Advertisment

ଲୋକଙ୍କୁ ଏଭଳି ସାହାଯ୍ୟ କରୁଛନ୍ତି ସଲମାନ୍: ଦେଖନ୍ତୁ ଭିଡିଓ

ମୁମ୍ବାଇ: ଦେଶରେ ଲକଡାଉନ୍ ଚାଲିଥିବାରୁ ବହୁତ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁକିଛି  ବନ୍ଦ ଥିବା ଯୋଗୁ ଲୋକେ ଖାଇବାକୁ ବି ପାଉ ନାହାଁନ୍ତି। ଏଭଳି ସମୟରେ ବିଭିନ୍ନ ବର୍ଗର ବହୁ ଲୋକ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏହି କ୍ରମରେ ଅଭିନେତା ସଲମାନ ଖାନ ମଧ୍ୟ ଅଛନ୍ତି। ସେ ଲକଡାଉନ ଯୋଗୁ ନିଜ ଫାର୍ମହାଉସରେ ଫସିରହିଥିବା ସତ୍ତ୍ୱେ ବି ଲୋକଙ୍କୁ ସାହାଯ୍ୟ କରିବା ଛାଡ଼ୁ ନାହାଁନ୍ତି। କିଛି ସମୟ ପୂର୍ବରୁ ସଲମାନଙ୍କ […]

author-image
Chinmayee Roy
ସଲ୍‌ମାନ୍‌ଙ୍କୁ କରୋନା ଭୟ: ବନ୍ଦ କଲେ ଶୁଟିଂ

salman

ମୁମ୍ବାଇ: ଦେଶରେ ଲକଡାଉନ୍ ଚାଲିଥିବାରୁ ବହୁତ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁକିଛି  ବନ୍ଦ ଥିବା ଯୋଗୁ ଲୋକେ ଖାଇବାକୁ ବି ପାଉ ନାହାଁନ୍ତି। ଏଭଳି ସମୟରେ ବିଭିନ୍ନ ବର୍ଗର ବହୁ ଲୋକ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏହି କ୍ରମରେ ଅଭିନେତା ସଲମାନ ଖାନ ମଧ୍ୟ ଅଛନ୍ତି। ସେ ଲକଡାଉନ ଯୋଗୁ ନିଜ ଫାର୍ମହାଉସରେ ଫସିରହିଥିବା ସତ୍ତ୍ୱେ ବି ଲୋକଙ୍କୁ ସାହାଯ୍ୟ କରିବା ଛାଡ଼ୁ ନାହାଁନ୍ତି। କିଛି ସମୟ ପୂର୍ବରୁ ସଲମାନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଅଭାବୀ ଗାଁ ଲୋକଙ୍କ ପାଇଁ ଶଗଡ଼, ଟ୍ରକ୍ ଏବଂ ଛୋଟ ଟେମ୍ପୋରେ ଭରପୂର ଖାଦ୍ୟ ସାମଗ୍ରୀ ପଠାଉଥିବା ଦେଖିବାକୁ ମିଳିଥିଲା। ଏବେ ସଲମାନ ପୁଣିଥରେ ସାହାଯ୍ୟର ହାତ ବଢ଼ାଇ ଚର୍ଚ୍ଚାରେ ଅଛନ୍ତି।

Advertisment

https://twitter.com/Iamrahulkanal/status/1257973113645445121?s=20

ସୂଚନା ଅନୁଯାୟୀ ‘ବିଙ୍ଗ୍ ହଙ୍ଗ୍ରୀ’ ନାମକ କିଛି ଖାଦ୍ୟ ଟ୍ରକ୍ ମୁମ୍ବାଇର ରାସ୍ତାରେ ବୁଲୁଛି। ଏହି ଟ୍ରକ ଅଭାବୀ ଲୋକଙ୍କୁ ଖାଦ୍ୟ ପ୍ୟାକେଟ୍ ପହଞ୍ଚାଉଛି। ଯେହେତୁ ‘ବିଙ୍ଗ୍ ହ୍ୟୁମାନ୍’ ସଲମାନ ଖାନଙ୍କ ବ୍ରାଣ୍ଡ, ତେଣୁ ଲୋକମାନେ ଏହି ଖାଦ୍ୟ ଟ୍ରକକୁ ଦେଖି ଜାଣିପାରିଛନ୍ତି ଯେ ଏହା ତାଙ୍କରି ଫୁଡ୍ ଟ୍ରକ ବୋଲି। ତେଣୁ ସୋଶାଲ୍ ମିଡିଆରେ ଲୋକମାନେ ସଲମାନଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି।

ସଲମାନ୍ ଦେଶର ଏଭଳି ପରିସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରିବା ଏହା ପ୍ରଥମ ଥର ନୁହେଁ। ଏହା ପୂର୍ବରୁ ସେ ୨୫ ହଜାର ଶ୍ରମିକଙ୍କ ଦାୟିତ୍ୱ ଗ୍ରହଣ କରିଥିଲେ। ସେମାନଙ୍କୁ ସେ ଆର୍ଥିକ ସହାୟତା କରିବା ସହ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମଧ୍ୟ ଲୋକଙ୍କ ଘରେ ପହଞ୍ଚାଯାଇଥିଲା  ଏହା ବ୍ୟତୀତ ସଲମାନ୍ କ୍ରମାଗତ ଭାବରେ ସୋଶାଲ୍ ମିଡିଆ ଜରିଆରେ ଲୋକଙ୍କୁ କରୋନା ଭାଇରସ୍ ପ୍ରତି ସତର୍କ କରାଉଛନ୍ତି।

Advertisment

https://www.instagram.com/tv/B_uyQapFeCQ/?utm_source=ig_web_copy_link

ସୂଚନାଯୋଗ୍ୟ, ସଲମାନ୍ ଆଗକୁ ‘ରାଧେ: ମୋଷ୍ଟ ୱାଣ୍ଟେଡ୍ ଭାଇ’ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ତାଙ୍କ ବ୍ୟତୀତ ରଣଦୀପ ହୁଡ଼ା, ଜ୍ୟାକି ଶ୍ରଫ ଓ ଦିଶା ପାଟନୀ ମଧ୍ୟ ନଜର ଆସିବେ। ଫିଲ୍ମଟି ‘ଇଦ୍’ ଅବସରରେ ରିଲିଜ୍ ହେବାର ଥିଲା। ହେଲେ ଲକ୍‌ଡାଉନ୍ ଯୋଗୁଁ ଏହା ସେଦିନ ରିଲିଜ୍ ନହୋଇପାରେ। କାରଣ ଫିଲ୍ମର ଶୁଟିଂ ବି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ।