ସାଉଥ ସୁପରଷ୍ଟାରଙ୍କ ପାଇଁ ହଙ୍ଗାମା, ହଲ୍‌ ଭିତରେ ଦଳାଚକଟା

ବିଶାଖାପଟନା: ହଲ ଭିତରେ ହଙ୍ଗାମା। ସାଉଥ ସୁପରଷ୍ଟାରଙ୍କ ପାଇଁ ଜମିଲା ଭିଡ ଆଉ ତା’ପରେ ହେଲା ଦଳାଚକଟା। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବିଶାଖାପଟନମ ସହରରେ। ସାଉଥ ସୁପରଷ୍ଟାର ପବନ କଲ୍ୟାଣଙ୍କ ପାଇଁ ବିଶାଖାପଟନମ୍‌ର ସଙ୍ଗମ ଶରଥ ଥିଏଟର ଭିତରେ ହଙ୍ଗାମା ହୋଇଛି। ସୋମବାର ଦିନ ସାଉଥଷ୍ଟାର ପବନ କଲ୍ୟାଣଙ୍କ ଅପକମିଂ ଫିଲ୍ମ `ଓକିଲ ସାହବ’ର ଟ୍ରେଲର ରିଲିଜ ହୋଇଛି। ଦୀର୍ଘ ୨ ବର୍ଷର ବିରତି ଉପରେ ଏହି ଫିଲ୍ମ ଜରିଆରେ ସେ ପୁଣିଥରେ ବଡ […]

pawan kalyan

pawan kalyan

Madhupriya Mistry
  • Published: Tuesday, 30 March 2021
  • Updated: 30 March 2021, 06:00 PM IST

Sports

Latest News

ବିଶାଖାପଟନା: ହଲ ଭିତରେ ହଙ୍ଗାମା। ସାଉଥ ସୁପରଷ୍ଟାରଙ୍କ ପାଇଁ ଜମିଲା ଭିଡ ଆଉ ତା'ପରେ ହେଲା ଦଳାଚକଟା। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବିଶାଖାପଟନମ ସହରରେ।

ସାଉଥ ସୁପରଷ୍ଟାର ପବନ କଲ୍ୟାଣଙ୍କ ପାଇଁ ବିଶାଖାପଟନମ୍‌ର ସଙ୍ଗମ ଶରଥ ଥିଏଟର ଭିତରେ ହଙ୍ଗାମା ହୋଇଛି। ସୋମବାର ଦିନ ସାଉଥଷ୍ଟାର ପବନ କଲ୍ୟାଣଙ୍କ ଅପକମିଂ ଫିଲ୍ମ `ଓକିଲ ସାହବ'ର ଟ୍ରେଲର ରିଲିଜ ହୋଇଛି। ଦୀର୍ଘ ୨ ବର୍ଷର ବିରତି ଉପରେ ଏହି ଫିଲ୍ମ ଜରିଆରେ ସେ ପୁଣିଥରେ ବଡ ପରଦାକୁ ଫେରିଛନ୍ତି। ଟ୍ରେଲର ରିଲିଜ ହେବା ଖବର ପାଇବା ପରେ ପବନ କଲ୍ୟାଣଙ୍କ ଫ୍ୟାନ୍ସମାନେ ପାଗଳ ହୋଇଯାଇଥିଲେ।

ଟ୍ରେଲର ରିଲିଜର ଦୁଇ ଘଣ୍ଟା ପୂର୍ବରୁ ଶତାଧିକ ସଂଖ୍ୟାରେ ପ୍ରଶଂସକମାନେ ଥିଏଟର ବାହାରେ ଭିଡ ଜମାଇଥିଲେ। ଏଥିସହ ପ୍ରଶଂସକମାନେ ପବନ କଲ୍ୟାଣ ଫଟୋକୁ ପୂଜା କରିବା ସହ ନଡିଆ ଚଢ଼ାଇ ଥିଲେ। କେବଳ ସେତିକି ନୁହେଁ ବାଜା ବଜାଇ ବାଣ ଫୁଟାଇ ଉତ୍ସାହ ମନାଇ ଥିଲେ।

ଏହି ଉତ୍ସାହ ଦେଖୁ ଦେଖୁ  ଧୀରେ ଧୀରେ ହଙ୍ଗାମାରେ ପରିଣତ ହୋଇଥିଲା। ହଲ ଭିତରେ ଲୋକେ ଜୋର ଜବରଦସ୍ତ ପ୍ରବେଶ କରିବା ସହ ଦଳଚକଟା ଯାଏଁ କଥା ଯାଇଥିଲା। ଏହି ଦଳାଚକଟାରେ ହଲ ଭିତରର କିଛି କାଚ ଭାଙ୍ଗି ଯାଇଥିବା ବେଳେ ୩ରୁ ୪ ଜଣ ବ୍ୟକ୍ତି ଆହତ ହୋଇଥିଲେ। ତେବେ ଆହତ ହେବା ସତ୍ତ୍ୱେ ମଧ୍ୟ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ କମିନଥିଲା। ଏହି ସମସ୍ତ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ, ଫିଲ୍ମମେକରମାନେ ତେଲୁଗୁ ଫିଲ୍ମ `ଓକିଲ ସାହବ'ର ଟ୍ରେଲରକୁ ହୋଲି ଅବସରରେ ରିଲିଜ କରିଛନ୍ତି। ଏହାର ଲିଡ୍‌ ରୋଲରେ ପବନ କଲ୍ୟାଣ ଅଛନ୍ତି। ଏଥିରେ ତାଙ୍କୁ ଜଣେ ଓକିଲ ଚରିତ୍ରରେ ଦେଖିବାକୁ ମିଳିବ। ଏହି ଫିଲ୍ମଟି ଅମିତାଭ ବଚ୍ଚନଙ୍କ ବଲିଉଡ ଫିଲ୍ମ `ପିଙ୍କ'ର ତେଲୁଗୁ ରିମେକ୍।

https://twitter.com/ANI/status/1376710765843861506?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1376710765843861506%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fndtv.in%2Findia-news%2Fchaos-at-theatre-during-pawan-kalyans-film-trailer-release-watch-video-2401943

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos