Advertisment

ପ୍ରସିଦ୍ଧ ମରାଠୀ ଫିଲ୍ମର ରିମେକ୍‌ରେ ଆସିବେ ସଲମାନ୍-ଆୟୁଷ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ୍ ବଲିଉଡରେ ଅନେକ ନୂଆ ନୂଆ କଳାକାରଙ୍କୁ ବ୍ରେକ୍ ଦେଇଥିବା ସବୁ ସମୟରେ ଚର୍ଚ୍ଚାରେ ରହିଆସିଛି। ତାଙ୍କ ଯୋଗୁ ଆଜି ଅନେକ ସେଲିବ୍ରେଟି ଇଣ୍ଡଷ୍ଟ୍ରିରେ ବଡ଼ ନାଁ କମାଇ ପାରିଛନ୍ତି। ଏହି କ୍ରମରେ ସଲମାନ ତାଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ସ୍ୱାମୀ ଆୟୁଷ ଶର୍ମାଙ୍କୁ ମଧ୍ୟ ‘ଲଭାୟାତ୍ରୀ’ ଜରିଆରେ ବଲିଉରେ ଲଞ୍ଚ୍ କରିଥିଲେ। ଏବେ ସେ ପ୍ରଥମ ଥର ଆୟୁଷଙ୍କ ସହ ଏକ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। https://www.instagram.com/p/B-ju4Sgnkks/?utm_source=ig_web_copy_link ମିଳିଥିବା ସୂଚନା ଅନୁଯାୟୀ […]

ପ୍ରସିଦ୍ଧ ମରାଠୀ ଫିଲ୍ମର ରିମେକ୍‌ରେ ଆସିବେ ସଲମାନ୍-ଆୟୁଷ

salman

Advertisment

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ୍ ବଲିଉଡରେ ଅନେକ ନୂଆ ନୂଆ କଳାକାରଙ୍କୁ ବ୍ରେକ୍ ଦେଇଥିବା ସବୁ ସମୟରେ ଚର୍ଚ୍ଚାରେ ରହିଆସିଛି। ତାଙ୍କ ଯୋଗୁ ଆଜି ଅନେକ ସେଲିବ୍ରେଟି ଇଣ୍ଡଷ୍ଟ୍ରିରେ ବଡ଼ ନାଁ କମାଇ ପାରିଛନ୍ତି। ଏହି କ୍ରମରେ ସଲମାନ ତାଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ସ୍ୱାମୀ ଆୟୁଷ ଶର୍ମାଙ୍କୁ ମଧ୍ୟ ଲଭାୟାତ୍ରୀ ଜରିଆରେ ବଲିଉରେ ଲଞ୍ଚ୍ କରିଥିଲେ। ଏବେ ସେ ପ୍ରଥମ ଥର ଆୟୁଷଙ୍କ ସହ ଏକ ଫିଲ୍ମରେ କାମ କରିବାକୁ ଯାଉଛନ୍ତି।

https://www.instagram.com/p/B-ju4Sgnkks/?utm_source=ig_web_copy_link

ମିଳିଥିବା ସୂଚନା ଅନୁଯାୟୀ ସଲମାନ୍ ଓ ଆୟୁଷ ମରାଠୀ ଫିଲ୍ମ ମୁଲସି ପ୍ୟାଟର୍ନର ହିନ୍ଦୀ ରିମେକ୍ ଫିଲ୍ମରେ ଅଭିନୟ କରିବେ। ଏହି ଫିଲ୍ମର ନାଁ ଧାକ୍’ ରଖାଯାଇଛି। ଏଥିରେ ସଲମାନ୍ ଜଣେ ପୁଲିସ୍ ଭୂମିକାରେ ନଜର ଆସିବାକୁ ଥିବାବେଳେ ଆୟୁଷ ଶର୍ମା ଏହି ଫିଲ୍ମରେ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବେ। ନିର୍ମାତାମାନେ ଫିଲ୍ମର ରାଇଟ୍ସ ମଧ୍ୟ କିଣି ସାରିଛନ୍ତି। ତେବେ ସଲମାନଙ୍କ ପ୍ରଶଂସକମାନେ ଭାଇଜାନଙ୍କୁ ଫିଲ୍ମରେ ପୁଣିଥରେ ପୁଲିସ୍‌ ଭୂମିକାରେ ଦେଖିବାକୁ ପାଇବେ। ଏଥିସହ ଆୟୁଷ ଏବଂ ସଲମାନଙ୍କୁ ଏକାଠି ପରଦାରେ ଦେଖିବା ପାଇଁ ମଧ୍ୟ ଦର୍ଶକେ ବେଶ୍ ଉତ୍ସାହିତ ଅଛନ୍ତି।

https://www.instagram.com/p/B8vZH6dHIyL/?utm_source=ig_web_copy_link

ସୂଚନା ମୁତାବକଏହି ଫିଲ୍ମରେ ସଲମାନ୍‌ଙ୍କୁ ଜଣେ କଡ଼ା ମିଜାଜ୍‌ର ପୁଲିସ୍ ଇନ୍ସପେକ୍ଟର ଭୂମିକାରେ ନଜର ଆସିବେ। ଏଥିରେ ସଲମାନ୍‌ ଏବଂ ଆୟୁଷଙ୍କ ମଧ୍ୟରେ ଜବରଦସ୍ତ ଲଢ଼େଇ ଦେଖିବାକୁ ମିଳିବ। ଏହି ଫିଲ୍ମ ବ୍ୟତୀତ ଆୟୁଷଙ୍କୁ ସଲମାନ୍‌ଙ୍କ ସହ ଆଉ ଏକ ଫିଲ୍ମ କଭି ଇଦ୍ କଭି ଦିୱାଲି’ ରେ ମଧ୍ୟ ଦେଖିବାକୁ ମିଳିବ। ବର୍ତ୍ତମାନ ଆୟୁଷ ତାଙ୍କ ଫିଲ୍ମ କ୍ୱାଥାର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ କ୍ୟାଟ୍ରିନା କୈଫ୍‌ଙ୍କ ଭଉଣୀ ଇସାବେଲେ କୈଫ୍‌ ମଧ୍ୟ ଅଛନ୍ତି। ଫିଲ୍ମଟି ଚଳିତ ବର୍ଷ ରିଲିଜ୍ ହେବ। 

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe