/odisha-reporter/media/post_attachments/uploads/2016/09/salman1.jpg)
salman
ମୁମ୍ବାଇ: ପାକିସ୍ତାନରୁ ଭାରତ ଆସିଥିବା କଳାକାରମାନଙ୍କ ସହିତ ଆତଙ୍କବାଦୀ ଭଳି ବ୍ୟବହାର କରାଯିବା ଉଚିତ୍ ନୁହେଁ ବୋଲି କହିଛନ୍ତି ବଲିଉଡ୍ ସୁପରଷ୍ଟାର ସଲମାନ ଖାଁ। ଆତଙ୍କବାଦ ଓ କଳାକୁ ମିଶ୍ରଣ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।
Advertisment
ସଲମାନ କହିଛନ୍ତି,“ପାକିସ୍ତାନୀ କଳାକାରମାନେ ନିୟମ ଅନୁଯାୟୀ ଭିସା ନେଇ ଭାରତକୁ ଆସୁଛନ୍ତି। ଏଠାରେ କାମ କରିବାକୁ ସରକାର ସେମାନଙ୍କୁ ଅନୁମତି ଦେଉଛନ୍ତି।”
ଉରୀରେ ଆତଙ୍କବାଦୀ ହମ୍ଲା ପରେ ବଲିଉଡ୍ରେ କାମ କରୁଥିବା ପାକିସ୍ତାନୀ କଳାକାରଙ୍କୁ ଉପରେ ବିଭିନ୍ନ ଆଡୁ ଟାର୍ଗେଟ୍ କରାଯାଉଛି। ପାକିସ୍ତାନ କଳାକାରଙ୍କୁ ବଲିଉଡ୍ରୁ ଦୂରେଇ ରଖିବା ପାଇଁ ଇଣ୍ଡିଆନ୍ ମୋସନ୍ ପିକ୍ଚର ପ୍ରଡ୍ୟୁସରର୍ସ ଆସୋସିଏସନ୍ ଆଜି ଏକ ପ୍ରସ୍ତାବ ପାରିତ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
