Advertisment

ୱାଙ୍ଖଡେ ଷ୍ଟାଡିୟମ ଗାଳିଗୁଲଜ ମାମଲାରେ ଶାହାରୁଖଙ୍କୁ କ୍ଲିନ୍‌ଚିଟ୍

ମୁମ୍ବାଇ: ୨୦୧୨ ୱାଙ୍ଖଡେ ଷ୍ଟାଡିୟମ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କୁ ମୁମ୍ବାଇ ପୋଲିସ କ୍ଲିନଚିଟ୍‌ ଦେଇଛି। ୱାଙ୍ଖଡେରେ ଖେଳା ଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ କେକେଆର ମ୍ୟାଚ୍‌ରେ ଶାହାରୁଖ ଷ୍ଟାଡିୟମରେ ଜଣେ ସିକ୍ୟୁରିଟି ଗାଡ୍‌ଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ସାମାଜିକ କର୍ମୀ ଅମିତ ମାରୁ ଥାନାରେ ଅଭିଯୋଗ କରିଥିଲେ ଯେ, ଶାହାରୁଖ ତାଙ୍କ ପିଲାମାନଙ୍କ ଆଗରେ ଗାଳିଗୁଲଜ କରିଥିଲେ। ଶାହାରୁଖ ମଧ୍ୟ ତାଙ୍କ ଏତଲାରେ ଉଲ୍ଲେଖ କରିଥିଲେ,“କେକେଆର ସହ ମ୍ୟାଚ୍‌ […]

ୱାଙ୍ଖଡେ ଷ୍ଟାଡିୟମ ଗାଳିଗୁଲଜ ମାମଲାରେ ଶାହାରୁଖଙ୍କୁ କ୍ଲିନ୍‌ଚିଟ୍

shah-rukh-khan

Advertisment

ମୁମ୍ବାଇ: ୨୦୧୨ ୱାଙ୍ଖଡେ ଷ୍ଟାଡିୟମ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କୁ ମୁମ୍ବାଇ ପୋଲିସ କ୍ଲିନଚିଟ୍‌ ଦେଇଛି। ୱାଙ୍ଖଡେରେ ଖେଳା ଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ କେକେଆର ମ୍ୟାଚ୍‌ରେ ଶାହାରୁଖ ଷ୍ଟାଡିୟମରେ ଜଣେ ସିକ୍ୟୁରିଟି ଗାଡ୍‌ଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା।

Advertisment

ଏହି ଘଟଣା ପରେ ସାମାଜିକ କର୍ମୀ ଅମିତ ମାରୁ ଥାନାରେ ଅଭିଯୋଗ କରିଥିଲେ ଯେ, ଶାହାରୁଖ ତାଙ୍କ ପିଲାମାନଙ୍କ ଆଗରେ ଗାଳିଗୁଲଜ କରିଥିଲେ। ଶାହାରୁଖ ମଧ୍ୟ ତାଙ୍କ ଏତଲାରେ ଉଲ୍ଲେଖ କରିଥିଲେ,“କେକେଆର ସହ ମ୍ୟାଚ୍‌ ସରିବା ପରେ ତାଙ୍କ ପିଲା ଓ କିଛି ସାଙ୍ଗ ଷ୍ଟାଡିୟମକୁ ଆସିଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ ବିକାଶ ଦଲବୀ ସେମାନଙ୍କୁ ଷ୍ଟାଡିୟମରୁ ବାହାରକୁ ଯିବାକୁ କହିଥିଲେ। ପିଲାମାନେ ମୋ ସହ ଥିବାରୁ ସେମାନଙ୍କୁ କେହି ଛୁଇଁ ପାରିବେ ନାହିଁ ବୋଲି ମୁଁ କହିଥିଲି।”

ଏତଲାରେ ଶାହାରୁଖ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ସେଠାରେ ତାଙ୍କୁ କେହି ଜଣେ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ସେ ରାଗି ଯାଇଥିଲେ।

Advertisment

ଏହି ଘଟଣାରେ ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ ଶାହାରୁଖଙ୍କ ଉପରେ ୫ ବର୍ଷର ବ୍ୟାନ୍‌ ଲଗାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe