ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଧମକ

ମୁମ୍ବାଇ: ଦିନକୁ ଦିନ ଅଧିକ ବିପଦପୂର୍ଣ୍ଣ ହୋଇ ପଡୁଛି ସୋଶାଲ ମିଡିଆ ପ୍ଲାଟଫର୍ମ । ପ୍ରତିଦିନ କିଏ ନା କିଏ ନାମୀଦାମୀ ବ୍ୟକ୍ତି ହୁଅନ୍ତି ଅବା ଅଭିନତା କିମ୍ବା ଅଭିନେତ୍ରୀ, ଟ୍ରୋଲ ଶିକାର ହେବାକୁ ପଡିଥାଏ । ନଚେତ ତାଙ୍କୁ କିମ୍ବା ତାଙ୍କ ପରିବାରଙ୍କୁ ଧମକ ମିଳିଥାଏ । ଏହି ଲିଷ୍ଟରେ ଏବେ ଆଉ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ସଲମା ଆଗାଙ୍କ ଝିଅଙ୍କ ନାଁ ଯୋଡି ହୋଇଯାଇଛି । ନିକଟରେ ସଲମା ଆଗାଙ୍କ ଝିଅ ତଥା ଅଭିନେତ୍ରୀ […]

rape-threat-to-zara-khan

rape-threat-to-zara-khan

Madhupriya Mistry
  • Published: Monday, 07 December 2020
  • Updated: 07 December 2020, 01:03 PM IST

Sports

Latest News

ମୁମ୍ବାଇ: ଦିନକୁ ଦିନ ଅଧିକ ବିପଦପୂର୍ଣ୍ଣ ହୋଇ ପଡୁଛି ସୋଶାଲ ମିଡିଆ ପ୍ଲାଟଫର୍ମ । ପ୍ରତିଦିନ କିଏ ନା କିଏ ନାମୀଦାମୀ ବ୍ୟକ୍ତି ହୁଅନ୍ତି ଅବା ଅଭିନତା କିମ୍ବା ଅଭିନେତ୍ରୀ, ଟ୍ରୋଲ ଶିକାର ହେବାକୁ ପଡିଥାଏ । ନଚେତ ତାଙ୍କୁ କିମ୍ବା ତାଙ୍କ ପରିବାରଙ୍କୁ ଧମକ ମିଳିଥାଏ । ଏହି ଲିଷ୍ଟରେ ଏବେ ଆଉ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ସଲମା ଆଗାଙ୍କ ଝିଅଙ୍କ ନାଁ ଯୋଡି ହୋଇଯାଇଛି ।

ନିକଟରେ ସଲମା ଆଗାଙ୍କ ଝିଅ ତଥା ଅଭିନେତ୍ରୀ ଜାରା ଖାନଙ୍କୁ ସୋଶାଲ ମିଡିଆରେ ଦୁଷ୍କର୍ମ ଧମକ ମିଳିଛି । ଏନେଇ ଜାରା ମୁମ୍ବାଇ ଓଶିୱାରା ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ପୁଲିସ ଧମକ ଦେଇଥିବା ବ୍ୟକ୍ତି ଜଣଙ୍କୁ ଚିହ୍ନଟ କରି ଗିରଫ କରିଛି ।

ପୁଲିସ ସୂଚନା ମୁତାବକ ଜେଣ ଯୁବତୀ ଯୁବକଙ୍କ ନାଁରେ ଫେକ ଆଇଡି ଜରିଆରେ ଜାରାଙ୍କୁ ଧମକ ଦେଇଥିବା ପୁଲିସ ସୂଚନା ଦେଇଛି। ଧମକ ଦେଇଥିବା ଯୁବତୀଙ୍କ ନାଁ ନୋରା ସରୱର ବୋଲି ଜଣାପଡିଛି । ୨୩ ବର୍ଷର ଏହି ଯୁବତୀ ଜଣକ ହାଇଦ୍ରାବାଦରେ ରହି ଏମବିଏ ପଢ଼ୁଛନ୍ତି । ତେବେ ସେ କାହିଁକି ଜାରାଙ୍କୁ ଦୁଷ୍କର୍ମ ଧମକ ଦେଉଥିଲେ ସ ନେଇ ପୁଲିସ ତଦନ୍ତ ଜାରି ରଖିଛି ।

ସୂଚନା ଯୋଗ୍ୟ ଯେ, ଜାରା ମଧ୍ୟ ୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ସଲମା ଆଗାଙ୍କ ଭଳି ଜେଣ ଅଭିନେତ୍ରୀ ଏବଂ ଗାୟିକା । ସେ ଔରଙ୍ଗଜେବ, ଦେଶୀ କଟ୍ଟେ ଏବଂ ଖୋଜ ଭଳି ବଲିଉଡ ଫିଲ୍ମରେ ନଜର ଆସିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos