Advertisment

ହାଉସ୍‌ଫୁଲ୍‌-୪ରୁ ଓହରିଗଲେ ସାଜିଦ୍‌, ଅକ୍ଷୟ କହିଲେ ଏମିତି କଥା

ମୁମ୍ବାଇ: ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ଏହି ଅଭିଯୋଗ କେବଳ ଜଣେ ନୁହେଁ ଏକାଧିକ ମହିଳା ଆଣିଛନ୍ତି।  ଅଭିଯୋଗ ହେବା ପରେ ସାଜିଦ୍‌ ନିଜେ ଏକ ଟ୍ୱିଟ୍‌ ମାଧ୍ୟମରେ ଜଣାଇଛନ୍ତି ଯେ, ସେ ନିର୍ଦ୍ଦେଶନା ଦାୟିତ୍ୱ ନେଇଥିବା ଫିଲ୍ମ ‘ହାଉସ୍‌ଫୁଲ୍‌ -୪ରୁ ଓହରି ଯାଇଛନ୍ତି। ଏହାଛଡ଼ା ସେ ସତ୍ୟତା ବାହାରକୁ ଆସିବା ପର୍ଯ୍ୟନ୍ତ ତାଙ୍କ ନାଁରେ ଆସିଥିବା ଅଭିଯୋଗ ସମ୍ପର୍କରେ କୌଣସି ରାୟ ନଦେବାକୁ ସମସ୍ତଙ୍କୁ  ଅନୁରୋଧ […]

ଅଦ୍ୟତନ ହୋଇଛି
ହାଉସ୍‌ଫୁଲ୍‌-୪ରୁ ଓହରିଗଲେ ସାଜିଦ୍‌, ଅକ୍ଷୟ କହିଲେ ଏମିତି କଥା

house

Advertisment

ମୁମ୍ବାଇ: ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ଏହି ଅଭିଯୋଗ କେବଳ ଜଣେ ନୁହେଁ ଏକାଧିକ ମହିଳା ଆଣିଛନ୍ତି।  ଅଭିଯୋଗ ହେବା ପରେ ସାଜିଦ୍‌ ନିଜେ ଏକ ଟ୍ୱିଟ୍‌ ମାଧ୍ୟମରେ ଜଣାଇଛନ୍ତି ଯେ, ସେ ନିର୍ଦ୍ଦେଶନା ଦାୟିତ୍ୱ ନେଇଥିବା ଫିଲ୍ମ ‘ହାଉସ୍‌ଫୁଲ୍‌ -୪ରୁ ଓହରି ଯାଇଛନ୍ତି।

Advertisment

ଏହାଛଡ଼ା ସେ ସତ୍ୟତା ବାହାରକୁ ଆସିବା ପର୍ଯ୍ୟନ୍ତ ତାଙ୍କ ନାଁରେ ଆସିଥିବା ଅଭିଯୋଗ ସମ୍ପର୍କରେ କୌଣସି ରାୟ ନଦେବାକୁ ସମସ୍ତଙ୍କୁ  ଅନୁରୋଧ କରିଛନ୍ତି।

[caption id="attachment_287980" align="aligncenter" width="750"]sajid image credit-Bollywood Hungama[/caption]

Advertisment

ସେ ନିଜର ଟ୍ୱିଟର ପେଜ୍‌ରେ ଲେଖିଛନ୍ତି, "ମୋ ଉପରେ ଏତେ ବଡ଼ ଅଭିଯୋଗ ପରେ ମୋ ପରିବାରର ଚାପ, ହାଉସ୍‌ ଫୁଲ୍‌-୪ ଫିଲ୍ମର ପ୍ରଯୋଜକ ଓ 'ହାଉସ୍‌ଫୁଲ୍‌' ଫିଲ୍ମର ଷ୍ଟାରଙ୍କ ସମ୍ମତିରେ ମୁଁ ନିର୍ଦ୍ଦେଶକ ପଦରୁ ଓହରି ଯିବାର ନିଷ୍ପତ୍ତି ନେଇଛି, ଯେପର୍ଯ୍ୟନ୍ତ ମୋ ଉପରେ ହୋଇଥିବା ଅଭିଯୋଗ ପ୍ରମାଣିତ ନ ହୋଇଛି ଏବଂ ସତ୍ୟତା ସାମ୍ନାକୁ ନ ଆସିଛି, ମୁଁ ମୋ ବନ୍ଧୁମାନଙ୍କୁ ଓ ଗଣମାଧ୍ୟମକୁ ଅନୁରୋଧ କରୁଛି ସେ ପର୍ଯ୍ୟନ୍ତ ଏସବୁକୁ ନେଇ ଜଜ୍‌ କରନ୍ତୁ ନାହିଁ।’

https://twitter.com/SimplySajidK/status/1050643527661584384

ସାଜିଦ୍‌ଙ୍କ ନାଁରେ ଏହି  ଅଭିଯୋଗ ହେବା ପରେ ଅକ୍ଷୟ କୁମାର ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ ଫିଲ୍ମର ପ୍ରଡ୍ୟୁସରଙ୍କୁ ଅନୁରୋଧ କରି କହିଛନ୍ତି ଯେ,  ଏସବୁର ସତ୍ୟତା ପ୍ରମାଣ ହେବା ପର୍ଯ୍ୟନ୍ତ ଫିଲ୍ମର ଶୁଟିଂ କ୍ୟାନ୍‌ସଲ୍‌ କରିଦେବାକୁ।

ଟ୍ୱିଙ୍କିଲ୍‌ ଖନ୍ନା ଏଥିରେ ନିଜ ସମ୍ମତି ଜଣାଇଛନ୍ତି। କାରଣ ଟିମ୍‌ରେ ଜଣେ ନୁହେଁ ବରଂ ଦୁଇ ଦୁଇ ଜଣ ମେମ୍ବରଙ୍କ ନାଁରେ ଏଭଳି ଅଭିଯୋଗ ହୋଇଛି।

ସାଜିଦ୍‌ ‘ହେ ବେବି’ ଓ ‘ହାଉସ୍‌ଫୁଲ୍‌’ ଭଳି ଅନେକ ଫିଲ୍ମ କରିଛନ୍ତି। ସେ ହେଉଛନ୍ତି  ଫିଲ୍ମ ନିର୍ମାତା ଓ କୋରିଓଗ୍ରାଫର ଫାର୍‌ହା ଖାନ୍‌ଙ୍କ ଭାଇ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe