Advertisment

ସଲ୍‌ମାନ୍‌ଙ୍କୁ କରୋନା ଭୟ: ବନ୍ଦ କଲେ ଶୁଟିଂ

ମୁମ୍ବାଇ: ସାରା ଦେଶରେ ଏବେ କରୋନା ଭାଇରସ୍‌ର ଭୟ। ଏହି ଆତଙ୍କରୁ ଫିଲ୍ମ ଇଣ୍ଡଷ୍ଟ୍ରି ବି ବର୍ତ୍ତିପାରିନାହିଁ। ଏହି ପ୍ରାଣଘାତୀ ରୋଗ ଭୟରେ ବହୁ ଫିଲ୍ମଷ୍ଟାର ନିଜର ଶୋ’ ଓ ଟୁର୍‌ କ୍ୟାନସ୍‌ଲ୍‌ କରିସାରିଲେଣି। ସବୁବେଳେ ବେପରୱା ରହୁଥିବା ଦବଙ୍ଗ ଖାନ୍ ବି କରୋନା ଭାଇରସ୍‌ ଭୟରେ ଆତଙ୍କିତ ହୋଇପଡ଼ିଛନ୍ତି। ସଲ୍‌ମାନ୍‌ ନିଜ ଅପକମିଂ ଫିଲ୍ମ ‘ରାଧେ : ୟୋର୍‌ ମୋଷ୍ଟ ୱାଣ୍ଟେଡ୍‌ ଭାଇ’ ଶୁଟିଂ ବନ୍ଦ କରିଦେଇଛନ୍ତି। https://www.instagram.com/p/B8IiCMslRHH/?utm_source=ig_web_copy_link ସୂଚନା ଅନୁଯାୟୀ, ସଲ୍‌ମାନ୍‌ଙ୍କ ଫିଲ୍ମ ‘ରାଧେ’ର […]

ସଲ୍‌ମାନ୍‌ଙ୍କୁ କରୋନା ଭୟ: ବନ୍ଦ କଲେ ଶୁଟିଂ

salman

Advertisment

ମୁମ୍ବାଇ: ସାରା ଦେଶରେ ଏବେ କରୋନା ଭାଇରସ୍‌ର ଭୟ। ଏହି ଆତଙ୍କରୁ ଫିଲ୍ମ ଇଣ୍ଡଷ୍ଟ୍ରି ବି ବର୍ତ୍ତିପାରିନାହିଁ। ଏହି ପ୍ରାଣଘାତୀ ରୋଗ ଭୟରେ ବହୁ ଫିଲ୍ମଷ୍ଟାର ନିଜର ଶୋ’ ଓ ଟୁର୍‌ କ୍ୟାନସ୍‌ଲ୍‌ କରିସାରିଲେଣି। ସବୁବେଳେ ବେପରୱା ରହୁଥିବା ଦବଙ୍ଗ ଖାନ୍ ବି କରୋନା ଭାଇରସ୍‌ ଭୟରେ ଆତଙ୍କିତ ହୋଇପଡ଼ିଛନ୍ତି। ସଲ୍‌ମାନ୍‌ ନିଜ ଅପକମିଂ ଫିଲ୍ମ ‘ରାଧେ : ୟୋର୍‌ ମୋଷ୍ଟ ୱାଣ୍ଟେଡ୍‌ ଭାଇ’ ଶୁଟିଂ ବନ୍ଦ କରିଦେଇଛନ୍ତି।

Advertisment

https://www.instagram.com/p/B8IiCMslRHH/?utm_source=ig_web_copy_link

ସୂଚନା ଅନୁଯାୟୀ, ସଲ୍‌ମାନ୍‌ଙ୍କ ଫିଲ୍ମ ‘ରାଧେ’ର କିଛି ଅଂଶ ଥାଇଲାଣ୍ଡରେ ଶୁଟିଂ ହେବାର ଥିଲା। ହେଲେ କରୋନା ଭାଇରସ୍‌ର ଭୟ ଯୋଗୁ ଏହି ଶୁଟିଂ ଉପରେ ରୋକ ଲଗାଇ ଦିଆଯାଇଛି। ଅବଶ୍ୟ ଏ ନେଇ ସଲ୍‌ମାନ୍ କି ତାଙ୍କ ଟିମ୍‌ କୌଣସି ଘୋଷଣା କରିନାହାଁନ୍ତି। ତେବେ ଶୁଣିବାକୁ ମିଳୁଛି ଯେ ଯେଉଁ ସିନ୍‌ଗୁଡ଼ିକ ଥାଇଲାଣ୍ଡରେ ଶୁଟ୍‌ ହେବାର ଥିଲା, ସେଗୁଡ଼ିକ ଏବେ ମୁମ୍ବାଇରେ ହିଁ ଶୁଟ୍‌ କରାଯିବ।  କିଛି ଦିନ ତଳେ ସଲ୍‌ମାନ୍ ନିଜର ଏକ ଫୋଟୋ ଶେଆର କରି କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ କିଛି ଟିପ୍ସ ଶେଆର କରିଥିଲେ। ଏଥିରେ ସେ ଜିମ୍‌ରେ ସର୍ଟ ଲେସ ହୋଇ ହାତ ଯୋଡ଼ି ନମସ୍କାର କରୁଥିବା ପୋଜ୍‌ରେ ନଜର ଆସିଥିଲେ।

https://www.instagram.com/p/B9VvxM1laKc/?utm_source=ig_web_copy_link

ଫଟୋ ଶେଆର କରି ସଲ୍‌ମାନ୍ ଲେଖିଥିଲେ, ‘ନମସ୍କାର, ଆମ ସଭ୍ୟତାରେ ନମସ୍କାର ଓ ସଲାମ୍‌ ଅଛି, ଯେବେ କରୋନା ଭାଇରସ୍ ଶେଷ ହୋଇଯିବ ସେତେବେଳେ ହାତ ମିଳାଇବେ ଓ ଆଲିଙ୍ଗନ କରିବେ।’ ସଲ୍‌ମାନଙ୍କ ପୂର୍ବରୁ ଅଭିନେତା ଅନୁପମ ଖେର୍‌ ମଧ୍ୟ କରୋନା ଭାଇରସ୍‌ରୁ ବଞ୍ଚିବା ପାଇଁ ସମସ୍ତଙ୍କୁ ନମସ୍କାର କହିବା ପାଇଁ ଉପଦେଶ ଦେଇଥିଲେ।

Advertisment

https://www.instagram.com/p/B4UUEFZlXmV/?utm_source=ig_web_copy_link

ସୂଚନାଯୋଗ୍ୟ, ‘ରାଧେ: ୟୋର୍‌ ମୋଷ୍ଟ ୱାଣ୍ଟେଡ୍‌ ଭାଇ’ ଫିଲ୍ମରେ ସଲ୍‌ମାନ୍‌ ଓ ଦିଶା ପଟାନି ଲିଡ୍‌ ରୋଲ୍‌ରେ ନଜର୍‌ ଆସିବେ। ନେଗେଟିଭ୍‌ ଚରିତ୍ରରେ ନଜର ଆସିବେ ରଣଦୀପ ହୁଡା। ଜ୍ୟାକି ଶ୍ରଫ୍‌ ଓ ଗୌତମ ଗୁଲାଟି ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମଟିକୁ ପ୍ରଭୂଦେବା ନିର୍ଦ୍ଦେଶନା ଦେଉଥିବାବେଳେ ସଲମାନ୍‌, ସୋହେଲ୍‌ ଖାନ୍‌ ଓ ଅତୁଲ ଅଗ୍ନିହୋତ୍ରୀ ମିଳିତ ଭାବେ ପ୍ରଯୋଜନା କରୁଛନ୍ତି। ‘ୱାଣ୍ଟେଡ୍’ ଓ ‘ଦବଙ୍ଗ-୩’ ପରେ ପ୍ରଭୂଦେବାଙ୍କର ସଲମାନଙ୍କ ସହ ଏହା ତୃତୀୟ ଫିଲ୍ମ। ଫିଲ୍ମଟି ୨୦୨୦ ମେ ୨୨ରେ ଇଦ୍‌ ଅବସରରେ ରିଲିଜ୍‌ ହେବ। ଏହି ଫିଲ୍ମକୁ ବକ୍ସ ଅଫିସରେ ଟକ୍କର ଦେବ ଅକ୍ଷୟଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe