/odisha-reporter/media/post_attachments/uploads/2015/12/salman.jpg)
salman
ମୁମ୍ୱାଇ: ୫୦ ବର୍ଷରେ ପାଦ ଦେଇଛନ୍ତି ଦବଙ୍ଗ୍ ଷ୍ଟାର୍ ସଲମାନ୍ ଖାଁ। କିନ୍ତୁ ସଲ୍ଲୁଙ୍କ କ୍ରେଜ୍ ଏବେବି କମିନି। ବୟସ ୫୦ ଛୁଇଁଲେ ବି ତାଙ୍କର ପ୍ରତିଟି ନୂଆ ଫିଲ୍ମ ଦର୍ଶକଙ୍କୁ ଦେଇଛି ନୂଆ ଟେଷ୍ଟ୍। ଆଉ ବକ୍ସ ଅଫିସରେ କରିଛି ନୂଆ ରେକର୍ଡ। ବୟସ ସହିତ ତାଳଦେଇ ବଢ଼ିଚାଲିଛି ଦବଙ୍ଗ୍ ଷ୍ଟାରଙ୍କ କ୍ରେଜ୍।
‘ବିୱି ହୋ ତୋ ଐସି’ରୁ କ୍ୟାରିଅର ଆରମ୍ଭ କରିଥିବା ସଲ୍ଲୁ ମିଆଁ ବଲିଉଡରେ ୨୫ରୁ ଅଧିକ ବର୍ଷ ବିତାଇ ସାରିଲେଣି। ଫ୍ଲପ୍ ହିଟର ଏକ୍ସପେରିମେଣ୍ଟ କରୁକରୁ ସଲମାନ୍ ବନି ଯାଇଛନ୍ତି ବଲିଉଡର ବ୍ୟାଙ୍କବେଲ୍ ଷ୍ଟାର୍। ଯାହାଙ୍କୁ ନେଇ ପ୍ରଡ୍ୟୁସର୍ କେବେ ବି ଆଶଙ୍କା ସୃଷ୍ଟି କରନ୍ତି ନାହିଁ। କାରଣ ଲଗାତାର୍ ସେ ଦେଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ବ୍ଲକ୍ ବ୍ଲଷ୍ଟର ହିଟ୍।
ଛୋଟ ପରଦାରେ ତାଙ୍କ ହୋଷ୍ଟିଂ ମଧ୍ୟ ଖୁବ୍ ହିଟ୍ ହୋଇଛି। ଚଳିତ ବର୍ଷ ଫ୍ୟାନଙ୍କୁ ‘ବଜରଙ୍ଗୀ ଭାଇଜାନ୍’ ଓ ‘ପ୍ରେମରତନ ଧନ ପାୟୋ’ ଭଳି ୨ଟି ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି ସଲମାନ୍। ଆଉ ଆସନ୍ତା ବର୍ଷ ରିଲିଜ୍ ହେବାକୁ ଥିବା ସୁଲତାନ କେବେ ପରଦାକୁ ଆସୁଛି ତାହାକୁ ହିଁ ଅପେକ୍ଷା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
