Advertisment

ସୈଫ୍‌ଙ୍କ ପ୍ରେମ ନିବେଦନକୁ ଦୁଇ ଥର ପ୍ରତ୍ୟାଖ୍ୟାନ କରିଥିଲେ କରୀନା

ମୁମ୍ୱାଇ: ବେବୋ କରୀନା କପୁର ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପ୍ରେମ ସମ୍ପର୍କକୁ ନେଇ ବି-ଟାଉନ୍‌ରେ ତାଙ୍କୁ ‘ସୈଫିନା’ କୁହାଯାଇଥାଏ। ତେବେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିବା ପୂର୍ବରୁ ସୈଫ୍‌ଙ୍କ ଦୁଇ ଥର ପ୍ରେମ ନିବେଦନକୁ କରୀନା ପ୍ରତ୍ୟାଖ୍ୟାନ କରିଥିଲେ। କରୀନା ଏ ନେଇ ଏକ କାର୍ଯ୍ୟକ୍ରମରେ ପ୍ରକାଶ କରିଛନ୍ତି। କରୀନା କହିଛନ୍ତି,“ପ୍ୟାରିସ୍‌ରେ ସୈଫ୍‌ ମୋତେ ଦୁଇ ଦିନରେ ଦୁଇ ଥର ପ୍ରେମ ନିବେଦନ କରିଥିଲେ। ସୈଫ୍‌ଙ୍କ ମା’ଙ୍କୁ ତାଙ୍କ ବାପା ପ୍ୟାରିସ୍‌ରେ ପ୍ରେମ ନିବେଦନ […]

ଅଦ୍ୟତନ ହୋଇଛି
ସୈଫ୍‌ଙ୍କ ପ୍ରେମ ନିବେଦନକୁ ଦୁଇ ଥର ପ୍ରତ୍ୟାଖ୍ୟାନ କରିଥିଲେ କରୀନା

kareena

Advertisment

ମୁମ୍ୱାଇ: ବେବୋ କରୀନା କପୁର ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପ୍ରେମ ସମ୍ପର୍କକୁ ନେଇ ବି-ଟାଉନ୍‌ରେ ତାଙ୍କୁ ‘ସୈଫିନା’ କୁହାଯାଇଥାଏ। ତେବେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିବା ପୂର୍ବରୁ ସୈଫ୍‌ଙ୍କ ଦୁଇ ଥର ପ୍ରେମ ନିବେଦନକୁ କରୀନା ପ୍ରତ୍ୟାଖ୍ୟାନ କରିଥିଲେ। କରୀନା ଏ ନେଇ ଏକ କାର୍ଯ୍ୟକ୍ରମରେ ପ୍ରକାଶ କରିଛନ୍ତି।

Advertisment

କରୀନା କହିଛନ୍ତି,“ପ୍ୟାରିସ୍‌ରେ ସୈଫ୍‌ ମୋତେ ଦୁଇ ଦିନରେ ଦୁଇ ଥର ପ୍ରେମ ନିବେଦନ କରିଥିଲେ। ସୈଫ୍‌ଙ୍କ ମା’ଙ୍କୁ ତାଙ୍କ ବାପା ପ୍ୟାରିସ୍‌ରେ ପ୍ରେମ ନିବେଦନ କରିଥିବାରୁ ସେ ବି ମୋତେ ଏଠାରେ ପ୍ରପୋଜ୍ କରିଥିଲେ। ତେବେ ସୈଫ୍‌ ଆଣ୍ଡୁ ମାଡ଼ି ପ୍ରେମ ନିବେଦନ ନ କରିବାରୁ ମୁଁ ତାଙ୍କୁ ପ୍ରତ୍ୟାଖ୍ୟାନ କରି ଦେଇଥିଲି। ପରେ ସୈଫ୍‌ ହୋଟେଲ ଯାଇ ମୋତେ ପ୍ରପୋଜ କରିଥିଲେ। ମୁଁ ଚିନ୍ତା କରି ଜଣାଇବି ବୋଲି କହିଥିଲି। ଦୁଇଦିନ ପରେ ମୁଁ ସୈଫ୍‌ଙ୍କ ପ୍ରେମ ନିବେଦନକୁ ଗ୍ରହଣ କରିଥିଲି।”

ସୂଚନାଯୋଗ୍ୟ, କରୀନା କପୁର ମା’ ହେବାକୁ ଯାଉଛନ୍ତି। ଏହି ଖବର ଜଣାପଡ଼ିବା ପରେ ତାଙ୍କର ହଜାର ହଜାର ଫ୍ୟାନ୍‌ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe