Advertisment

୮୨ ବର୍ଷରେ ନିବିଡ଼ ପ୍ରେମ, ବିଚ୍ଛେଦ, ମିଳନ ଏବଂ ସବ୍ୟସାଚୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୮୨ ବର୍ଷ ବୟସରେ ବି ଜଣେ ନିରୋଳା ପ୍ରେମ କରିପାରେ। ପ୍ରେୟସୀ ପତ୍ନୀଙ୍କ ବିରହରେ ଖାଇବା ଛାଡ଼ିଦିଏ। ଆଉ ଶେଷରେ ରିଅଲ ହିରୋ ସବ୍ୟସାଚୀଙ୍କ ହସ୍ତକ୍ଷେପରେ ହୁଏ ପୁର୍ନମିଳନ। ଇଏ କୌଣସି ସିନେମା କାହାଣୀ ନୁହେଁ। ଆମେ କହୁଛୁ ୮୨ ବର୍ଷର ଜଗବନ୍ଧୁ ଏବଂ ୭୬ ବର୍ଷର ଗୌରୀଙ୍କ ପ୍ରେମ କାହାଣୀ କଥା। ଲକଡାଉନ୍‌ ପୂର୍ବରୁ ଗୌରୀ ସାହୁ ଗୁଜରାଟରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। କିନ୍ତୁ ଲକଡାଉନ୍‌ ଫଳରେ ସେଇଠି […]

୮୨ ବର୍ଷରେ ନିବିଡ଼ ପ୍ରେମ, ବିଚ୍ଛେଦ, ମିଳନ ଏବଂ ସବ୍ୟସାଚୀ

sabya-Cinema

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୮୨ ବର୍ଷ ବୟସରେ ବି ଜଣେ ନିରୋଳା ପ୍ରେମ କରିପାରେ। ପ୍ରେୟସୀ ପତ୍ନୀଙ୍କ ବିରହରେ ଖାଇବା ଛାଡ଼ିଦିଏ। ଆଉ ଶେଷରେ ରିଅଲ ହିରୋ ସବ୍ୟସାଚୀଙ୍କ ହସ୍ତକ୍ଷେପରେ ହୁଏ ପୁର୍ନମିଳନ। ଇଏ କୌଣସି ସିନେମା କାହାଣୀ ନୁହେଁ। ଆମେ କହୁଛୁ ୮୨ ବର୍ଷର ଜଗବନ୍ଧୁ ଏବଂ ୭୬ ବର୍ଷର ଗୌରୀଙ୍କ ପ୍ରେମ କାହାଣୀ କଥା।

Advertisment

ଲକଡାଉନ୍‌ ପୂର୍ବରୁ ଗୌରୀ ସାହୁ ଗୁଜରାଟରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। କିନ୍ତୁ ଲକଡାଉନ୍‌ ଫଳରେ ସେଇଠି ରହିଯାଇଥିଲେ। ଏପଟେ କିନ୍ତୁ ସ୍ୱାମୀ ଜଗବନ୍ଧୁ ସାହୁ ଓଡ଼ିଶାର ସୋରରେ ରହିଯାଇଥିଲେ। ପତ୍ନୀଙ୍କୁ ଘରକୁ ଫେରାଇବାକୁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ମନର ମାନସୀ ଗୌରୀଙ୍କୁ ଆଉ ଦେଖିପାରିବେନି ଭାବ ଝୁରି ହେଉଥିଲେ। ଏପରିକି ଖାଇବା ଛାଡ଼ି ଦେଇଥିଲେ।

ଶେଷରେ ଅଭିନେତା ସବ୍ୟଙ୍କୁ ଯୋଗାଯୋଗ କରିଥଇଲେ ଜଗବନ୍ଧୁଙ୍କ ପୁଅ ମୋହନ ଚରଣ ସାହୁ। ସବ୍ୟ ଏହି ବୁଢ଼ୀ ମାଉସୀ ଗୌରୀଙ୍କୁ ସ୍ୱତନ୍ତ୍ର ବସ୍‌ ଯୋଗେ ଫେରଇଆଣିଥିଲେ। ସ୍ୱାମୀ ଜଗବନ୍ଧୁଙ୍କ ପାଖକୁ ଫେରି ପାରିଥିବାରୁ ଗୌରୀଙ୍କ ଖୁସି କହିଲେ ନସରେ। ସବ୍ୟ ଏହି ଘଟଣା ବାବଦରେ ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି, “ପ୍ରେମ ସାମ୍ନାରେ ବୟସ ଆଉ ସବୁ ଅସୁବିଧା ହାର ମାନେ। ଆଉ ଆଜି କାଲିକା ପ୍ରେମୀ ଯୁଗଳ ମାନଙ୍କ ପାଇଁ ଏମାନେ ଉଦାହରଣ। ମଉସା ଆଉ ମାଉସୀଙ୍କ ଦୀର୍ଘ ଆରୋଗ୍ୟ ଜୀବନ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା।”

Advertisment
Sabyasachi Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe