Advertisment

‘ଶକ୍ତି: ଅସ୍ତିତ୍ୱ କେ ଏହଶାସ୍’ରୁ ବିଦାୟ ନେବେ ରୂବିନା

ମୁମ୍ବାଇ: ଟେଲିଭିଜନ ଲୋକପ୍ରିୟ ଶୋ’ ‘ଶକ୍ତି: ଅସ୍ତିତ୍ୱ କେ ଏହଶାସ’ ଅନେକ ଦିନ ହେଲାଣି ଦର୍ଶକଙ୍କର ମନୋରଞ୍ଜନ କରୁଛି। ଏବେ ସିରିଏଲ୍‌ରେ ଚାଲିଥିବା ମା- ଝିଅର ନୂଆ ଟ୍ରାକ୍‌ ଦର୍ଶକଙ୍କୁ ବେଶ୍ ଭଲ ଲାଗୁଛି। ଦର୍ଶକ ଏଥିରେ ଲିଡ୍‌ ରୋଲ୍‌ରେ ଅଭିନୟ କରୁଥିବା ରୁବିନା ଦିଲୈକ୍‌ଙ୍କୁ ଦେଖିବାକୁ ବେଶ୍‌ ପସନ୍ଦ କରୁଛନ୍ତି।  ହେଲେ ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ନିରାଶ କରିଦେବ। https://www.instagram.com/p/B6f2SlNJjmz/?utm_source=ig_web_copy_link ସୂଚନା ଅନୁଯାୟୀ, ‘ଶକ୍ତି: ଅସ୍ତିତ୍ୱ କେ ଏହଶାସ୍’ରେ  […]

author-image
Chinmayee Roy
‘ଶକ୍ତି: ଅସ୍ତିତ୍ୱ କେ ଏହଶାସ୍’ରୁ ବିଦାୟ ନେବେ ରୂବିନା

shakti

ମୁମ୍ବାଇ: ଟେଲିଭିଜନ ଲୋକପ୍ରିୟ ଶୋ’ ‘ଶକ୍ତି: ଅସ୍ତିତ୍ୱ କେ ଏହଶାସ’ ଅନେକ ଦିନ ହେଲାଣି ଦର୍ଶକଙ୍କର ମନୋରଞ୍ଜନ କରୁଛି। ଏବେ ସିରିଏଲ୍‌ରେ ଚାଲିଥିବା ମା- ଝିଅର ନୂଆ ଟ୍ରାକ୍‌ ଦର୍ଶକଙ୍କୁ ବେଶ୍ ଭଲ ଲାଗୁଛି। ଦର୍ଶକ ଏଥିରେ ଲିଡ୍‌ ରୋଲ୍‌ରେ ଅଭିନୟ କରୁଥିବା ରୁବିନା ଦିଲୈକ୍‌ଙ୍କୁ ଦେଖିବାକୁ ବେଶ୍‌ ପସନ୍ଦ କରୁଛନ୍ତି।  ହେଲେ ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ନିରାଶ କରିଦେବ।

Advertisment

https://www.instagram.com/p/B6f2SlNJjmz/?utm_source=ig_web_copy_link

ସୂଚନା ଅନୁଯାୟୀ, ‘ଶକ୍ତି: ଅସ୍ତିତ୍ୱ କେ ଏହଶାସ୍’ରେ  ୪ ବର୍ଷ ଅଭିନୟ କରି ଦର୍ଶକଙ୍କ ମନ ଜିତିବା ପରେ ଏବେ ରୁବିନା ଶୋ’ରୁ ବିଦାୟ ନେବାକୁ ଯାଉଛନ୍ତି। ଖୁବ୍‌ଶୀଘ୍ର ଏହି ଶୋ କିଛି ଦିନ ଆଗକୁ ବଢ଼ିଯିବ, ଯାହା ପରେ ରୁବିନା ଆଉ ଏଥିରେ ଦେଖାଯିବେ ନାହିଁ । ଆଉ ଏକଥା ନିଜେ ରୁବିନା ଏକ ସାକ୍ଷାତ୍‌କାର୍‌ରେ କହିଛନ୍ତି।

https://www.instagram.com/p/B6vBoukJ6uf/?utm_source=ig_web_copy_link

ଅନ୍ୟପଟେ, କୁହାଯାଉଛି ଯେ ରୁବିନା ଏହି ଶୋ’ରେ ମା’ ଭୂମିକାରେ ଅଭିନୟ ଜାରି ରଖିବାକୁ ରାଜି ଥିଲେ। କିନ୍ତୁ ନିର୍ମାତା ଶୋ’ ପାଇଁ କିଛି ଅଲଗା ଯୋଜନା କରୁଛନ୍ତି। ସେ ଏଥିରେ କିଛି ନୂଆ ଟ୍ୱିଷ୍ଟ ଆଣ୍ଡ ଟର୍ଣ୍ଣସ୍ ଆଣିବାକୁ ଚାହୁଁଛନ୍ତି। ତେଣୁ ଶୋ’ରେ ସୌମ୍ୟାର ଭୂମିକାକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ଏହି ଲିପ୍‌ ପରେ ଶୋ’ରେ ଜିଜ୍ଞାସା ସିଂହ ଓ ସିମ୍ବା ନାଗପାଳ  ଲିଡ୍‌ ରୋଲ୍‌ରେ ନଜର ଆସିବେ। ଏମାନେ ଏଥିପାଇଁ ଶୁଟିଂ ମଧ୍ୟ ଆରମ୍ଭ କରିଦେଲେଣି।

Advertisment