Advertisment

ଅନୁପ୍‌ ଜଲୋଟା ଓ ଜସ୍‌ଲୀନ୍‌ଙ୍କ ସମ୍ପର୍କର ସତ୍ୟତା ଖୋଜିବେ ସଲ୍‌ମାନ୍‌

ମୁମ୍ବାଇ: ପ୍ରସିଦ୍ଧ ଭଜନ ଗାୟକ ଅନୁପ୍‌ ଜଲୋଟା ଓ ଜସ୍‌ଲୀନ୍‌ ମଥାରୁ ସେମାନଙ୍କ ରିଲେସନ୍‌ଶିପ୍‌କୁ ନେଇ ‘ବିଗ୍‌ ବସ୍‌-୧୨’ର ପ୍ରଥମ ଦିନରୁ ଚର୍ଚ୍ଚାରେ ଅଛନ୍ତି। ଅନୁପ୍ ୬୫ ବର୍ଷରେ ପାଦ ଦେଇଥିବା ବେଳେ ତାଙ୍କଠାରୁ ୩୭ ବର୍ଷ ସାନ ଜସ୍‌ଲୀନ୍‌ଙ୍କ ସହ ତିନି ବର୍ଷ ହେଲା ରିଲେସନ୍‌ଶିପ୍‌ରେ ଥିବା ନେଇ ଜଣାପଡ଼ିବା ପରେ ଅନେକ ଲୋକ ତାଙ୍କୁ ସମାଲୋଚନା କରୁଛନ୍ତି। ତେବେ ଅନେକ ଏହା ସତ ବୋଲି ଭାବୁ ନାହାନ୍ତି। ହୁଏତ ସେମାନେ ଏହି ଶୋ’ ସମୟରେ […]

ଅଦ୍ୟତନ ହୋଇଛି
ଅନୁପ୍‌ ଜଲୋଟା ଓ ଜସ୍‌ଲୀନ୍‌ଙ୍କ ସମ୍ପର୍କର ସତ୍ୟତା ଖୋଜିବେ ସଲ୍‌ମାନ୍‌

anup4

Advertisment

ମୁମ୍ବାଇ: ପ୍ରସିଦ୍ଧ ଭଜନ ଗାୟକ ଅନୁପ୍‌ ଜଲୋଟା ଓ ଜସ୍‌ଲୀନ୍‌ ମଥାରୁ ସେମାନଙ୍କ ରିଲେସନ୍‌ଶିପ୍‌କୁ ନେଇ ‘ବିଗ୍‌ ବସ୍‌-୧୨’ର ପ୍ରଥମ ଦିନରୁ ଚର୍ଚ୍ଚାରେ ଅଛନ୍ତି।

Advertisment

ଅନୁପ୍ ୬୫ ବର୍ଷରେ ପାଦ ଦେଇଥିବା ବେଳେ ତାଙ୍କଠାରୁ ୩୭ ବର୍ଷ ସାନ ଜସ୍‌ଲୀନ୍‌ଙ୍କ ସହ ତିନି ବର୍ଷ ହେଲା ରିଲେସନ୍‌ଶିପ୍‌ରେ ଥିବା ନେଇ ଜଣାପଡ଼ିବା ପରେ ଅନେକ ଲୋକ ତାଙ୍କୁ ସମାଲୋଚନା କରୁଛନ୍ତି।

[caption id="attachment_278385" align="alignnone" width="750"]Untitled-3 image credit-News State[/caption]

Advertisment

ତେବେ ଅନେକ ଏହା ସତ ବୋଲି ଭାବୁ ନାହାନ୍ତି। ହୁଏତ ସେମାନେ ଏହି ଶୋ’ ସମୟରେ ଚର୍ଚ୍ଚାରେ ରହିବାକୁ ଏମିତି କରିଥାଇ ପାରନ୍ତି ବୋଲି ଭାବୁଛନ୍ତି। ଏହା ଅସମ୍ଭବ ମଧ୍ୟ ନୁହେଁ!

ଅନ୍ୟମାନଙ୍କ କଥା ଛାଡ଼ନ୍ତୁ, ଶୋ’ର ହୋଷ୍ଟ୍ ସଲମାନ୍ ଖାନ ବି ସେମାନଙ୍କ ସଂପର୍କକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ଏ କଥାକୁ ବିଶ୍ୱାସ କରିବେ ନା କରିବେନି ଜାଣି ପାରୁ ନାହାନ୍ତି। ଆଉ ସେଥିପାଇଁ ସେ ସତ ଜାଣିବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି।

ସେଥିପାଇଁ ସଲମାନ୍ ‘ବିଗ୍ ବସ୍-୧୨’ର କ୍ରିଏଟିଭ୍ ଟିମ୍‌ର ସାହାଯ୍ୟ ନେଇଛନ୍ତି। ସଲମାନ୍‌ ଶୋ’ର କ୍ରିଏଟିଭ୍‌ ଟିମ୍‌କୁ କହିଛନ୍ତି ଯେ ସେମାନେ ଏମିତି କିଛି କାର୍ଯ୍ୟକ୍ରମର ବ୍ୟବସ୍ଥା କରନ୍ତୁ, ଯେଉଁଥିରେ କେବଳ  ଅନୁପ ଜଲୋଟା ଓ ଜସ୍‌ଲୀନ୍‌ଙ୍କୁ ଏକାଠି ସମୟ ବିତାଇବାକୁ ସୁଯୋଗ ମିଳିବ।

[caption id="attachment_278386" align="alignnone" width="750"]anup2 image credit-NDTV Khabar[/caption]

ଏପରି କରି ସଲମାନ ଦେଖିବାକୁ ଚାହୁଁଛନ୍ତି ଯେ, ଆଖପାଖରେ କେହି ନଥିଲେ ସେମାନେ (ଅନୁପ୍ ଓ ଜସ୍‌ଲୀନ୍) କେମିତି ରିଆକ୍ଟ କରୁଛନ୍ତି।

ସଲମାନ୍‌ ଜାଣିବାକୁ ଚାହୁଁଛନ୍ତି ଯେ ସତରେ ସେମାନେ ପରସ୍ପରକୁ ଡେଟ୍‌ କରୁଛନ୍ତି ନା କେବଳ ‘ବିଗ୍‌ବସ୍‌’ରେ ଆସିବାକୁ ବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏମିତି ଫେକ୍‌ ରିଲେସନ୍‌ଶିପ୍‌ ଦେଖାଉଛନ୍ତି।

ଯଦି ସଲ୍‌ମାନ୍‌ ଦୁହିଁଙ୍କ ରିଲେଶନ୍‌କୁ ନେଇ କିଛି ରୁଚି ରଖୁଛନ୍ତି, ତା’ହେଲେ ଏହା ନିଶ୍ଚିତ ଯେ,  ଦର୍ଶକଙ୍କ ପାଇଁ ଏହା ଏକ ଡ୍ରାମା କ୍ରିଏଟ୍‌ କରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe