/odisha-reporter/media/post_attachments/uploads/2021/01/mr-beans.jpg)
mr-beans
ନଆଦିଲ୍ଲୀ: ହଲିଉଡର ଚର୍ଚ୍ଚିତ ହାସ୍ୟ ଅଭିନେତା ରୋବନ ଏଟକିଂସନ । ପୁରା ଦୁନିଆରେ ସେ ‘ମିଷ୍ଟର୍ ବିନ୍’ ନାଁରେ ପ୍ରସିଦ୍ଧ । ସମସ୍ତେ ତାଙ୍କ ‘ମିଷ୍ଟର୍ ବିନ୍’ ଚରିତ୍ରକୁ ବେଶ ପସନ୍ଦ କରନ୍ତି । ରୋବନ ଅନକ ଗୁଡିଏ ଫିଲ୍ମ ଏବଂ ନାଟକରେ କାମ କରିଛନ୍ତି କିନ୍ତୁ ଲୋକେ ତାଙ୍କୁ ଆଜି ବି ‘ମିଷ୍ଟର୍ ବିନ୍’ ରୂପେ ହିଁ ଚିହ୍ନନ୍ତି । ତେବେ ଏହି ପ୍ରସିଦ୍ଧ ‘ମିଷ୍ଟର୍ ବିନ୍’ ଆଉ ଆସିବେନି । ଲୋକଙ୍କ ଆଗରୁ ଦୂରେଇ ଯିବେ । ଆଉ ଦେଖିବାକୁ ମିଳିବନି ‘ମିଷ୍ଟର୍ ବିନ୍’ଙ୍କ ନଟଖଟି ଚରିତ୍ର । ଏନେଇ ନିଜେ ଅଭିନେତା ରୋବନ ଏଟକିଂସନ ସୂଚନା ଦେଇଛନ୍ତି।/odisha-reporter/media/post_attachments/wp-content/uploads/2021/01/mr-beans-1.jpg)
ନିକଟରେ ରୋବନ କହିଛନ୍ତି, ମୁଁ ଆଉ ‘ମିଷ୍ଟର୍ ବିନ୍’ ଚରିତ୍ରରେ ଅଭିନୟ କରିବି ନାହିଁ । କିନ୍ତୁ ଆଗକୁ ଏହି ଚରିତ୍ର ଉପରେ ନିର୍ମାଣ ହେବାକୁ ଯାଉଥିବା ଆନିମେଟେଡ ସିରିଜରେ ଭଏସ୍ ଦେବି । ମୋ ପାଇଁ ଏହି ଚରିତ୍ରକୁ କେବଳ ଭଏସ ରୂପେ ପରଦାରେ ନିଭାଇବା ସହଜ। ମୋତେ ଆଉ ଏହି ଚିରତ୍ରରେ ଅଭିନୟ କରିବାକୁ ଭଲ ଲାଗୁ ନାହିଁ । ଏହି ଚରିତ୍ର ପାଇଁ ମୋତେ ବଡ ଦାୟିତ୍ୱ ମୁଣ୍ଡେଇବାକୁ ପଡୁଛି ବୋଲି ରୋବନ୍ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ୧୯୯୦ରେ ପ୍ରଥମ ଥର ପାଇଁ ଟେଲିଭିଜନରେ ‘ମିଷ୍ଟର୍ ବିନ୍’ର ଚରିତ୍ର ଦେଖିବାକୁ ମିଳିଥିଲା । ଏହାପରେ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଯାଇଥିଲେ ‘ମିଷ୍ଟର୍ ବିନ୍’ ଏବଂ ରୋବନ ଏଟକିଂସନ । ‘ମିଷ୍ଟର୍ ବିନ୍’ଙ୍କ ଫେସବୁକ ପେଇଜକୁ ସାରା ବିଶ୍ୱରେ ସବୁଠୁ ଅଧିକ ପସନ୍ଦ କରାଯାଇଛି । ଏହା ବିଶ୍ୱର ୧୦ ନମ୍ବର ସ୍ଥାନରେ ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
