Untitled
ମୁମ୍ୱାଇ : ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ବର୍ତ୍ତମାନ ତାଙ୍କ ଫିଲ୍ମ ‘ସାଣ୍ଢ କି ଆଁଖ୍’ର ପ୍ରୋମୋସନ୍ କରିବାରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଜଣେ ମହିଳା ସାମ୍ୱାଦିକଙ୍କ ପ୍ରଶ୍ନରେ ତାପସୀ ରାଗି ଯାଇଥିବା ଖବର ଶୁଣିବାକୁ ମିଳିଛି।
ଫିଲ୍ମ ‘ସାଣ୍ଢ କି ଆଁଖ୍’ ଦୁଇଟି ବୟସ୍କ ମହିଳାଙ୍କ କାହାଣୀ ଉପରେ ପର୍ଯ୍ୟବସିତ। ଏଥିରେ ଭୂମି ପେଡନାକର ଓ ତାପସୀ ପନ୍ନୁ ସେହି ବୟସ୍କ ମହିଳାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।
ରିପୋର୍ଟ ଅନୁସାରେ ବୁଧବାର ଭୂମି ପେଡନାକରଙ୍କ ସହିତ ତାପସୀ ଫିଲ୍ମର ପ୍ରୋମୋସନ୍ କରିବା ପାଇଁ ପହଞ୍ଚିଥିଲେ। ଫିଲ୍ମର ପ୍ରୋମୋସନରେ ଇଣ୍ଟରଭ୍ୟୁ ନେଉଥିବା ମହିଳା ସାମ୍ୱାଦିକ ଜଣକ ତାପସୀଙ୍କୁ କହିଥିଲେ, ‘ଫିଲ୍ମ ସାଣ୍ଢ କି ଆଁଖ୍’ ଏପରି ଦୁଇଜଣ ବୟସ୍କ ମହିଳାଙ୍କ କାହାଣୀ, ଯାହା ନାରୀ ସଶକ୍ତୀକରଣକୁ ବ୍ୟକ୍ତ କରୁଛି।/odisha-reporter/media/post_attachments/wp-content/uploads/2019/10/t3.jpg)
#metoo ଅଭିଯାନ ପରେ ବଲିଉଡ୍ରେ କିଛି ପରିବର୍ତ୍ତନ ଆସିଛି କି ? କାହିଁକିନା ବର୍ତ୍ତମାନ ଦେଖିବାକୁ ଗଲେ ଏହି ପ୍ରସଙ୍ଗ ଏକ ପ୍ରକାର ଶେଷ ହୋଇଯାଇଛି। ଆପଣଙ୍କୁ ଲାଗୁନାହିଁ ଏହାକୁ ଜାରି ରଖିବାର ଆବଶ୍ୟକତା ରହିଛି। ଜଣେ ମହିଳା ଭାବରେ ଆପଣ ଏହାକୁ କିପରି ଦେଖୁଛନ୍ତି ବୋଲି ସାମ୍ୱାଦିକ ଜଣକ ପ୍ରଶ୍ନ କରିଥିଲେ।
ଏହା ପ୍ରଶ୍ନ ଶୁଣିବା ମାତ୍ରେ ହିଁ ତାପସୀ ରାଗି ଯାଇଥିଲେ। କେଉଁ ପ୍ରଶ୍ନ କରିବା ଉଚିତ ଓ ନୁହେଁ, ଏହା ପ୍ରଥମେ ଜାଣି ରଖନ୍ତୁ ବୋଲି ସାମ୍ୱାଦିକଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ତାପସୀଙ୍କୁ ରାଗ ମୁଡ୍ ଦେଖି ପରିସ୍ଥିତିକୁ ମ୍ୟାନେଜ୍ କରିନେଇଥିଲେ ମହିଳା ସାମ୍ୱାଦିକ ଶିଖା ଧାରିବାଲ୍ । ଏହାକୁ ନେଇ ସାମ୍ବାଦିକ ଜଣକ କହିଛନ୍ତି ଯେ, ତାପସୀଙ୍କ ବ୍ୟବହାର ଦେଖି ଲାଗିଲା ତାଙ୍କ ପାଇଁ ମହିଳା ସଶକ୍ତୀକରଣ ଏକ ଲୋକ ଦେଖାଣିଆ କଥା। ବୋଧହୁଏ ଗଣମାଧ୍ୟମ ଶିରୋନାମାରେ ରହିବା ପାଇଁ ସେ ଏସବୁ କରୁଛନ୍ତି। ଯଦି ସତରେ ସେ ମହିଳା ସଶକ୍ତୀକରଣ କଣ ବୁଝିଥା’ନ୍ତେ , ତେବେ ମୋର ପ୍ରଶ୍ନକୁ ଗମ୍ଭୀରତାର ସହିତ ନେଇ ଉତ୍ତର ରଖିଥା’ନ୍ତେ।’
ତାପସୀ ଓ ଭୂମିଙ୍କ ଅଭିନୀତ ‘ସାଣ୍ଢ କି ଆଁଖ୍’ ଫିଲ୍ମ ଅକ୍ଟୋବର ୨୫ ତାରିଖରେ ରିଲିଜ୍ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/Untitled.jpg)