Advertisment

ଗାଁ ଲୋକଙ୍କ ପାଇଁ ଖାଦ୍ୟ ସାମଗ୍ରୀ ପଠାଉଛନ୍ତି ସଲମାନ୍: ଦେଖନ୍ତୁ ଭିଡିଓ

ମୁମ୍ବାଇ: ‘କରୋନା’ ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀଙ୍କୁ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍ ତାରକା। ଏଥିମଧ୍ୟରେ ସୁପରଷ୍ଟାର ସଲମାନ ଖାନ ମଧ୍ୟ ସାମିଲ ଅଛନ୍ତି। ଏଭଳି ପରିସ୍ଥିତିରେ ସେ ଲଗାତାର ଅଭାବୀ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ବର୍ତ୍ତମାନ ସେ ତାଙ୍କ ଫାର୍ମ ହାଉସରେ ରହୁଛନ୍ତି। କିନ୍ତୁ ତା’ ସତ୍ତ୍ୱେ ସେ ଲୋକଙ୍କୁ ସାହାଯ୍ୟ କରିବାର ସୁଯୋଗ ଛାଡୁ ନାହାଁନ୍ତି। ବର୍ତ୍ତମାନ ସୋଶାଲ୍ ମିଡିଆରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି […]

ଅଦ୍ୟତନ ହୋଇଛି
୨୫ ହଜାର ଶ୍ରମିକଙ୍କ ଦାୟିତ୍ୱ ନେଲେ ସଲ୍‌ମାନ୍

salman

Advertisment

ମୁମ୍ବାଇ: ‘କରୋନା’ ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀଙ୍କୁ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍ ତାରକା। ଏଥିମଧ୍ୟରେ ସୁପରଷ୍ଟାର ସଲମାନ ଖାନ ମଧ୍ୟ ସାମିଲ ଅଛନ୍ତି। ଏଭଳି ପରିସ୍ଥିତିରେ ସେ ଲଗାତାର ଅଭାବୀ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ବର୍ତ୍ତମାନ ସେ ତାଙ୍କ ଫାର୍ମ ହାଉସରେ ରହୁଛନ୍ତି। କିନ୍ତୁ ତା’ ସତ୍ତ୍ୱେ ସେ ଲୋକଙ୍କୁ ସାହାଯ୍ୟ କରିବାର ସୁଯୋଗ ଛାଡୁ ନାହାଁନ୍ତି। ବର୍ତ୍ତମାନ ସୋଶାଲ୍ ମିଡିଆରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଅଭାବୀ ଲୋକଙ୍କ ପାଇଁ ଖାଦ୍ୟ ସାମଗ୍ରୀକୁ  ଟ୍ରକ୍, ଟ୍ରଲି ଓ ଶଗଡ଼ ଗାଡ଼ିରେ ଲୋଡ୍ କରି ବଣ୍ଟନ ପାଇଁ ପଠାଉଥିବା ଦେଖିବାକୁ ମିଳିଛି।

Advertisment

ସଲମାନ୍‌ଙ୍କୁ ଏହି କାର୍ଯ୍ୟରେ ତାଙ୍କ ପରିବାର ସଦସ୍ୟ ଏବଂ ଅନ୍ୟମାନେ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ବିଶେଷ କଥା ହେଉଛି, ଏହି ଭିଡିଓରେ ସଲମାନଙ୍କ ଗର୍ଲଫ୍ରେଣ୍ଡ ୟୁଲିଆ ଭାଣ୍ଟୁର ଓ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜ୍ ମଧ୍ୟ ଅଛନ୍ତି। ସଲମାନ୍‌ଙ୍କ ଏହି ଭିଡିଓ ସୋଶାଲ୍‌ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।

https://www.instagram.com/tv/B_uyQapFeCQ/?utm_source=ig_web_copy_link

ସଲମାନ୍ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ଭିଡିଓ ଶେଆର୍ କରିଛନ୍ତି। ସେ ଲେଖିଛନ୍ତି, ଆପଣମାନଙ୍କ ଅବଦାନ ପାଇଁ ଧନ୍ୟବାଦ। ସମସ୍ତଙ୍କୁ ଧନ୍ୟବାଦ। ତେବେ ଏହା ପ୍ରଥମ ଥର ନୁହେଁ, ଯେବେ ସଲମାନ ସାହାଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ ୨୫ ହଜାର ଶ୍ରମିକଙ୍କ ଦାୟିତ୍ୱ ନେଇଥିଲେ ଓ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇଥିଲେ। ଏଥିସହ ସେ ବହୁ ଲୋକଙ୍କ ଘରେ ଜରୁରୀ ଖାଦ୍ୟ ସାମଗ୍ରୀ ପହଞ୍ଚାଇଥିଲେ। ସେହିପରି ଫିଲ୍ମ ଇଣ୍ଡଷ୍ଟ୍ରିର ଜୁନିୟର ଆର୍ଟିଷ୍ଟମାନଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିଲେ।

Advertisment

ସୂଚନାଯୋଗ୍ୟ, ସଲମାନ୍ ଆଗକୁ ‘ରାଧେ: ତୁମର ମୋଷ୍ଟ ୱାଣ୍ଟେଡ୍ ଭାଇ’ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ତାଙ୍କ ବ୍ୟତୀତ ରଣଦୀପ ହୁଡ଼ା, ଜ୍ୟାକି ଶ୍ରଫ ଓ ଦିଶା ପାଟନୀ ମଧ୍ୟ ନଜର ଆସିବେ। ଫିଲ୍ମଟି ‘ଇଦ୍’ ଅବସରରେ ରିଲିଜ୍ ହେବାର ଥିଲା। ହେଲେ ଲକ୍‌ଡାଉନ୍ ଯୋଗୁଁ ଏହା ସେଦିନ ରିଲିଜ୍ ନହୋଇପାରେ। କାରଣ ଫିଲ୍ମର ଶୁଟିଂ ବି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe