Advertisment

ମୋ EDITED ପେଟର ସତ୍ୟତା.. ଆଉ କାଲି ମୋ ଜନ୍ମଦିନ

ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’ ଚଳଚ୍ଚିତ୍ର ରୂପ ନେଉଛି। ଏଥିରେ ମୁଖ୍ୟ ଚରିତ୍ରରେ ଅଛନ୍ତି ଓଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ସବ୍ୟସାଚୀ ମିଶ୍ର। ଏଥିପାଇଁ ସେ ନିଜର ଓଜନ ୧୦୦ କେଜି ବଢ଼ାଇଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Sabya

Sabya

‘ରାଣ୍ଡିପୁଅ ଅନନ୍ତା’ ଫିଲ୍ମର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। ଆଉ ସେଥିରେ ମୁଖ୍ୟ ଚର୍ଚ୍ଚାରେ ରହିଛି ‘ଅନନ୍ତା’ ଚରିତ୍ରରେ ଆସୁଥିବା ସବ୍ୟସାଚୀ ମିଶ୍ରଙ୍କ ପେଟ। କେତେକ ସୋଶାଲ୍‌ ମିଡ଼ିଆ ୟୁଜର୍ସ ସବ୍ୟଙ୍କ ପେଟକୁ ଏଡିଟେଡ୍‌ ବୋଲି କମେଣ୍ଟ ଦେଇଥିଲେ। ଯାହାର ଡେମୋ ଦେଖାଇଛନ୍ତି ନିଜେ ସବ୍ୟ। ସେ ଖାଲି ଡେମୋ ଦେଇନାହାନ୍ତି ସୋଶାଲ୍‌ ମିଡିଆ ପୋଷ୍ଟରେ ଲେଖିଛନ୍ତି, ମୋ EDITED ପେଟର ସତ୍ୟତା.. ଆଉ କାଲି ମୋ ଜନ୍ମଦିନ...।

Advertisment

ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’ ଚଳଚ୍ଚିତ୍ର ରୂପ ନେଉଛି। ଏଥିରେ ମୁଖ୍ୟ ଚରିତ୍ରରେ ଅଛନ୍ତି ଓଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ସବ୍ୟସାଚୀ ମିଶ୍ର। ଏଥିପାଇଁ ସେ ନିଜର ଓଜନ ୧୦୦ କେଜି ବଢ଼ାଇଛନ୍ତି। ପୋଷ୍ଟରରେ ପୃଥଳକାୟ ପେଟ ଦେଖିଲେ ଲାଗୁଛି ବୋଧହୁଏ ତାଙ୍କର ଓଜନ ୧୦୦ କେଜି ହୋଇଥିବ। ହେଲେ ତାଙ୍କର ପୃଥଳକାୟ ପେଟକୁ ନେଇ ଅନେକ ସନ୍ଦେହ ପ୍ରକାଶ କରିଛନ୍ତି। ଆଉ ଲେଖିଛନ୍ତି, ସବ୍ୟଙ୍କର ସେହି ପେଟ ଏଡିଟେଡ୍‌ ବା ଆନିମେଟେଡ୍‌।

ଆଜି ସବ୍ୟ ହସି ହସି ନିଜ ପେଟର ଡେମୋ ଦେଖାଇଛନ୍ତି। ଅନନ୍ତା ଗେଟ୍‌ଅପ୍‌ରେ ଖଦି ପିନ୍ଧି କ୍ୟାମେରା ସାମ୍ନାକୁ ଆସି ନିଜର ପେଟକୁ ଟାଣିବା ପାଇଁ କିଛି ପିଲାଙ୍କୁ କହିଛନ୍ତି। ଆଉ ୨ରୁ ୩ ଜଣ ପିଲା ସବ୍ୟଙ୍କର ସେହି ପୃଥୁଳକାୟ ପେଟକୁ ଜୋର ଲଗାଇ ଟାଣିଥିବା ଦେଖିବାକୁ ମିଳୁଛି। ସେଥିରୁ ଜଣାପଡ଼ୁଛି ସବ୍ୟଙ୍କର ସେହି ପେଟ ଏଡିଟେଡ୍‌ ବା ଆନିମେଟେଡ୍‌ ନୁହେଁ। ରିଏଲ ପେଟ।

Advertisment

ସୋଶାଲ ମିଡ଼ିଆରେ ଭିଡିଓ ଜାରି କରି ସବ୍ୟ କହିଛନ୍ତି, ରାଣ୍ଡିପୁଅ ଅନନ୍ତାକୁ ଏତେ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। କିନ୍ତୁ କମେଣ୍ଟରେ ଆପଣମାନେ ଲେଖିଛନ୍ତି, ମୋ ପେଟ ଏଡିଟେଡ୍‌ ବା ଆନିମେସନ୍‌ ହୋଇଥିବ। କ୍ଷମା କରିଦେବ, ଇଏ ରିଏଲ ପେଟ। ... ୬ରୁ ୭ ମାସ ଦେଇ ପେଟଟିକୁ କେତେ କଷ୍ଟରେ କରିଛି, ତା’ପରେ କହୁଛନ୍ତି ଏଡିଟେଡ୍‌! ଡୁ ନଟ ଟେକ୍‌ ଅନନ୍ତା ଲାଇଟ୍‌ଲି। ବିକଜ୍‌ ଅନନ୍ତା ଇଜି ଭେରି ହେଭି। ଆଉ କାଲି ମୋ ଜନ୍ମଦିନ। ସେଲିବ୍ରେସନ୍‌ ହେଭି ହେବା କଥା ବୋଲି ସବ୍ୟ କହିଛନ୍ତି।

Entertainment Sabyasachi Mishra Odia Film