Advertisment

ଏଥର ଫାର୍ମହାଉସ୍‌ରେ ଜନ୍ମଦିନ ପାଳିବେନି ସଲ୍‌ମାନ୍‌

ମୁମ୍ବାଇ:  ଆଜି ହେଉଛି ବଲିଉଡ୍‌ର ‘ଦବଙ୍ଗ ଖାନ୍‌’ ସଲ୍‌ମାନ୍‌ଙ୍କ ଜନ୍ମଦିନ। ଆଜି ସେ ୫୪ ବର୍ଷରେ ପାଦ ଥାପିଛନ୍ତି। ପ୍ରତିବର୍ଷ ସଲ୍‌ମାନ୍‌ ନିଜର ଜନ୍ମଦିନକୁ ପନ୍‌ଭେଲ୍‌ସ୍ଥିତ ତାଙ୍କ ଫାର୍ମ ହାଉସ୍‌ରେ ପାଳନ କରନ୍ତି। ଏଥିରେ ତାଙ୍କ ପରିବାର ଲୋକେ ଓ କିଛି ନିକଟତର ବନ୍ଧୁ ମଧ୍ୟ ସାମିଲ ହୁଅନ୍ତୁ। ଏଥର କିନ୍ତୁ ସେ ନିଜ ପାର୍ଟି ପ୍ଲାନ୍‌ ବଦଳେଇ ଦେଇଛନ୍ତି। ସଲ୍‌ମାନ୍‌ ଏଥର ଫାର୍ମ ହାଉସ୍‌ ବଦଳରେ ତାଙ୍କ ଭାଇ ସୋହେଲ୍‌ ଖାନ୍‌ଙ୍କ ଘରେ ଜନ୍ମଦିନ ପାର୍ଟି […]

ଅଦ୍ୟତନ ହୋଇଛି
ଏଥର ଫାର୍ମହାଉସ୍‌ରେ ଜନ୍ମଦିନ ପାଳିବେନି ସଲ୍‌ମାନ୍‌

salman3

Advertisment

ମୁମ୍ବାଇ:  ଆଜି ହେଉଛି ବଲିଉଡ୍‌ର ‘ଦବଙ୍ଗ ଖାନ୍‌’ ସଲ୍‌ମାନ୍‌ଙ୍କ ଜନ୍ମଦିନ। ଆଜି ସେ ୫୪ ବର୍ଷରେ ପାଦ ଥାପିଛନ୍ତି। ପ୍ରତିବର୍ଷ ସଲ୍‌ମାନ୍‌ ନିଜର ଜନ୍ମଦିନକୁ ପନ୍‌ଭେଲ୍‌ସ୍ଥିତ ତାଙ୍କ ଫାର୍ମ ହାଉସ୍‌ରେ ପାଳନ କରନ୍ତି। ଏଥିରେ ତାଙ୍କ ପରିବାର ଲୋକେ ଓ କିଛି ନିକଟତର ବନ୍ଧୁ ମଧ୍ୟ ସାମିଲ ହୁଅନ୍ତୁ। ଏଥର କିନ୍ତୁ ସେ ନିଜ ପାର୍ଟି ପ୍ଲାନ୍‌ ବଦଳେଇ ଦେଇଛନ୍ତି। ସଲ୍‌ମାନ୍‌ ଏଥର ଫାର୍ମ ହାଉସ୍‌ ବଦଳରେ ତାଙ୍କ ଭାଇ ସୋହେଲ୍‌ ଖାନ୍‌ଙ୍କ ଘରେ ଜନ୍ମଦିନ ପାର୍ଟି ରଖିଛନ୍ତି।

Advertisment

https://www.instagram.com/p/B5u5IHhFNhZ/?utm_source=ig_web_copy_link

ଆଜି ଜନ୍ମଦିନରେ ସଲ୍‌ମାନ୍‌ ତାଙ୍କ ଭଉଣୀ ଅର୍ପିତାଙ୍କ ଠାରୁ ଏକ ବଡ଼ ଉପହାର ପାଇପାରନ୍ତି। ଗର୍ଭବତୀ ଥିବା ଅର୍ପିତା ଆଜି ପ୍ରସବ କରିପାରନ୍ତି। ସି-ସେକ୍ସନ୍ ବା ସିଜରିଆନ୍ ଡେଲିଭରୀ ପାଇଁ ଅର୍ପିତା ଆଜିର ଦିନଟିକୁ ହିଁ ବାଛିଛନ୍ତି। ଏଥିପାଇଁ ସେ ହସ୍‌ପିଟାଲ୍‌ରେ ଆଡ୍‌ମିଟ୍ ମଧ୍ୟ ହୋଇସାରିଛନ୍ତି। ଫଳରେ ମାମୁ ହେବେ ସଲ୍‌ମାନ୍‌। ଅର୍ପିତା ଆଡ୍‌ମିଟ୍‌ ହୋଇଥିବା ହସ୍ପିଟାଲ୍‌ ପାଖରେ ସୋହେଲ୍‌ଙ୍କ ଘର। ତେଣୁ ସଲ୍‌ମାନ୍‌ ସେଠାରେ ନିଜ ଜନ୍ମଦିନ ପାର୍ଟି ରଖିଛନ୍ତି।

publive-imageସଲ୍‌ମାନ୍‌ ତାଙ୍କ ଦୁଇ ଭଉଣୀ ଅର୍ପିତା ଓ ଅଲ୍‌ବୀରାଙ୍କୁ ବହୁ ଭଲ ପାଆନ୍ତି। ତେଣୁ କୁହାଯାଉଛି ଯେ ଅର୍ପିତାଙ୍କ ଡେଲିଭରୀ ସମୟରେ ସେ ହସ୍‌ପିଟାଲ୍‌ରେ ରହିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ଏଥର ଫାର୍ମହାଉସ୍‌ରେ ଜନ୍ମଦିନ ପାର୍ଟି ଆୟୋଜନ କରି ନାହାନ୍ତି। ଆହୁରି ବି କୁହାଯାଉଛି ଯେ ସଲ୍‌ମାନ୍‌ ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ତା’ ସହ ‘ବିଗ୍‌ ବସ୍’ର କାମ ଚାଲିଥିବାରୁ ତାଙ୍କ ପାଖରେ ଆଦୌ ସମୟ ନାହିଁ। ତେଣୁ ଏହା ମଧ୍ୟ ତାଙ୍କ ଜନ୍ମଦିନ ପ୍ଲାନ୍‌ ବଦଳିବାର ଏକ କାରଣ ହୋଇପାରେ।

Advertisment

publive-imageସୂଚନାଯୋଗ୍ୟ, ଅର୍ପିତା ନିଜ ସି-ସେକ୍ସନ୍ ଡେଲିଭରୀ ପାଇଁ ଆଜିର ଦିନକୁ ବାଛିବା ପଛରେ ଏକ ବଡ଼ କାରଣ ରହିଛି। ସେ ଚାହାନ୍ତି ତାଙ୍କ ଛୁଆ ଓ ସଲ୍‌ମାନ୍‌ ଏକାଦିନ ଏକାଠି ଜନ୍ମଦିନ ପାଳନ କରନ୍ତୁ।

ଆଜି ସଲ୍‌ମାନ୍‌ଙ୍କ ଜନ୍ମଦିନ ପାର୍ଟିରେ ବଲିଉଡ୍‌ରୁ ଶାହାରୁଖ ଖାନ୍‌, କ୍ୟାଟ୍ରିନା କୈଫ୍‌, ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡେଜ୍‌, ବରୁଣ ଓ ଡେଭିଜ୍‌ ଧୱନ୍, କବୀର ଖାନ୍‌ ଓ ତାଙ୍କ ପତ୍ନୀ ମିନି ମାଥୁର, ପ୍ରଭୁଦେବା, ସୋନାକ୍ଷୀ ସିହ୍ନା ଓ ସାଇ ମଞ୍ଜ୍ରେକର୍ ପ୍ରମୁଖ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe