Advertisment

ବଲିଉଡର ଟ୍ରାଜେଡି କିଙ୍ଗ ଅସୁସ୍ଥ

ମୁମ୍ବାଇ:  ପୁଣି ବିଗିଡିଲା ବଲିଉଡର ଟ୍ରାଜେଡି କିଙ୍ଗ ତଥା ବରିଷ୍ଠ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା। ଏନେଇ ତାଙ୍କ ପତ୍ନୀ ସାୟରା ବାନୋ ସୂଚନା ଦେଇଛନ୍ତି । ସେ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି, ଗତ କିଛି ବର୍ଷ ହେଲା ଦିଲୀପଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । ସେ ବେଶ ଦୁର୍ବଳ ହୋଇପଡିଛନ୍ତି । ତାଙ୍କର ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହୋଇପଡିଛି। ସେ ଭଲ ଭାବେ ଚଲାବୁଲା ମଧ୍ୟ କରିପାରୁ ନାହାନ୍ତି। ତେଣୁ ଦିଲୀପଙ୍କ ସୁସ୍ଥତା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ବଲିଉଡର ଟ୍ରାଜେଡି କିଙ୍ଗ ଅସୁସ୍ଥ

dillip-kumar-1

ମୁମ୍ବାଇ:  ପୁଣି ବିଗିଡିଲା ବଲିଉଡର ଟ୍ରାଜେଡି କିଙ୍ଗ ତଥା ବରିଷ୍ଠ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା। ଏନେଇ ତାଙ୍କ ପତ୍ନୀ ସାୟରା ବାନୋ ସୂଚନା ଦେଇଛନ୍ତି । ସେ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି, ଗତ କିଛି ବର୍ଷ ହେଲା ଦିଲୀପଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । ସେ ବେଶ ଦୁର୍ବଳ ହୋଇପଡିଛନ୍ତି । ତାଙ୍କର ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହୋଇପଡିଛି। ସେ ଭଲ ଭାବେ ଚଲାବୁଲା ମଧ୍ୟ କରିପାରୁ ନାହାନ୍ତି। ତେଣୁ ଦିଲୀପଙ୍କ ସୁସ୍ଥତା କାମନା କରି ଭଗବାନଙ୍କ ପାଖରେ ପ୍ରାର୍ଥନା କରିବାକୁ ସେ ତାଙ୍କ ଫ୍ୟାନମାନଙ୍କୁ କହିଛନ୍ତି।

Advertisment

ଦିଲୀପ କୁପାର ଏବଂ ଅଭିନେତ୍ରୀ ସାୟରା ବାନୋଙ୍କ ବିବାହକୁ ୫୪ ବର୍ଷ ପୂରିଗଲାଣି। ବିବାହର ଏତେ ବର୍ଷ ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅତୁଟ ହୋଇ ରହିଛି। ଆଜି ମଧ୍ୟ ଦୁହେଁ ପରସ୍ପରକୁ ବେଶ ଭଲ ପାଆନ୍ତି ଏବଂ ଏକାଠି ହୋଇ ରୁହନ୍ତି। ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ଗତ କିଛି ବର୍ଷ ହେଲା ଭଲ ନାହିଁ। ତେଣୁ ସାୟରା ବାନୋ ସ୍ୱାମୀଙ୍କ ଦେଖାଶୁଣା କରୁଛନ୍ତି। ସାୟରା କହିଛନ୍ତି, ଆଜି ବି ସ୍ୱାମୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେଥିପାଇଁ ତାଙ୍କ ଦେଖାଶୁଣା କରିବାକୁ ତାଙ୍କୁ ଭଲ ଲାଗେ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଦିଲୀପଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁଥର ବିଗିଡିଛି। କିନ୍ତୁ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନିକଟରେ ଦିଲୀପ କୁମାରଙ୍କ ଦୁଇ ଭାଇ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ।

Advertisment
Dillip Kumar