Advertisment

ସାହୁ ଭାଉଜଙ୍କ ନିଆଁ ଲଗା ଡ୍ୟାନ୍ସ, ମୁରୁକି ହସିଲେ ଥାନାବାବୁ!

ଭାଉଜଙ୍କ ଏ ଡ୍ୟାନ୍ସରେ ତଡ଼କା ଦେବା ପାଇଁ ଥାନାବାବୁଙ୍କ ପାଖରେ ବସିଥିବା ଜଣେ ବ୍ୟକ୍ତି ପାଣି ବୋତଲ ଦେଇଥିଲେ। ଆଉ ସାହୁ ଭାଉଜ ସେହି ପାଣି ବୋତଲକୁ ନେଇ ନିଜ ଦେହରେ ଢାଳି ଦୋହଲି ଥିଲେ। ସାହୁ ଭାଉଜଙ୍କ ସେହି ଡ୍ୟାନ୍ସ ଦେଖି ମୁରୁକି ହସୁଥିଲେ ଥାନାବାବୁ।

ଅଦ୍ୟତନ ହୋଇଛି
Jatra

Jatra

Advertisment

ରଙ୍ଗୀନ ରଙ୍ଗ ମଞ୍ଚରେ ଅଶ୍ଲୀଳ ଡ୍ୟାନ୍ସକୁ ଏତେ ହୋ-ହଲ୍ଲା। ବରିଷ୍ଠ ଯାତ୍ରା କଳାକାର, ବୁଦ୍ଧିଜୀବୀ ଓ ସଂସ୍କୃତି ମନ୍ତ୍ରୀଙ୍କ ଚେତାବନୀ ସତ୍ତ୍ୱେ ସାହୁ ଭାଉଜ ପୁଣି କଲେ ନିଆଁ ଲଗା ଡ୍ୟାନ୍ସ। ନିଜ ଦେହରେ ବୋତଲ ପାଣି ଢାଳି ଟିପିଟିପି ବର୍ଷା ପାନୀ... ଗୀତରେ ଝୁମିଲେ। ଆଉ ଶୀତୁଆ ରାତିରେ ଯାତ୍ରା ପ୍ରେମୀଙ୍କୁ ଝୁମାଇଲେ। ମଞ୍ଚ ଆଗରେ ବସିଥିବା ଥାନା ବାବୁ ସାହୁ ଭାଉଜଙ୍କ ଝାଇଁମରା ଡ୍ୟାନ୍ସ ଦେଖି ମୁରୁକି ମୁରୁକି ହସିଲେ! ସତେ ଯେମିତି ଲାଗୁଥିବା ସାହୁ ଭାଉଜଙ୍କ ଡ୍ୟାନ୍ସକୁ ମନୋଭରି ଉପଭୋଗ କରୁଛନ୍ତି ବାବୁ ଆମର।

Advertisment

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କତାମେଟାରେ ଖେଳୁଥିଲା ଶ୍ରୀକ୍ଷେତ୍ର ଅପେରା। ଶନିବାର ହୋଇଥିଲା ନାଟକ ‘ବୁଲିବୁଲି ଭାଇ ରହିଲା ରାଣ’। ଏଥିସହ ସାହୁ ଭାଉଜଙ୍କ ଆଇଟମ୍‌ ଡ୍ୟାନ୍ସ। ସେଥିପାଇଁ ଖଚାଖଚ୍‌ ଭିଡ ହୋଇଥିଲା। ନିର୍ଦ୍ଧାରିତ ନାଟକ ଆରମ୍ଭ ହୋଇଥିଲା ଯାତ୍ରା। ନାଟକ ଆରମ୍ଭ ପୂର୍ବରୁ ହୋଇଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ଟିପିଟିପି ବର୍ଷା ପାନୀ... ଗୀତର ଟ୍ରାକ୍‌ରେ ଅର୍ଦ୍ଧ ନଙ୍ଗଳା ଡ୍ରେସ୍‌ରେ ଷ୍ଟେଜ୍‌କୁ ଆସିଥିଲେ ସାହୁ ଭାଉଜ। ଆଉ ଷ୍ଟେଜ୍‌ରେ ଅଣ୍ଟା, ହାତ ହଲାଇ କରିଥିଲେ ଡ୍ୟାନ୍ସ। ଭାଉଜଙ୍କ ଏହି ନାଚରେ କମ୍ପିଥିଲା ରଙ୍ଗମଞ୍ଚ।

ସାହୁ ଭାଉଜ ଷ୍ଟେଜ୍‌ର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ନାଚି ନାଚି ପହଞ୍ଚିଇ ଥିଲେ ଥାନାବାବୁଙ୍କ ପାଖରେ। ମଞ୍ଚର ପ୍ରଥମ ଧାଡ଼ିରେ ବସିଥିଲେ ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ। ମଞ୍ଚରୁ ତାଙ୍କ ଆଡକ ନଇଁ ସାହୁ ଭାଉଜ କରିଥିଲେ ଉଷୁମ୍‌ କଲା ଭଳି ଡ୍ୟାନ୍ସ। ଭାଉଜଙ୍କ ଏ ଡ୍ୟାନ୍ସରେ ତଡ଼କା ଦେବା ପାଇଁ ଥାନାବାବୁଙ୍କ ପାଖରେ ବସିଥିବା ଜଣେ ବ୍ୟକ୍ତି ପାଣି ବୋତଲ ଦେଇଥିଲେ। ଆଉ ସାହୁ ଭାଉଜ ସେହି ପାଣି ବୋତଲକୁ ନେଇ ନିଜ ଦେହରେ ଢାଳି ଦୋହଲି ଥିଲେ। ସାହୁ ଭାଉଜଙ୍କ ସେହି ଡ୍ୟାନ୍ସ ଦେଖି ମୁରୁକି ହସୁଥିଲେ ଥାନାବାବୁ। ଆଉ ତାଙ୍କ ପାଖରେ ଓ ପଛରେ ବସିଥିବା ଯାତ୍ରାପ୍ରେମୀ ସାହୁ ଭାଉଜଙ୍କ ସେହି ଅର୍ଦ୍ଧ ନଙ୍ଗୁଲୀ ରୂପକୁ ମୋବାଇଲ୍‌ କ୍ୟାମେରାରେ କଏଦ କରିବା ପାଇଁ ପ୍ରତିଯୋଗିତା କରିଥିଲେ।

Advertisment

ମଞ୍ଚରେ ଅଶ୍ଲୀର ନୃତ୍ୟ ନକରିବା ପାଇଁ କେତେ କ’ଣ କଥା କୁହାଯାଇଥିଲା। ଓଡ଼ିଆ ଅସ୍ମିତାର ଦ୍ୱହୀ ଦେଇ ଅଶ୍ଲୀଳ ନୃତ୍ୟ ବନ୍ଦ ପାଇଁ ଗାଇଡ୍‌ଲାଇନ୍‌ ଆଣିଥିଲେ ରାଜ୍ୟ ସରକାର। ଏନେଇ ରାଜ୍ୟର ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ମଧ୍ୟ କରାଯାଇଥିଲା। ଯେଉଁଠି ଅଶ୍ଲୀଳ ନୃତ୍ୟ ହେଉଥିବ, ପୁଲିସ୍‌ ଚାହିଁଲେ ବନ୍ଦ କରିପାରିବ। ହେଲେ ଏଠି କିନ୍ତୁ ଚିତ୍ର ଅଲଗା ଦେଖିବାକୁ ମିଳିଛି। ବନ୍ଦ କରିବା ପରିବର୍ତ୍ତେ ଅଶ୍ଲୀଳ ନୃତ୍ୟୁକୁ ଷ୍ଟେଜ୍‌ ପାଖରେ ବସି ଉପଭୋଗ କରୁଛନ୍ତି ଥାନାବାବୁ। ଯାହାକୁ ନେଇ ନାନା ଚର୍ଚ୍ଚା ହେଉଛି।

ତେବେ ଏନେଇ ଥାନାବାବୁଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Malkangiri Entertainment Jatra Artiste
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe