Advertisment

ଟ୍ୟାକ୍ସ ଫ୍ରି ହେଲା ‘ସାଣ୍ଡ କି ଆଁଖ’

ମୁମ୍ବାଇ: ଉତ୍ତର ପ୍ରଦେଶ ପରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ‘ସାଣ୍ଡ କି ଆଁଖ’ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ଵିଟ କରି ଏହି ସୂଚନା ଦେଇଛନ୍ତି। ଏହି ଫିଲ୍ମରେ ତାପସୀ ପନ୍ନୁ ଏବଂ ଭୂମି ପେଡନେକର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଟ୍ୱିଟ୍‌ କରି କେଜ୍ରିୱାଲ୍ ଲେଖିଛନ୍ତି, “ଦିଲ୍ଲୀ ସରକାର ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଛନ୍ତି। ଏହି ଫିଲ୍ମ ମାଧ୍ୟମରେ ଦିଆଯାଉଥିବା ବାର୍ତ୍ତା ସବୁ ବର୍ଗର ଲୋକମାନଙ୍କ ପାଖରେ ପହଞ୍ଚିବା […]

author-image
Biswobandita Swain
ଟ୍ୟାକ୍ସ ଫ୍ରି ହେଲା ‘ସାଣ୍ଡ କି ଆଁଖ’

q

ମୁମ୍ବାଇ: ଉତ୍ତର ପ୍ରଦେଶ ପରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ‘ସାଣ୍ଡ କି ଆଁଖ’ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ଵିଟ କରି ଏହି ସୂଚନା ଦେଇଛନ୍ତି। ଏହି ଫିଲ୍ମରେ ତାପସୀ ପନ୍ନୁ ଏବଂ ଭୂମି ପେଡନେକର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Advertisment

ଟ୍ୱିଟ୍‌ କରି କେଜ୍ରିୱାଲ୍ ଲେଖିଛନ୍ତି, “ଦିଲ୍ଲୀ ସରକାର ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଛନ୍ତି। ଏହି ଫିଲ୍ମ ମାଧ୍ୟମରେ ଦିଆଯାଉଥିବା ବାର୍ତ୍ତା ସବୁ ବର୍ଗର ଲୋକମାନଙ୍କ ପାଖରେ ପହଞ୍ଚିବା ଦରକାର। ଏହି ଫିଲ୍ମରେ ସ୍ୱପ୍ନକୁ ସାକାର କରିବା ଯେଉଁ ଶକ୍ତି ଦରକାର, ତାହା ଦର୍ଶାଯାଇଛି।”

Advertisment

ସୂଚନାଯୋଗ୍ୟ, ତୁଷାର ହୀରାନନ୍ଦିନୀଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ଫିଲ୍ନରେ ପ୍ରକାଶ ଝା, ବିନୀତ କୁମାର ସିଂହ ଓ ପବନ ଚୋପ୍ରା ପ୍ରମୁଖ ଅଛନ୍ତି। ଭୂମି ଏବଂ ତାପସୀ ଏହି ଫିଲ୍ମରେ ଜବରଦସ୍ତ ଅଭିନୟ କରିଛନ୍ତି।