ଟଙ୍କା ପାଇଁ ବାରଦୁଆର ବୁଲୁଛନ୍ତି ସଲ୍‌ମାନଙ୍କ ଏହି ହିରୋଇନ୍‌

ମୁମ୍ବାଇ: ସଲ୍‌ମାନ୍‌ ଖାନ୍‌ଙ୍କର ଜଣେ ହିରୋଇନ୍‌ ଏବେ ଟଙ୍କାଟିଏ ପାଇଁ ବାର ଦୁଆର ବୁଲୁଛନ୍ତି। ମୁଣ୍ଡ ଗୁଞ୍ଜିବା ପାଇଁ ପର ଘରେ ରହୁଛନ୍ତି। ଆଉ ଘରଭଡ଼ା ଦେଇ ନପାରିବାରୁ ସେଇ ଘରେ ବାସନ ମାଜିବାଠୁ ଆରମ୍ଭ କରି ସବୁ କାମ କରୁଛନ୍ତି। ଏସବୁରୁ ଫୁର୍‌ସତ ମିଳିଲେ କାମ ପାଇଁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ଯାଇ ନେହୁରା ହେଉଛନ୍ତି। ତାଙ୍କର ଗୋଟିଏ ଇଚ୍ଛା, ସେ ଥରୁଟିଏ ସଲ୍‌ମାନଙ୍କୁ ଭେଟି ତାଙ୍କୁ ଧନ୍ୟବାଦ ଜଣାଇବେ। ଦିନେ ଫିଲ୍ମ, ସିରିଏଲ୍‌ ସବୁଥିରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଏହି ହିରୋଇନ୍‌ଙ୍କ […]

salman

Biswobandita Swain
  • Published: Thursday, 12 December 2019
  • , Updated: 12 December 2019, 03:30 PM IST

ମୁମ୍ବାଇ: ସଲ୍‌ମାନ୍‌ ଖାନ୍‌ଙ୍କର ଜଣେ ହିରୋଇନ୍‌ ଏବେ ଟଙ୍କାଟିଏ ପାଇଁ ବାର ଦୁଆର ବୁଲୁଛନ୍ତି। ମୁଣ୍ଡ ଗୁଞ୍ଜିବା ପାଇଁ ପର ଘରେ ରହୁଛନ୍ତି। ଆଉ ଘରଭଡ଼ା ଦେଇ ନପାରିବାରୁ ସେଇ ଘରେ ବାସନ ମାଜିବାଠୁ ଆରମ୍ଭ କରି ସବୁ କାମ କରୁଛନ୍ତି। ଏସବୁରୁ ଫୁର୍‌ସତ ମିଳିଲେ କାମ ପାଇଁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ଯାଇ ନେହୁରା ହେଉଛନ୍ତି। ତାଙ୍କର ଗୋଟିଏ ଇଚ୍ଛାସେ ଥରୁଟିଏ ସଲ୍‌ମାନଙ୍କୁ ଭେଟି ତାଙ୍କୁ ଧନ୍ୟବାଦ ଜଣାଇବେ।

ଦିନେ ଫିଲ୍ମସିରିଏଲ୍‌ ସବୁଥିରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଏହି ହିରୋଇନ୍‌ଙ୍କ ଅବସ୍ଥା ହଠାତ୍ ଏମିତି ବଦଳି ଗଲା କେମିତି ? ମାୟାନଗରୀର ରଙ୍ଗୀନ୍‌ ଦୁନିଆରେ ନିଜର ଜଲୱା ଦେଖାଉଥିବା ଏହି ନାୟିକାଙ୍କର କ୍ୟାରିର୍‌ କେମିତି ଫିକା ପଡ଼ିଗଲା ?

ବର୍ତ୍ତମାନ ଜୀବନ ଓ ଜୀବିକା ସହ ସଂଘର୍ଷ କରୁଥିବା ଏହି ନାୟିକାଙ୍କ ନାଁ ପୂଜା ଡଡ୍‌ୱାଲ୍। ୧୯୯୫ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ବୀରଗତିରେ ସଲ୍‌ମାନ୍‌ ଖାନ୍‌ଙ୍କ ସହିତ ଅଭିନୟ କରିଥିଲେ ପୂଜା। କେବଳ ସଲ୍‌ମାନ୍‌ ନୁହଁନ୍ତି ଭୋଜପୁରୀ ଷ୍ଟାର୍ ରବି କିଶନ୍‌ଙ୍କ ସହିତ ବି ସେ ଅଭିନୟ କରିଛନ୍ତି। କେବଳ ଫିଲ୍ମ ନୁହେଁସିରିଏଲ୍‌ରେ ମଧ୍ୟ ସେ ଅଭିନୟ କରିଛନ୍ତି। କିନ୍ତୁ ଆଜି ତାଙ୍କ ଭାଗ୍ୟ ତାଙ୍କୁ ଏମିତି ଜାଗାରେ ଆଣି ଛିଡ଼ା କରିଛି ଯେ ତାଙ୍କୁ ସାହାରା ଦେବାକୁ କେହି ନାହାନ୍ତି, ନା ବଲିଉଡ୍‌ ନା ତାଙ୍କ ପରିବାର।

କିଛିଦିନ ତଳେ ପୂଜା ଡଡ୍‌ୱାଲ୍‌ଙ୍କ ଅସୁସ୍ଥ ହେବା ଖବର ଶୁଣିବାକୁ ମିଳିଥିଲା। ତାଙ୍କ ଅସୁସ୍ଥ ହେବାର ଫଟୋ ଓ ଭିଡିଓ ମଧ୍ୟ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା। ତାଙ୍କୁ ଟିବି ହୋଇଥିବା କାରଣରୁ ସେ ମୁମ୍ବାଇର ସେୱିରି ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପୂଜାଙ୍କ ଏଭଳି ଦୁଃସ୍ଥିତିରେ ତାଙ୍କ ପରିବାର ଲୋକ ମଧ୍ୟ ତାଙ୍କୁ ଏକା ଛାଡ଼ି ପଳାଇଯାଇଥିଲା। ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କାଟିଏ ବି ନଥିବାରୁ ସେ ସଲ୍‌ମାନ୍‌ ଖାନଙ୍କ ସାହାଯ୍ୟ ଲୋଡ଼ିଥିଲେ। ଏହି ଖବର ସଲ୍‌ମାନ୍‌ଙ୍କ ପାଖରେ ପହଞ୍ଚିବା ପରେ ସେ ତୁରନ୍ତ ସହାୟତାର ହାତ ବଢ଼ାଇଥିଲେ। ଫଳରେ ପୂଜାଙ୍କ ଚିକିତ୍ସା ଭଲ ଭାବରେ  ହୋଇପାରିଲା ଓ ସେ ସୁସ୍ଥ ହୋଇ ଫେରିଥିଲେ। ଭାଇଜାନ୍‌ଙ୍କ ପାଇଁ ପୂଜା ପୁଣିଥରେ ନୂଆ  ଜୀବନ ପାଇଥିବାରୁ ସେ ସଲ୍‌ମାନ୍‌ଙ୍କୁ ତାଙ୍କ ଭଗବାନ ବୋଲି ମାନନ୍ତି।

ତେବେ ଏତିକିରେ ବି ଏହି ହିରୋଇନ୍‌ଙ୍କ ବିପଦ ସରିନାହିଁ। ପୂଜା ଟିବି ଭଳି ରୋଗ ସହିତ ଲଢ଼ି ସିନା ବଞ୍ଚିଗଲେହେଲେ ଏବେ ପେଟ ପୋଷିବା ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ପର ଘରେ ବାସନ ମାଜିବା ସହିତ ସେମାନଙ୍କର ସବୁ କାମ ବି କରୁଛନ୍ତି। ଆଉ ନିଜ କ୍ୟାରିର୍‌ ପୁଣିଥରେ ଆରମ୍ଭ କରିବା ପାଇଁ କେଉଁ ନିର୍ଦ୍ଦେଶକ କିମ୍ବା ପ୍ରଯୋଜକଙ୍କ ଫୋନ୍‌ ଅପେକ୍ଷାରେ ଅଛନ୍ତି ସେ।

ବଲିଉଡ୍‌ ହିରୋଇନ୍‌ ହୋଇ କେଇ ମୁଠାଏ ଦାନା ପାଇଁ ପର ଘରେ ବାସନ ମାଜିବା କଥାକୁ ବେଳେ ବେଳେ ଭାବିଲେ ବହୁତ୍‌ ଡିପ୍ରେସନ୍‌କୁ ଚାଲିଯାଆନ୍ତି ପୂଜା। ବେଳେ ବେଳେ ଆତ୍ମହତ୍ୟା କରିଦେବାକୁ ଇଚ୍ଚା ହୁଏ ବୋଲି ପୂଜା କହନ୍ତି। କିନ୍ତୁ ପୁଣି ନିଜକୁ ବୁଝାଇ ଦିଅନ୍ତି। ସେ ଜୀବନଠୁ ଏତେ ଶୀଘ୍ର ହାରିବାକୁ ଚାହାଁନ୍ତି ନାହିଁ। ତେଣୁ ସେ ସଂଘର୍ଷ ଜାରି ରଖିଛନ୍ତି।

 

Related story