Advertisment

ଲାମା ହାତେଇଲେ ସା ରେ ଗା ମା ପା ଲିଟିଲ୍ ଚାମ୍ପ ଟ୍ରଫି

ସା ରେ ଗା ମା ପା ଟେଲିଭିଜନର ପପୁଲାର ରିଆଲିଟି ଶୋ’ମଧ୍ୟରୁ ଗୋଟିଏ। ଗତ ତିନି ମାସ ହେବ ଏହି ସିଙ୍ଗିଙ୍ଗ ଶୋ’ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଆସୁଛି। ଏବେ ପ୍ରତିଯୋଗୀ ଜେଟସେନ୍ ଡୋହନା ଗ୍ରାଣ୍ଡ ଫିନାଲେରେ ସାରେଗାମାପା ଲିଟିଲ ଚାମ୍ପର ଟ୍ରଫି ହାତେଇଛନ୍ତି।

ଅଦ୍ୟତନ ହୋଇଛି
sa-re-ga-ma-pa-lil champs season-9 winner

ଲାମା ହାତେଇଲେ ସା ରେ ଗା ମା ପା ଲିଟିଲ୍ ଚାମ୍ପ ଟ୍ରଫି

Advertisment

୯ ବର୍ଷୀୟ କୁନି ସିଙ୍ଗର ହାତେଇଲେ ସିଙ୍ଗିଙ୍ଗ ରିଆଲିଟି ଶୋ’ ସାରେଗାମାପା ଲିଟିଲ ଚାମ୍ପ-୯ର ଟ୍ରଫି। ତିନି ମାସ ପରେ ଏହି ସିଙ୍ଗିଙ୍ଗ ରିଆଲିଟି ଶୋ’କୁ ମିଳିଲା ନୂଆ ସିଙ୍ଗର୍। ସମସ୍ତଙ୍କୁ ପଛରେ ପକାଇ ବିଜୟୀ ହେଲେ ଜେଟସେନ ଡୋହନା ଲାମା। ଟ୍ରଫି ସହ ସେ ୧୦ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଜିତିଛନ୍ତି।

Advertisment

ସା ରେ ଗା ମା ପା ଟେଲିଭିଜନର ପପୁଲାର ରିଆଲିଟି ଶୋ’ମଧ୍ୟରୁ ଗୋଟିଏ। ଗତ ତିନି ମାସ ହେବ ଏହି ସିଙ୍ଗିଙ୍ଗ ଶୋ’ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଆସୁଛି। ଏବେ ପ୍ରତିଯୋଗୀ ଜେଟସେନ୍ ଡୋହନା ଗ୍ରାଣ୍ଡ ଫିନାଲେରେ ସାରେଗାମାପା ଲିଟିଲ ଚାମ୍ପର ଟ୍ରଫି ହାତେଇଛନ୍ତି। ଅନ୍ୟପଟେ ହର୍ଷ ସିକନ୍ଦର ପ୍ରଥମ ଓ ଜ୍ଞାନେଶ୍ୱରୀ ଘାଡଗେ ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି। 

ଫିନାଲେ ଏପିସୋଡ୍‌ରେ ଟପ୍ ୬ ପ୍ରତିଯୋଗୀଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା। ହର୍ଷ ସିକନ୍ଦର, ରାଫା ଯାସମିନ, ଅର୍ଥବ ବକ୍ସି, ଅତନୁ ମିଶ୍ରା, ଜେଟସେନ ଡୋହନା ଲାମା ଓ ଜ୍ଞାନେଶ୍ୱରୀ ଘାଡଗେଙ୍କ ମଧ୍ୟରେ ଜବରଦସ୍ତ ଲଢ଼େଇ ହୋଇଥିଲା। ତେବେ ଶେଷରେ ସମସ୍ତଙ୍କୁ ପଛରେ ପକାଇ ଜେଟସେନ୍ ବିଜୟ ହାସଲ କରିଛନ୍ତି। 

Advertisment

ନିକଟରେ ଜେଟ୍‌ସେନଙ୍କ ସ୍ୱର ଶୁଣି ଖୁସି ହୋଇଯାଇଥିଲେ ବଲିଉଡର ଡ୍ରିମ ଗାର୍ଲ ହେମା ମାଲିନି । ସେ ଜେଟସେନ୍‌ଙ୍କ ଭଏସ୍‌କୁ ପ୍ରଶଂସା କରିବା ସହ ଦିବଙ୍ଗତ ସିଙ୍ଗର ଲତା ମଙ୍ଗେସରଙ୍କ ସହ ତାଙ୍କ ତୁଳନା କରିଥିଲେ। 

ରକ୍ ମ୍ୟୁଜିକ୍‌ରେ ରୁଚି ରଖୁଥିବା ଜେଟସେନ୍ ତିନି ବର୍ଷ ବୟସରୁ ହିଁ ଗୀତ ଶିଖୁଛନ୍ତି। ଟ୍ରଫି ଜିତିବା ପରେ ସେ ବେଶ୍ ଉତ୍ସାହ ଥିବା କହିଛନ୍ତି। ତାଙ୍କ ସ୍ୱପ୍ନ ସତ ହୋଇଥିବା ଲାଗି ସେ ବେଶ୍ ଖୁସି ଥିବ କହିଛନ୍ତି। ଏଥିସହ ସେ ନିଜର ସମସ୍ତ ଗୁରୁଙ୍କୁ ଧନ୍ୟବାଦ ଜଣାଇଛନ୍ତି।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe