ଶାହାରୁଖ୍‌ଙ୍କ ଡେଥ୍‌ ଥିଓରି

ମୁମ୍ବାଇ: ଆପଣମାନଙ୍କ ପାଖରେ ଏହି ଖବର ନିଶ୍ଚିତ ଥିବ ଯେ ନିକଟରେ ଶାହାରୁଖ୍‌ ଖାନ୍‌ଙ୍କୁ ଡେଭିଡ୍ ଲେଟରମ୍ୟାନ୍‌ଙ୍କ ଶୋ’ ‘ମାଇଁ ନେକ୍ସଟ୍ ଗେଷ୍ଟ୍ ନିଡ୍‌ସ ନୋ ଇଣ୍ଟ୍ରୋଡକ୍ସନ୍‌’ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ନିଜ ଜୀବନ ସହିତ ଜଡ଼ିତ ଅନେକ କଥା କହିଥିଲେ। ଏଥିରୁ ଗୁଡ଼ାଏ ବିଷୟରେ ଅନ୍ୟମାନଙ୍କୁ ଜଣା ନଥିଲା। ତା’ ଭିତରୁ ଗୋଟିଏ ହେଉଛି ତାଙ୍କ ଡେଥ୍ ଥିଓରି। ଶୋ’ରେ ଶାହାରୁଖ୍‌ କହିଥିଲେ ଯେ ତାଙ୍କର ଏକ ଡେଥ୍‌ ଥିଓରି ରହିଛି। ତାଙ୍କ ହିସାବରେ […]

sharukh

sharukh

Chinmayee Roy
  • Published: Monday, 28 October 2019
  • Updated: 28 October 2019, 03:53 PM IST

Sports

Latest News

ମୁମ୍ବାଇ: ଆପଣମାନଙ୍କ ପାଖରେ ଏହି ଖବର ନିଶ୍ଚିତ ଥିବ ଯେ ନିକଟରେ ଶାହାରୁଖ୍‌ ଖାନ୍‌ଙ୍କୁ ଡେଭିଡ୍ ଲେଟରମ୍ୟାନ୍‌ଙ୍କ ଶୋ’ ‘ମାଇଁ ନେକ୍ସଟ୍ ଗେଷ୍ଟ୍ ନିଡ୍‌ସ ନୋ ଇଣ୍ଟ୍ରୋଡକ୍ସନ୍‌’ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ନିଜ ଜୀବନ ସହିତ ଜଡ଼ିତ ଅନେକ କଥା କହିଥିଲେ। ଏଥିରୁ ଗୁଡ଼ାଏ ବିଷୟରେ ଅନ୍ୟମାନଙ୍କୁ ଜଣା ନଥିଲା। ତା’ ଭିତରୁ ଗୋଟିଏ ହେଉଛି ତାଙ୍କ ଡେଥ୍ ଥିଓରି।

ଶୋ’ରେ ଶାହାରୁଖ୍‌ କହିଥିଲେ ଯେ ତାଙ୍କର ଏକ ଡେଥ୍‌ ଥିଓରି ରହିଛି। ତାଙ୍କ ହିସାବରେ ଯେଉଁମାନଙ୍କର ମୃତ୍ୟୁ ହୋଇଯାଏ, ସେମାନେ ନିଜ ଜୀବନରେ ସନ୍ତୁଷ୍ଟ ହୋଇଯାଇଥା’ନ୍ତି। କିନ୍ତୁ ଯେଉଁମାନଙ୍କର କୌଣସି କାମ ବାକି ରହିଯାଇଥାଏ, ସେମାନଙ୍କୁ ଭଗବାନ ନେଇ ଯାଆନ୍ତି ନାହିଁ।

ଶାହାରୁଖ୍‌ ତାଙ୍କ ବାପାଙ୍କ ମୃତ୍ୟୁ ପରେ ଏହି ଥିଓରି ବାହାର କରିଥିଲେ। ତାଙ୍କ ବାପାଙ୍କ ମୃତ୍ୟୁ ବେଳେ ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା। ବାପାଙ୍କ ମୃତ୍ୟୁକୁ ସେ ଗ୍ରହଣ କରି ପାରି ନଥିଲେ ଓ ଭାରି ଦୁଃଖୀ ରହୁଥିଲେ। ଦୁଃଖରୁ ମୁକ୍ତି ପାଇବା ପାଇଁ ସେ ଏହି ଡେଥ୍ ଥିଓରି ବାହାର କରିଥିଲେ।

ଶାହାରୁଖ ଆହୁରି କହିଥିଲେ ଯେ ଯେତେବେଳେ ତାଙ୍କ ମା’ ଆଇସିୟୁରେ ଭର୍ତ୍ତି ହୋଇଥିଲେ ସେତେବେଳେ ମଧ୍ୟ ସେ ଏହି ଥିଓରିକୁ ଅନୁକରଣ କରିଥିଲେ। ଆଇସିୟୁରେ ସେ ତାଙ୍କ ମା’ଙ୍କୁ ଖୁବ୍ ରଗାଇବାକୁ ଚେଷ୍ଟା କରୁଥିଲେ। ସେ ଭାବୁଥିଲେ ଏପରି କଲେ ତାଙ୍କ ମା’ ତାଙ୍କ ଉପରେ ବିରକ୍ତ ହେବେ ଓ ଅସନ୍ତୁଷ୍ଟ ହେବେ ଏବଂ ତାଙ୍କୁ ଛାଡ଼ି ଯିବେ ନାହିଁ। କାରଣ ତାଙ୍କ ଡେଥ୍ ଥିଓରୀ ଅନୁଯାୟୀ ମଣିଷ ସନ୍ତୁଷ୍ଟ ହୋଇଗଲେ ମରିଯାଏ। ତେଣୁ ସେ ତାଙ୍କ ମା’ଙ୍କୁ ଆଇସିୟୁରେ ଅସନ୍ତୁଷ୍ଟ ରଖିବାକୁ ଚାହୁଁଥିଲେ।

କିଙ୍ଗ୍ ଖାନ୍ କହିଥିଲେ, “ମୁଁ ମା’ଙ୍କ ବେଡ୍‌ ପାଖରେ ବସି ତାଙ୍କୁ ରଗେଇବା ପାଇଁ ବହୁତ କଥା କହିଥିଲି। ମୁଁ କାମ କରିବି ନାହିଁ ବୋଲି କହିଥିଲି। ସେହିଭଳି ମଦ ପିଇବି ବୋଲି କହିଥିଲି। ମୋତେ ଲାଗୁଥିଲା ଏପରି କଲେ ମୋ ମା’ ଅନୁଭବ କରିବେ ଯେ ମୋତେ ସିଧା ରାସ୍ତାକୁ ଆଣିବାକୁ ଏବେ ବି ତାଙ୍କର ଆବଶ୍ୟକତା ରହିଛି ଓ ଏହା ଭାବି ସେ ତାଙ୍କ ଜୀବନକୁ ନେଇ ସନ୍ତୁଷ୍ଟ ହେବ ନାହିଁ କି ମୋତେ ଛାଡ଼ି ଯିବେ ନାହିଁ। ହେଲେ ମୋର ଏହି ଥିଓରି କିଛି କାମ ଦେଲାନାହିଁ। ମୋ ମା’ ମୋତେ ସବୁଦିନ ପାଇଁ ଛାଡ଼ି ଚାଲିଗଲେ।”

ସୂଚନାଯୋଗ୍ୟ, ଶାହାରୁଖ୍‌ଙ୍କୁ ଯେତେବେଳେ ୨୬ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ମା’ଙ୍କର ପରଲୋକ ହୋଇଯାଇଥିଲା। ଶାହାରୁଖ ନିଜ ବାପାମା’ଙ୍କ ସହିତ ଅଧିକ ସମୟ ବିତାଇ ନଥିବାରୁ ଏବେବି ଭାରି ମନଦୁଃଖ କରନ୍ତି। ସେଥିପାଇଁ ସେ ନିଜ ପିଲାମାନଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବା ପାଇଁ ସବୁବେଳେ ଚେଷ୍ଟା କରି ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story