ଗୁରୁ ହର ପଟ୍ଟନାୟକଙ୍କୁ ମନେ ପକାଇ ଫଟୋ ପୋଷ୍ଟ୍ କଲେ ଶିଷ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଗୁରୁବାର ଥିଲା ଗୁରୁ ଦିବସ। ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହାକୁ ପାଳନ କରାଯାଇଥିଲା। ତା’ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଅନେକ ସଫଳ ବ୍ୟକ୍ତି ସେମାନଙ୍କ ଗୁରୁମାନଙ୍କୁ ମନେ ପକାଇ ସ୍ମୃତି ବାଣ୍ଟିଥିଲେ। ଓଲିଉଡ୍‌ କଳାକାରମାନେ ବି ଏଥିରୁ ବାଦ୍ ପଡ଼ି ନଥିଲେ। ସେମାନେ ବି ସେମାନଙ୍କ ଗୁରୁମାନଙ୍କୁ ମନେ ପକାଇଥିଲେ। ଗୁରୁ ଦିବସ ଅବସରରେ ଓଲିଉଡ୍ ଅଭିନେତା ସବ୍ୟସାଚ୍ଚୀ ମିଶ୍ର ତାଙ୍କ ଗୁରୁ ତଥା ମାର୍ଗ ଦର୍ଶକ ସ୍ୱର୍ଗତ ହର ପଟ୍ଟନାୟକଙ୍କୁ […]

hara-c

Biswobandita Swain
  • Published: Saturday, 07 September 2019
  • , Updated: 07 September 2019, 11:37 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଗୁରୁବାର ଥିଲା ଗୁରୁ ଦିବସ। ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହାକୁ ପାଳନ କରାଯାଇଥିଲା। ତା’ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଅନେକ ସଫଳ ବ୍ୟକ୍ତି ସେମାନଙ୍କ ଗୁରୁମାନଙ୍କୁ ମନେ ପକାଇ ସ୍ମୃତି ବାଣ୍ଟିଥିଲେ। ଓଲିଉଡ୍‌ କଳାକାରମାନେ ବି ଏଥିରୁ ବାଦ୍ ପଡ଼ି ନଥିଲେ। ସେମାନେ ବି ସେମାନଙ୍କ ଗୁରୁମାନଙ୍କୁ ମନେ ପକାଇଥିଲେ। ଗୁରୁ ଦିବସ ଅବସରରେ ଓଲିଉଡ୍ ଅଭିନେତା ସବ୍ୟସାଚ୍ଚୀ ମିଶ୍ର ତାଙ୍କ ଗୁରୁ ତଥା ମାର୍ଗ ଦର୍ଶକ ସ୍ୱର୍ଗତ ହର ପଟ୍ଟନାୟକଙ୍କୁ ମନେ ପକାଇ ଭାବବିହ୍ୱଳ ହୋଇଯାଇଥିଲେ। ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ହର ପଟ୍ଟନାୟକଙ୍କ ଏକ ଫଟୋ ଶେଆରି କରିଥିଲେ ଓ ତାଙ୍କ ପ୍ରତି ଥିବା ଭଲ ପାଇବା ଏବଂ ସମ୍ମାନକୁ ଜାହିର କରିଥିଲେ।

ସବ୍ୟସାଚ୍ଚୀ ଯେଉଁ ଫଟୋଟି ପୋଷ୍ଟ୍ କରିଥିଲେ, ତାହା ତାଙ୍କ ଡେବ୍ୟୁ ଫିଲ୍ମ 'ପାଗଳ ପ୍ରେମୀ’ର ଶୁଟିଂ ସମୟର ଓ ଏଥିରେ ସେ ସିନ୍‌ ଦେବାକୁ ପ୍ରସ୍ତୁତ ହେଉଥିଲେ। ଏହି ଫଟୋକୁ ଟ୍ୱିଟର୍‌ରେ ପୋଷ୍ଟ୍ କରି ସେ ଲେଖିଥିଲେ, ‘ଆଜି ମୁଁ ଯାହା ହୋଇପାରିଛି, ତାହା କେବଳ ହର ପଟ୍ଟନାୟକଙ୍କ ପାଇଁ। ଏହି ଅମୂଲ୍ୟ ଫଟୋଟି ‘ପାଗଳ ପ୍ରେମୀ’ ସେଟ୍‌ର, ଯାହା ଜଣେ ଶିକ୍ଷକ ଓ ଛାତ୍ରଙ୍କ ଅର୍ଥକୁ ବୁଝାଉଛି। ସେ ମୋତେ ତିଆରି କରିଛନ୍ତି। ସେ ମୋତେ ଆପଣଙ୍କ ସମ୍ମୁଖରେ ଛିଡ଼ା କରାଇଛନ୍ତି। ତାଙ୍କ ପାଇଁ ଆପଣ ମୋ ଭଲ ପାଇବାକୁ ଅନୁଭବ କରିପାରୁଥିବେ। ହର ଭାଇଙ୍କର ଶିଷ୍ୟ ହୋଇଥିବାରୁ ମୁଁ ଗର୍ବ ଅନୁଭବ କରେ ଓ ସେ ସବୁ ବେଳେ ମୋ ସହିତ ଅଛନ୍ତି।”

 

https://twitter.com/sabyaactor/status/1169603853525716992

ସୂଚନା ଅନୁଯାୟୀ, ସବ୍ୟସାଚ୍ଚୀଙ୍କୁ ହର ପଟ୍ଟନାୟକ ଫିଲ୍ମକୁ ଆଣିଥିଲେ। ଏକ ଷ୍ଟେଜ୍‌ ଶୋ’ ସବ୍ୟସାଚ୍ଚୀଙ୍କ ନାଚ ଦେଖିବା ପରେ ସେ ତାଙ୍କୁ ଫିଲ୍ମରେ ସୁଯୋଗ ଦେଇଥିଲେ।

Related story