sabyasachi
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍ଡାଉନ୍ ବେଳେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ଅନେକ ଲୋକଙ୍କୁ ସାହାଯ୍ୟ କରିଥିବା ଦେଖିବାକୁ ମିଳିଥିଲା। ସଦ୍ୟ ସୂଚନା ଅନୁଯାୟୀ, ସବ୍ୟସାଚୀ ରାଜସ୍ଥାନରେ ଫସି ରହିଥିବା କିଛି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଜ ଖର୍ଚ୍ଚରେ ଫେରାଇ ଆଣିଛନ୍ତି। ଏଥିପାଇଁ ସେ ଦୁଇଟି ବସ୍ର ବ୍ୟବସ୍ଥା କରିଥିଲେ। ଗୋଟିଏ ବସ୍ ଭୁବନେଶ୍ୱରରୁ ଏବଂ ଅନ୍ୟଟି ବାରିପଦାରୁ ରାଜସ୍ଥାନ ଯାଇ ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଛି। ଏହି ବସ୍ ଦୁଇଟି ଉତ୍ତର ପ୍ରଦେଶରେ ପହଞ୍ଚି ସାରିଥିବା ଆଜି ଟ୍ୱିଟ୍ କରି ଜଣାଇଛନ୍ତି ସବ୍ୟସାଚୀ।
କିଛି ଦିନ ତଳେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଟ୍ୱିଟର ମାଧ୍ୟମରେ ସେଠାରେ ଫସିଥିବା ଛାତ୍ରଛାତ୍ରୀମାନେ ସହଯୋଗ ପାଇଁ ଅନୁରୋଧ କରିଥିଲେ। ଆଉ ଏହାପରେ ସବ୍ୟସାଚୀ ନିଜ ଖର୍ଚ୍ଚରେ ସେମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିଥିଲେ।
ତେବେ ପ୍ରଥମ ଥର ପାଇଁ ସବ୍ୟସାଚୀ ଏମିତି କାର୍ଯ୍ୟ କରିନାହାନ୍ତି। ପୂର୍ବରୁ ସେ ଲକ୍ଡାଉନ୍ ସମୟରେ ବାହାର ରାଜ୍ୟରେ ଅଟକି ରହିଥିବା ଶ୍ରମିକ ମାନଙ୍କୁ ଚଳିବା ପାଇଁ ଟଙ୍କା ପଠାଇଛନ୍ତି। ଏପରିକି ଟ୍ୱିଟରରେ ଅନୁରୋଧ କ୍ରମେ ସେ କାହା କାହା ପାଖକୁ ଔଷଧ ମଧ୍ୟ ପଠାଇଛନ୍ତି। ଏହା ସହିତ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କା ମଧ୍ୟ ଦାନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/sabyasachi.jpg)