ ଚିଡ଼ାଇବାକୁ ଚେଷ୍ଟା କରିଥିଲେ।
https://www.instagram.com/p/Buja48eFq0k/?utm_source=ig_web_copy_link

Advertisment

ରଶ୍ମୀ ସୋଶାଲ୍‌ ମିଡିଆରେ ବହୁତ ଆକ୍ଟିଭ୍‌ ରହୁଛନ୍ତି। ଆଉ ତାଙ୍କର ଇନଷ୍ଟାଗ୍ରାମ୍‌ରେ  ବହୁତ ଫଲୋଅର୍ସ ଅଛନ୍ତି। ସେ ପ୍ରାୟ ସବୁବେଳେ କିଛି ନା କିଛି ଫଟୋ ତାଙ୍କ ଇନଷ୍ଟାଗ୍ରାମ୍‌ରେ ଶେଆର୍‌ କରୁଛନ୍ତି।

ତେବେ ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ବିଗ୍‌ ବସ୍‌ର ଆରମ୍ଭରୁ ରଶ୍ମୀ ବାହାରି ଯାଇଥିଲେ। କିନ୍ତୁ ଶିବାଶିଷ୍‌ ବିଗ୍‌ବସ୍‌ରେ ବହୁ ସମୟ ପର୍ଯ୍ୟନ୍ତ ରହିଥିଲେ।