sabya
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍ଡାଉନ୍ ସମୟରେ ଅନେକ ପ୍ରବାସୀ ଓଡ଼ିଆଙ୍କୁ ଜନ୍ମମାଟିକୁ ଫେରାଇ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର। ଆଉ ତାଙ୍କର ଏହି ପ୍ରୟାସ ଏବେବି ଜାରି ରହିଛି। ତାଙ୍କରି ପ୍ରଚେଷ୍ଟା ଯୋଗୁ ହାଇଦ୍ରାବାଦରେ ଫସିଥିବା ଏକ ଓଡ଼ିଆ ପରିବାର ଗତକାଲି ବସ୍ ଯୋଗେ ଓଡ଼ିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏହି ପରିବାର ଜଗତସିଂହପୁରର। କରୋନା ମହାମାରୀ ଓ ଲକ୍ଡାଉନ୍ ଯୋଗୁ ସେଠାରେ ଫସି ଯାଇଥିବା ଏହି ପରିବାର ଭିଡିଓ କଲ୍ କରି ସବ୍ୟସାଚୀଙ୍କ ସାହାଯ୍ୟ ଲୋଡ଼ିଥିଲେ। ସେମାନଙ୍କ ଦୁଃଖ ବଖାଣିଥିଲେ ଓ ହାତଯୋଡ଼ି ସେଠାରୁ ସେମାନଙ୍କୁ ଫେରାଇ ଆଣିବାକୁ ସେମାନେ ଅନୁରୋଧ କରିଥିଲେ। ସବ୍ୟସାଚୀ ସେମାନଙ୍କୁ ସାହାଯ୍ୟ କରିବେ ବୋଲି କଥା ଦେଇଥିଲେ।
ଉକ୍ତ ପରିବାରର ଭିଡିଓ କଲ୍କୁ ଟ୍ୱିଟରରେ ପୋଷ୍ଟ କରି ସବ୍ୟସାଚୀ ଲେଖିଥିଲେ- ମୁଁ ବି ସେଇ କାଳିଆ ଭରସାରେ ଅଛି। ଜାଣିଚି, ମୋ କାଳିଆ ମୋତେ ନିରାଶ କରିବନି। ଆଉ କାଲି କାଳିଆ ରଥରେ ବସିବା ସମୟରେ ଏମାନେ ବସ୍ରେ ବସିବେ। ଆଉ ଦୁଇଟି ଯାତ୍ରା ଏକାଠି ଆରମ୍ଭ ହେବ।
ଗତକାଲି ସବ୍ୟ ସେମାନଙ୍କୁ ଫେରାଇ ଆଣିବା ପାଇଁ ଏକ ବସ୍ର ବନ୍ଦୋବସ୍ତ କରିଥିଲେ। ଏହି ପରିବାର ବସ୍ ପାଖରେ ଠିଆ ହୋଇଥିବାର ଏକ ଫଟୋ ଶେଆର କରି ସବ୍ୟ ଲେଖିଛନ୍ତି, ମହାପ୍ରଭୁଙ୍କ ରଥ ଚାଲିଲା। ଏବେ ତାଙ୍କରି ଆଶୀର୍ବାଦରେ ମୁଁ ଅନିରୁଦ୍ଧ ମଲ୍ଲିକ ଓ ତାଙ୍କ ପରିବାରକୁ ଦେଇଥିବା ପ୍ରତିଶ୍ରୁତିକୁ ରଖି ପାରିଛି। ସକାଳୁ ସେମାନେ ମଧ୍ୟ ତାଙ୍କ ଅଟକି ଯାଇଥିବା ଯାତ୍ରା ଆରମ୍ଭ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/sabya-2.jpg)