କାହାଣୀ କାହାର, ଚେହେରା କାହାର ଜାଣିବାକୁ ଚାହାନ୍ତି କି?

ମୁମ୍ବାଇ: ଉପରୋକ୍ତ ଫଟୋରେ ଆପଣ ଦୁଇ ବୃଦ୍ଧ ମହିଳାଙ୍କୁ ଦେଖୁଛନ୍ତି। ଜାଣିଛନ୍ତି ସେ ମହିଳା ଦୁଇଜଣ କିଏ। ଅନେକ ଏହି ଫଟୋକୁ ଚିହ୍ନି ପାରୁଥିଲେବି ଅନେକ ଚିହ୍ନି ପାରୁନଥିବେ। ତେବେ ଆମେ ଆପଣଙ୍କୁ ଆଉ ଦ୍ୱନ୍ଦ୍ୱରେ ନ ରଖି କହିଦେଉଛୁ ଯେ, ପୋଷ୍ଟରରେ ନଜର ଆସୁଥିବା ଏହି ଦୁଇ ଜଣ ବୃଦ୍ଧା ନୁହନ୍ତି । ଏମାନେ ହେଉଛନ୍ତି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ତାପସୀ ପନ୍ନୁ ଓ ଭୂମି ପାଡେନ୍‌କର। ଉଭୟଙ୍କର ଫ୍ୟାନ୍‌ ଫଲୋଇଙ୍ଗ୍‌ ଢେର ଅଧିକ । […]

tapsee

Sangita Sahoo
  • Published: Wednesday, 17 April 2019
  • , Updated: 17 April 2019, 12:36 PM IST

ମୁମ୍ବାଇ: ଉପରୋକ୍ତ ଫଟୋରେ ଆପଣ ଦୁଇ ବୃଦ୍ଧ ମହିଳାଙ୍କୁ ଦେଖୁଛନ୍ତି। ଜାଣିଛନ୍ତି ସେ ମହିଳା ଦୁଇଜଣ କିଏ। ଅନେକ ଏହି ଫଟୋକୁ ଚିହ୍ନି ପାରୁଥିଲେବି ଅନେକ ଚିହ୍ନି ପାରୁନଥିବେ। ତେବେ ଆମେ ଆପଣଙ୍କୁ ଆଉ ଦ୍ୱନ୍ଦ୍ୱରେ ନ ରଖି କହିଦେଉଛୁ ଯେ, ପୋଷ୍ଟରରେ ନଜର ଆସୁଥିବା ଏହି ଦୁଇ ଜଣ ବୃଦ୍ଧା ନୁହନ୍ତି । ଏମାନେ ହେଉଛନ୍ତି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ତାପସୀ ପନ୍ନୁ ଓ ଭୂମି ପାଡେନ୍‌କର। ଉଭୟଙ୍କର ଫ୍ୟାନ୍‌ ଫଲୋଇଙ୍ଗ୍‌ ଢେର ଅଧିକ । ଦୁହେଁ ଏକାଠି ଗୋଟିଏ ଫିଲ୍ମରେ ଅଭିନୟ କରୁଛନ୍ତି। ଆଉ ସେଥିପାଇଁ ସେମାନେ ଏମିତି ବେଶରେ ସଜବାଜ ନେଇଛନ୍ତି।

ଫିଲ୍ମ ଟି ହେଉଛି ‘ ସାଣ୍ଢ୍‌ କି ଆଙ୍ଖ୍‌’। ଏହି ଫିଲ୍ମଟି ଚନ୍ଦ୍ରୌ ତୋମର ଓ ପ୍ରକାଶୀ ତୋମରଙ୍କ ଜୀବନ ଉପରେ ଆଧାରିତ। ଫିଲ୍ମର ନିର୍ଦ୍ଦଶନା ଦେଇଛନ୍ତି ତୁଷାର ହୀରା ନନ୍ଦାନୀ।

ଯାହାର ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ଏହା ପୂର୍ବରୁ ଫିଲ୍ମର ଅନେକ ପୋଷ୍ଟର ସାମ୍ନାକୁ ଆସିଥିଲେ ବି ଭୂମି ଓ ତାପସିଙ୍କ ଲୁକ୍‌ ପ୍ରଥମଥର ସାମ୍ନାକୁ ଆସିଛି। ପୋଷ୍ଟରରେ ଦୁହିଁଙ୍କୁ ୬୦ ବର୍ଷର ବୁଢ଼ି ଚରିତ୍ରରେ ଦେଖିବାକୁ ମିଳିଛି। ପୋଷ୍ଟରରେ ଉଭୟ ତାପସୀ ଓ ଭୂମି  ଘାଗରା ଓ କୁର୍ତ୍ତା ପିନ୍ଧିଥିବା ଦେଖିବାକୁ ମିଳିଛି।
ତାପସୀ ଏହି ପୋଷ୍ଟର ଶେଆର କରି ଲେଖିଛନ୍ତି, ଏଥର ଦିପାବଳୀରେ ବାଣ ନୁହେଁ ଗୁଳି ଫୁଟିବ।

ଭୂମି ମଧ୍ୟ ଏହି ଫୋଟୋ ଶେଆର କରି ଲେଖିଛନ୍ତି, ଏହି ଚରିତ୍ର ଏବେ ପର୍ଯ୍ୟନ୍ତର ସବୁଠୁ କଷ୍ଟଦାୟକ ଓ ପ୍ରେରଣା ଦାୟକ ଚରିତ୍ର ମଧ୍ୟରେ ଗୋଟିଏ।
ଫିଲ୍ମଟି ଦିପାବଳୀରେ ରିଲିଜ୍‌ ହେବ।

Related story