Advertisment

ଫଗୁଣରେ ଅର୍ଚ୍ଚିତାଙ୍କ ଜୀବନରେ ରଙ୍ଗ ଭରିଲେ ସବ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ତୋର ମୋର ଯୋଡ଼ି ସୁନ୍ଦର’ ଫିଲ୍ମରେ ରାଣ ଦେଇଥିଲେ ଅର୍ଚ୍ଚିତା। ଫଗୁଣ ଆସିଲେ ରଙ୍ଗ ଭରିଦେବାକୁ…। ଏବେ ଫଗୁଣ ଆସିଛି, ଆଉ ସବ୍ୟସାଚୀ ସେହି ରାଣ ରଖି ରିୟଲ୍‌ ଲାଇଫ୍‌ରେ ଅର୍ଚ୍ଚିତାଙ୍କ ଜୀବନରେ ରଙ୍ଗ ଭରିଦେଇଛନ୍ତି। ଓଢ଼ଣୀ ସହ ଲେହେଙ୍ଗାରେ ଝଲସୁଛନ୍ତି ସବ୍ୟଙ୍କ ରାଣୀ ଅର୍ଚ୍ଚିତା। ସବ୍ୟସାଚୀ ମଧ୍ୟ କୁର୍ତ୍ତା ଆଉ ଜାକେଟ୍‌ରେ ଚମକୁଛନ୍ତି। ରିଲ୍‌ରେ ଏହି ରୋମାଣ୍ଟିକ ଯୋଡ଼ି ଏବେ ବନିଯାଇଛନ୍ତି ରିୟଲ୍‌ ଲାଇଫ୍‌ରେ ପାର୍ଟନର। ଆଜି ଉଭୟେ ବିବାହ ବନ୍ଧନରେ […]

ଅଦ୍ୟତନ ହୋଇଛି
ଫଗୁଣରେ ଅର୍ଚ୍ଚିତାଙ୍କ ଜୀବନରେ ରଙ୍ଗ ଭରିଲେ ସବ୍ୟ

sabya-amd-archita.jpg

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ତୋର ମୋର ଯୋଡ଼ି ସୁନ୍ଦର’ ଫିଲ୍ମରେ ରାଣ ଦେଇଥିଲେ ଅର୍ଚ୍ଚିତା। ଫଗୁଣ ଆସିଲେ ରଙ୍ଗ ଭରିଦେବାକୁ...। ଏବେ ଫଗୁଣ ଆସିଛି, ଆଉ ସବ୍ୟସାଚୀ ସେହି ରାଣ ରଖି ରିୟଲ୍‌ ଲାଇଫ୍‌ରେ ଅର୍ଚ୍ଚିତାଙ୍କ ଜୀବନରେ ରଙ୍ଗ ଭରିଦେଇଛନ୍ତି।

Advertisment

[caption id="attachment_623805" align="aligncenter" width="650"]sabya-archita ସବ୍ୟସାଚୀ ଓ ତାଙ୍କ ପତ୍ନୀ ଅର୍ଚ୍ଚିତା[/caption]

ଓଢ଼ଣୀ ସହ ଲେହେଙ୍ଗାରେ ଝଲସୁଛନ୍ତି ସବ୍ୟଙ୍କ ରାଣୀ ଅର୍ଚ୍ଚିତା। ସବ୍ୟସାଚୀ ମଧ୍ୟ କୁର୍ତ୍ତା ଆଉ ଜାକେଟ୍‌ରେ ଚମକୁଛନ୍ତି। ରିଲ୍‌ରେ ଏହି ରୋମାଣ୍ଟିକ ଯୋଡ଼ି ଏବେ ବନିଯାଇଛନ୍ତି ରିୟଲ୍‌ ଲାଇଫ୍‌ରେ ପାର୍ଟନର।

Advertisment

[caption id="attachment_623806" align="aligncenter" width="650"]saby ବନ୍ଧୁ ଓ ପରିଜନଙ୍କ ସହ ସବ୍ୟ-ଅର୍ଚ୍ଚିତା[/caption]

ଆଜି ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଜସ୍ଥାନର ଐତିହାସିକ ନିମ୍‌ରାଣା ଦୁର୍ଗରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଉଭୟଙ୍କର ବିବାହ ସଂପନ୍ନ ହୋଇଛି। ଚତୁର୍ଦ୍ଦଶ ଶତାଦ୍ଦୀର ଏହି ପ୍ରାଚୀନ ଦୁର୍ଗରେ ଉଠାଇଥିବା କିଛି ଫଟୋକୁ ମଧ୍ୟ ସେୟାର କରିଛନ୍ତି ସବ୍ୟସାଚୀ ମିଶ୍ର। ବିବାହ ପୂର୍ବରୁ ଗତକାଲି ସୋଶାଲ ମିଡ଼ିଆରେ ସୂଚନା ଦେଇ ପ୍ରଭୁ ଜଗନ୍ନାଥଙ୍କ ସହ ପ୍ରଶଂସକଙ୍କ ଆଶୀର୍ବାଦ ଲୋଡ଼ିଥିଲେ ଏହି ଷ୍ଟାର ଯୋଡ଼ି।

sabya and architaସବ୍ୟ-ଅର୍ଚ୍ଚିତାଙ୍କ ବିବାହ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। ଏହି ସସପେନ୍ସରେ ଉଭୟେ ବ୍ରେକ୍ ଲଗାଇଛନ୍ତି। ‘ତୋର ମୋର ଯୋଡି ସୁନ୍ଦର’, ‘ସ୍ମାଇଲ ପ୍ଲିଜ୍’, ‘ମୁଁ ସପନର ସୌଦାଗର’, ‘ପାଗଳ କରିଛି ପାଉଁଜି ତୋର’, ‘ମୋତେ ଆଣିଦେଲୁ ଲକ୍ଷେ ଫଗୁଣ’, ‘ବାଏ ବାଏ ଦୁବାଇ’, ‘ହେଲା ମୋତେ ପ୍ରେମ ଜର’, ‘କେବେ ତମେ ନାହଁ କେବେ ମୁଁ ନାହିଁ’, ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’, ‘ଛାତି ତଳେ ଡିଙ୍ଗଡଙ୍ଗ’ ସବ୍ୟ-ଅର୍ଚ୍ଚିତାଙ୍କ ସବୁଠୁ ହିଟ୍ ଫିଲ୍ମ ଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe