Advertisment

‘ସାବଧାନ୍‌ ଇଣ୍ଡିଆ’ରେ ଅଜୟ

ମୁମ୍ୱାଇ: ଅଭିନେତା ତଥା ଫିଲ୍ମ ନିର୍ମାତା ଅଜୟ ଦେବଗନଙ୍କୁ ଖୁବ୍‌ଶୀଘ୍ର ଛୋଟ ପରଦାରେ ଦେଖିବାକୁ ମିଳିବ। ଲାଇଫ୍ ଓକେରେ ପ୍ରସାରିତ ହେଉଥିବା ‘ସାବଧାନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମରେ ସେ ଆଙ୍କରିଂ କରିବେ। ସେ ‘ସାବଧାନ୍‌ ଇଣ୍ଡିଆ’ର ନୂତନ ସିଜିନ୍‌ର ପ୍ରଚାର ବି କରିବେ। ଅଜୟ ‘ଲାଇଫ୍‌ ଓକେ’ ଦର୍ଶକଙ୍କ ସହ ଯୋଡ଼ି ହେବା ପାଇଁ ଅଧିକ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି,“ଏହି ସୋ’ର କିଛି ଅଧ୍ୟାୟରେ ମୁଁ ଉପସ୍ଥାପନା କରିବି। ଏଥର ନୂଆ ସିଜିନ୍‌ ସହ ଦର୍ଶକଙ୍କୁ ସୂଚନା […]

author-image
Rakesh Mallick
‘ସାବଧାନ୍‌ ଇଣ୍ଡିଆ’ରେ ଅଜୟ

ajay_devgn

ମୁମ୍ୱାଇ: ଅଭିନେତା ତଥା ଫିଲ୍ମ ନିର୍ମାତା ଅଜୟ ଦେବଗନଙ୍କୁ ଖୁବ୍‌ଶୀଘ୍ର ଛୋଟ ପରଦାରେ ଦେଖିବାକୁ ମିଳିବ। ଲାଇଫ୍ ଓକେରେ ପ୍ରସାରିତ ହେଉଥିବା ‘ସାବଧାନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମରେ ସେ ଆଙ୍କରିଂ କରିବେ। ସେ ‘ସାବଧାନ୍‌ ଇଣ୍ଡିଆ’ର ନୂତନ ସିଜିନ୍‌ର ପ୍ରଚାର ବି କରିବେ।

Advertisment

ଅଜୟ ‘ଲାଇଫ୍‌ ଓକେ’ ଦର୍ଶକଙ୍କ ସହ ଯୋଡ଼ି ହେବା ପାଇଁ ଅଧିକ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି,“ଏହି ସୋ’ର କିଛି ଅଧ୍ୟାୟରେ ମୁଁ ଉପସ୍ଥାପନା କରିବି। ଏଥର ନୂଆ ସିଜିନ୍‌ ସହ ଦର୍ଶକଙ୍କୁ ସୂଚନା ଦିଆଯିବ ଯେ ଲୋକେ ଅପରାଧ ବିରୋଧରେ ଲଢ଼ିବା ସହ ନିଜକୁ ଶକ୍ତ କରିବେ। ଏହି ସୋ’ ସହ ମୁଁ ଜଡ଼ିତ ହୋଇଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି।”

ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶିବାୟଃ’ ଅକ୍ଟୋବର ୨୮ରେ ରିଲିଜ୍‌ ହେବ। ବର୍ତ୍ତମାନ ସେ ଏହାର ପ୍ରମୋସନରେ ବ୍ୟସ୍ତ ଅଛନ୍ତି।

Advertisment