Advertisment

ସାଉଥ ସୁପରଷ୍ଟାରଙ୍କ ପାଇଁ ହଙ୍ଗାମା, ହଲ୍‌ ଭିତରେ ଦଳାଚକଟା

ବିଶାଖାପଟନା: ହଲ ଭିତରେ ହଙ୍ଗାମା। ସାଉଥ ସୁପରଷ୍ଟାରଙ୍କ ପାଇଁ ଜମିଲା ଭିଡ ଆଉ ତା’ପରେ ହେଲା ଦଳାଚକଟା। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବିଶାଖାପଟନମ ସହରରେ। ସାଉଥ ସୁପରଷ୍ଟାର ପବନ କଲ୍ୟାଣଙ୍କ ପାଇଁ ବିଶାଖାପଟନମ୍‌ର ସଙ୍ଗମ ଶରଥ ଥିଏଟର ଭିତରେ ହଙ୍ଗାମା ହୋଇଛି। ସୋମବାର ଦିନ ସାଉଥଷ୍ଟାର ପବନ କଲ୍ୟାଣଙ୍କ ଅପକମିଂ ଫିଲ୍ମ `ଓକିଲ ସାହବ’ର ଟ୍ରେଲର ରିଲିଜ ହୋଇଛି। ଦୀର୍ଘ ୨ ବର୍ଷର ବିରତି ଉପରେ ଏହି ଫିଲ୍ମ ଜରିଆରେ ସେ ପୁଣିଥରେ ବଡ […]

ଅଦ୍ୟତନ ହୋଇଛି
ସାଉଥ ସୁପରଷ୍ଟାରଙ୍କ ପାଇଁ ହଙ୍ଗାମା, ହଲ୍‌ ଭିତରେ ଦଳାଚକଟା

pawan kalyan

Advertisment

ବିଶାଖାପଟନା: ହଲ ଭିତରେ ହଙ୍ଗାମା। ସାଉଥ ସୁପରଷ୍ଟାରଙ୍କ ପାଇଁ ଜମିଲା ଭିଡ ଆଉ ତା'ପରେ ହେଲା ଦଳାଚକଟା। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବିଶାଖାପଟନମ ସହରରେ।

Advertisment

ସାଉଥ ସୁପରଷ୍ଟାର ପବନ କଲ୍ୟାଣଙ୍କ ପାଇଁ ବିଶାଖାପଟନମ୍‌ର ସଙ୍ଗମ ଶରଥ ଥିଏଟର ଭିତରେ ହଙ୍ଗାମା ହୋଇଛି। ସୋମବାର ଦିନ ସାଉଥଷ୍ଟାର ପବନ କଲ୍ୟାଣଙ୍କ ଅପକମିଂ ଫିଲ୍ମ `ଓକିଲ ସାହବ'ର ଟ୍ରେଲର ରିଲିଜ ହୋଇଛି। ଦୀର୍ଘ ୨ ବର୍ଷର ବିରତି ଉପରେ ଏହି ଫିଲ୍ମ ଜରିଆରେ ସେ ପୁଣିଥରେ ବଡ ପରଦାକୁ ଫେରିଛନ୍ତି। ଟ୍ରେଲର ରିଲିଜ ହେବା ଖବର ପାଇବା ପରେ ପବନ କଲ୍ୟାଣଙ୍କ ଫ୍ୟାନ୍ସମାନେ ପାଗଳ ହୋଇଯାଇଥିଲେ।

ଟ୍ରେଲର ରିଲିଜର ଦୁଇ ଘଣ୍ଟା ପୂର୍ବରୁ ଶତାଧିକ ସଂଖ୍ୟାରେ ପ୍ରଶଂସକମାନେ ଥିଏଟର ବାହାରେ ଭିଡ ଜମାଇଥିଲେ। ଏଥିସହ ପ୍ରଶଂସକମାନେ ପବନ କଲ୍ୟାଣ ଫଟୋକୁ ପୂଜା କରିବା ସହ ନଡିଆ ଚଢ଼ାଇ ଥିଲେ। କେବଳ ସେତିକି ନୁହେଁ ବାଜା ବଜାଇ ବାଣ ଫୁଟାଇ ଉତ୍ସାହ ମନାଇ ଥିଲେ।

Advertisment

ଏହି ଉତ୍ସାହ ଦେଖୁ ଦେଖୁ  ଧୀରେ ଧୀରେ ହଙ୍ଗାମାରେ ପରିଣତ ହୋଇଥିଲା। ହଲ ଭିତରେ ଲୋକେ ଜୋର ଜବରଦସ୍ତ ପ୍ରବେଶ କରିବା ସହ ଦଳଚକଟା ଯାଏଁ କଥା ଯାଇଥିଲା। ଏହି ଦଳାଚକଟାରେ ହଲ ଭିତରର କିଛି କାଚ ଭାଙ୍ଗି ଯାଇଥିବା ବେଳେ ୩ରୁ ୪ ଜଣ ବ୍ୟକ୍ତି ଆହତ ହୋଇଥିଲେ। ତେବେ ଆହତ ହେବା ସତ୍ତ୍ୱେ ମଧ୍ୟ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ କମିନଥିଲା। ଏହି ସମସ୍ତ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ, ଫିଲ୍ମମେକରମାନେ ତେଲୁଗୁ ଫିଲ୍ମ `ଓକିଲ ସାହବ'ର ଟ୍ରେଲରକୁ ହୋଲି ଅବସରରେ ରିଲିଜ କରିଛନ୍ତି। ଏହାର ଲିଡ୍‌ ରୋଲରେ ପବନ କଲ୍ୟାଣ ଅଛନ୍ତି। ଏଥିରେ ତାଙ୍କୁ ଜଣେ ଓକିଲ ଚରିତ୍ରରେ ଦେଖିବାକୁ ମିଳିବ। ଏହି ଫିଲ୍ମଟି ଅମିତାଭ ବଚ୍ଚନଙ୍କ ବଲିଉଡ ଫିଲ୍ମ `ପିଙ୍କ'ର ତେଲୁଗୁ ରିମେକ୍।

https://twitter.com/ANI/status/1376710765843861506?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1376710765843861506%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fndtv.in%2Findia-news%2Fchaos-at-theatre-during-pawan-kalyans-film-trailer-release-watch-video-2401943

Tollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe