Advertisment

ଚର୍ଚ୍ଚାରେ ସୈଫ ଓ କରୀନାଙ୍କ ଘର

ଦାମୀ ଜାଗାରେ ଘର କରିଛନ୍ତି ସୈଫ ଓ କରୀନା। କିନ୍ତୁ ଏହାର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ।

Saif and Kareena

Saif and Kareena

Advertisment

ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଗୁରୁତର ଆହତ ହୋଇଛନ୍ତି ଅଭିନେତା ସୈଫ ଅଲୀ ଖାନ। ତାଙ୍କ ମେରୁଦଣ୍ଡ, ବେକ ଓ ହାତରେ ଲାଗିଛି ଗଭୀର ଆଘାତ। ନ୍ୟୁରୋ ଓ ପ୍ଲାଷ୍ଟିକ ସର୍ଜରୀ ପରେ ତାଙ୍କୁ ଆଇସିୟୁରେ ରଖାଯାଇଛି। ସେ ବିପଦମୁକ୍ତ ଅଛନ୍ତି। ତେବେ ତାଙ୍କର ଏହି ଅବସ୍ଥା କରିଥିବା ଦୁର୍ବୃତ୍ତ ଫେରାର ଅଛି। ଇତି ମଧ୍ୟରେ ତା’ର ଫଟୋ ସାମ୍ନାକୁ ଆସିଛି। ତାକୁ ଧରିବାକୁ ୧୦ଟିମ୍ ଗଠନ କରିଛି ମୁମ୍ବାଇ ପୁଲିସ। ଆଜି ଦିନ ତମାମ ଏହି ଘଟଣାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ଚର୍ଚ୍ଚାର ପରିସରକୁ ଆସିଛି ସୈଫଙ୍କ ଘର, ଯେଉଁଠାରେ ତାଙ୍କୁ ହୋଇଥିଲା ଛୁରାମାଡ଼।

Advertisment

ସୈଫ ଅଲୀ ଖାନ ଓ ତାଙ୍କ ପତ୍ନୀ କରୀନା କପୁର ଖାନଙ୍କ ଏହି ଘରଟି ଅଛି ମୁମ୍ବାଇର ବାନ୍ଦ୍ରା ୱେଷ୍ଟ ଅଞ୍ଚଳରେ। ଏହି ସ୍ଥାନରେ ଉଭୟ ଜାଗା ଓ ଘରର ଦର ଆକାଶ ଛୁଆଁ। ଏଠାରେ ଥିବା ୧୨ ମହଲା ବିଶିଷ୍ଟ କୋଠା ‘ସତ୍‌ଗୁରୁ ଶରଣ’ରେ ଅଛି ସୈଫ ଓ କରୀନାଙ୍କ ଘର। ୨୦୧୩ ମସିହାରେ ସେମାନେ ଏହି ଘର କିଣିଥିଲେ। ଏହାର ମୂଲ୍ୟ ୪୮ କୋଟି ଟଙ୍କା।

୧୨ ମହଲା ବିଶିଷ୍ଟ ଏହି କୋଠାରେ ସୈଫ ଓ କରୀନାଙ୍କ ଘର ୪ଟି ମହଲାରେ ପରିବ୍ୟାପ୍ତ। ପ୍ରତି ମହଲାରେ ଗୋଟିଏ ଲେଖାଏଁ ଥ୍ରୀ ବିଏଚ୍‌କେ ଫ୍ଲାଟ ରହିଛି, ଯାହା ୩ ହଜାର ବର୍ଗଫୁଟ ବିଶିଷ୍ଟ। ସେହି ଘରେ ତାଙ୍କର ମ୍ୟୁଜିକ୍‌, ଜିମ୍ନାସିୟମ, ଲାଇବ୍ରେରୀ ପାଇଁ ପୃଥକ ପୃଥକ କଠୋରୀ ରହିଛି। ସେମାନଙ୍କର ଏକ ପ୍ରାଇଭେଟ ସୁଇମିଂପୁଲ ରହିଛି, ଯାହା ଉକ୍ତ କୋଠାର ଛାତରେ ଅଛି। ଘର ଭିତରର ସାଜସଜ୍ଜା ଅତି ଚମତ୍କାର ହୋଇଛି। ତେବେ ଗତକାଲିର ଘଟଣା ପରେ ସୈଫଙ୍କ ସେହି ହାଉସିଂ ସୋସାଇଟିର ସୁରକ୍ଷା ଉପରେ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ। 

Advertisment

‘ସତ୍‌ଗୁରୁ ଶରଣ’ ୨୦୦୭ରେ ସତ୍‌ଗୁରୁ ବିଲ୍‌ଡର୍ସ ଦ୍ୱାରା ତିଆରି ହୋଇଥିଲା। ଏହା ସେଣ୍ଟ ଥେରେସା ରୋଡ୍‌ରେ ମୁମ୍ବାଇ ସମୁଦ୍ର କୂଳଠାରୁ ପ୍ରାୟ ୧.୨ କିଲୋମିଟର ଦୂରରେ ରହିଛି। ବାନ୍ଦ୍ରା ୱେଷ୍ଟରେ ବଲିଉଡ୍‌ ଷ୍ଟାର ସଲମାନ ଖାନ, ଶାହରୁଖ ଖାନ, ଆମୀର ଖାନ, ସୋହେଲ ଖାନ, ରେଖା ଓ ନସୀରୁଦ୍ଦୀନ ଶାହଙ୍କ ଘର ରହିଛି।

ସୈଫ ଅଲୀ ଖାନ ଓ କରୀନା କପୁର ଖାନ ପଟୌଦୀ ପ୍ୟାଲେସର ମଧ୍ୟ ମାଲିକ, ଯାହା ହରିୟାଣାର ଗୁରୁଗ୍ରାମ ଜିଲ୍ଲାର ପଟୌଦୀରେ ରହିଛି। ମୁମ୍ବାଇରେ ସେମାନଙ୍କର ଦୁଇଟି ବଙ୍ଗଳା ମଧ୍ୟ ଅଛି। ସେଠାରେ ସେମାନଙ୍କର ଏକ ଆପାର୍ଟମେଣ୍ଟ ବି ଅଛି। ସେହିପରି ସ୍ୱିଜରଲ୍ୟାଣ୍ଡରେ ସେମାନଙ୍କର ଏକ ଘର ଅଛି, ଯେଉଁଠାକୁ ସେମାନେ ଛୁଟି କାଟିବାକୁ ଯାଆନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe