salman-and-ayush
ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ ଓ ତାଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ମଧ୍ୟରେ ଜୋରଦାର ଲେଢ଼ଇ । ରାସ୍ତା ମଛିରେ ଲାଗିଲେ ଝଗଡା । ସମସ୍ତ ଆଗରେ ଦୁହେଁ ପରସ୍ପର ଉପରକୁ ହାତ ଉଠାଇଛନ୍ତି । ଏହି ପୁରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି ।
ସଲମାନ ଏବଂ ଆୟୁଷଙ୍କ ମଧ୍ୟରେ ଝଗଡା ହେବାର ଦୃଶ୍ୟ ଦେଖିବାକୁ ମିଳିଛି ତାଙ୍କ ଅପକମିଂ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ’ର ରିଲିଜ ହୋଇଥିବା ଟିଜରରେ। ଏଥିରେ ଆୟୁଷ ଶର୍ମାଙ୍କ ନୂଆ ଲୁକ ଦେଖିବାକୁ ମିଳିଛି । ପୁରା ୬ ପ୍ୟାକ ଆବ୍ସରେ ନଜର ଆସିଛନ୍ତି ଆୟୁଷ । ସେହିପରି ସଲମାନ ମଧ୍ୟ କିଛି କମ ନୁହନ୍ତି । ତାଙ୍କର ମଧ୍ୟ ପୁରା ଦମଦାର ଲୁକ ରହିଛି ।
ଏହି ଟିଜରରେ ହାଟ ମଝିରେ ଦୁହେଁ ପରସ୍ପର ସହ ଲଢ଼େଇ କରୁଛନ୍ତି । ଫିଲ୍ମର ଟିଜରଟି ରିଲିଜ ହେବାର କିଛି ଘଂଟା ମଧ୍ୟରେ ହିଁ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ଦିନ ପୂର୍ବେ ଫିଲ୍ମ ‘ଅନ୍ତିମ’ର ଶୁଟିଂ ଆରମ୍ଭ ହୋଇଥିବା ବେଳେ ଏବେ ଏହାର ଟିଜର ରିଲିଜ ହେବା ଖବର ସମସ୍ତଙ୍କୁ ଚକିତ କରିଦେଇଛି ।
ମହେଶ ମଞ୍ଜରେକରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ ରୋଲରେ ସଲମାନ ଖାନ ଅଛନ୍ତି । ଏଥିରେ ତାଙ୍କୁ ଜଣେ ଶିଖ ପୁଲିସ ଭୂମିକାରେ ଦେଖିବାକୁ ମିଳିବ । ସେହିପରି ଆୟୁଷ ଶର୍ମା ଏଥିରେ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବେ । ଆସନ୍ତା ବର୍ଷ ଇଦ ଅବସରରେ ଫିଲ୍ମଟି ପରଦାକୁ ଆସିବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/salman-and-ayush.jpg)