Advertisment

ସଲ୍‌ମାନ୍‌ ଓ ସନ୍ନି ନମ୍ବର ୱାନ୍

ମୁମ୍ବାଇ: ‘ୟାହୁ ଇଣ୍ଡିଆ’ର ‘ଇୟର୍‌ ଇନ୍‌ ରିଭ୍ୟୁ ୨୦୧୯ ଲିଷ୍ଟ୍‌’ ସାମ୍ନାକୁ ଆସିଛି। ଏଥିରେ ଇଣ୍ଟରନେଟ୍‌ରେ ସବୁଠୁ ଅଧିକ ସର୍ଚ୍ଚ ହୋଇଥିବା ବଲିଉଡ୍ ସେଲେବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି। ଆଉ ସେମାନେ ହେଲେ ବଲିଉଡ୍‌ର ‘ଦବଙ୍ଗ ଖାନ୍‌’ ସଲ୍‌ମାନ୍‌ ଓ ହଟ୍‌ ନାୟିକା ସନ୍ନି ଲିଓନ। https://www.instagram.com/p/B4-BppOgh5I/?utm_source=ig_web_copy_link ଏହି ତାଲିକା ଅନୁୟାୟୀ, ଚଳିତ ବର୍ଷ ଇଣ୍ଟର୍‌ନେଟ୍‌ରେ ସଲ୍‌ମାନ୍‌ ଓ ସନ୍ନିଙ୍କୁ ଲୋକମାନେ ସବୁଠୁ ଅଧିକ ଥର ସର୍ଚ୍ଚ କରିଛନ୍ତି। ପୁରୁଷ ସେଲେବ୍ରିଟିଙ୍କର କ୍ଷେତ୍ରରେ ସଲ୍‌ମାନ୍‌ଙ୍କ ପରେ ଏହି […]

ଅଦ୍ୟତନ ହୋଇଛି
ସଲ୍‌ମାନ୍‌ ଓ ସନ୍ନି ନମ୍ବର ୱାନ୍

salu-sunny

Advertisment

ମୁମ୍ବାଇ: ‘ୟାହୁ ଇଣ୍ଡିଆ’ର ‘ଇୟର୍‌ ଇନ୍‌ ରିଭ୍ୟୁ ୨୦୧୯ ଲିଷ୍ଟ୍‌’ ସାମ୍ନାକୁ ଆସିଛି। ଏଥିରେ ଇଣ୍ଟରନେଟ୍‌ରେ ସବୁଠୁ ଅଧିକ ସର୍ଚ୍ଚ ହୋଇଥିବା ବଲିଉଡ୍ ସେଲେବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି। ଆଉ ସେମାନେ ହେଲେ ବଲିଉଡ୍‌ର ‘ଦବଙ୍ଗ ଖାନ୍‌’ ସଲ୍‌ମାନ୍‌ ଓ ହଟ୍‌ ନାୟିକା ସନ୍ନି ଲିଓନ।

Advertisment

https://www.instagram.com/p/B4-BppOgh5I/?utm_source=ig_web_copy_link

ଏହି ତାଲିକା ଅନୁୟାୟୀ, ଚଳିତ ବର୍ଷ ଇଣ୍ଟର୍‌ନେଟ୍‌ରେ ସଲ୍‌ମାନ୍‌ ଓ ସନ୍ନିଙ୍କୁ ଲୋକମାନେ ସବୁଠୁ ଅଧିକ ଥର ସର୍ଚ୍ଚ କରିଛନ୍ତି। ପୁରୁଷ ସେଲେବ୍ରିଟିଙ୍କର କ୍ଷେତ୍ରରେ ସଲ୍‌ମାନ୍‌ଙ୍କ ପରେ ଏହି ତାଲିକାରେ ଦ୍ୱିତୀୟ ନମ୍ବରରେ ରହିଛନ୍ତି ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ। ସେହିପରି ତୃତୀୟ ନମ୍ବରରେ ଅକ୍ଷୟ କୁମାର ଅଛନ୍ତି। ଅନ୍ୟପକ୍ଷରେ ସନ୍ନି ଲିଓନ ୨୦୨୯ର ସବୁଠୁ ଅଧିକ ସର୍ଚ୍ଚ ହୋଇଥିବା ମହିଳା ସେଲେବ୍ରିଟିଙ୍କ ତାଲିକାରେ ନମ୍ବର ୱାନ୍‌ରେ ରହିଛନ୍ତି। ସେହିପରି ପ୍ରିୟଙ୍କା ଚୋପ୍ରା ଦ୍ୱିତୀୟ ସ୍ଥାନରେ ଥିବାବେଳେ ରାକ୍ଷୀ ସାୱନ୍ତ ତୃତୀୟ ଓ ଦୀପିକା ପାଦୁକୋନ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହା ପୂର୍ବଥର ମଧ୍ୟ ସନ୍ନି ଓ ସଲ୍‌ମାନ୍‌ ଏହି ତାଲିକାର ନମ୍ବର ୱାନ୍‌ରେ ଥିଲେ।

https://www.instagram.com/p/B4xGA_sB61m/?utm_source=ig_web_copy_link

ବଲିଉଡ୍‌ର ହ୍ୟାଣ୍ଡସମ୍‌ ହଙ୍କ୍ ହ୍ରିତିକ୍‌ ରୋଶନ ଚଳିତ ବର୍ଷର ଷ୍ଟାଇଲ୍‌ ଆଇକନ୍‌ ହୋଇଥିବାବେଳେ ନବାଗତା ଅଭିନେତ୍ରୀ ସାରା ଅଲୀ ଖାନ୍‌ ଲେଡି ଷ୍ଟାଇଲ୍‌ ଆଇକନ୍‌ର ଟାଇଟଲ୍‌ ପାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe