Advertisment

କରୋନା ପାଇଁ ଆମେରିକା ଗସ୍ତ ରଦ୍ଦ କଲେ ସଲମାନ୍‌-ହ୍ରିତ୍ୱିକ୍‌

ମୁମ୍ୱାଇ : ମହାମାରୀ କରୋନା ଭାଇରସ୍‌ର ପ୍ରଭାବ ହଲିଉଡ୍ ତଥା ବଲିଉଡ୍‌ରେ ଦେଖିବାକୁ ମିଳିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସିନେମା ହଲ୍‌କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଫିଲ୍ମ ସୂର୍ଯ୍ୟବଂଶୀର ରିଲିଜ୍‌ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। କରୋନା ପ୍ରଭାବରୁ ନିଜକୁ ରକ୍ଷା କରିବା ପାଇଁ ସଲମାନ୍‌ ଖାନ୍‌ ତାଙ୍କ ଆମେରିକା ଓ କାନାଡ଼ା ଗସ୍ତ ରଦ୍ଦ କରିଛନ୍ତି। ଏପ୍ରିଲ ୩ ଓ ୧୨ […]

କରୋନା ପାଇଁ ଆମେରିକା ଗସ୍ତ ରଦ୍ଦ କଲେ ସଲମାନ୍‌-ହ୍ରିତ୍ୱିକ୍‌

salu

Advertisment

ମୁମ୍ୱାଇ : ମହାମାରୀ କରୋନା ଭାଇରସ୍‌ର ପ୍ରଭାବ ହଲିଉଡ୍ ତଥା ବଲିଉଡ୍‌ରେ ଦେଖିବାକୁ ମିଳିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସିନେମା ହଲ୍‌କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଫିଲ୍ମ ସୂର୍ଯ୍ୟବଂଶୀର ରିଲିଜ୍‌ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।

Advertisment

କରୋନା ପ୍ରଭାବରୁ ନିଜକୁ ରକ୍ଷା କରିବା ପାଇଁ ସଲମାନ୍‌ ଖାନ୍‌ ତାଙ୍କ ଆମେରିକା ଓ କାନାଡ଼ା ଗସ୍ତ ରଦ୍ଦ କରିଛନ୍ତି। ଏପ୍ରିଲ ୩ ଓ ୧୨ ତାରିଖରେ ସଲମାନ୍‌ଙ୍କର ଅଟଲାଣ୍ଟା, ନ୍ୟୁ ଜର୍ସି, ଡେଟ୍ରାଇଭ୍‌, ବୋଷ୍ଟନ୍, ଟୋରୋଣ୍ଟୋ, ଡଲାସ୍‌, ସେନ୍‌ ଜୋସ୍‌ ଓ ସିଏଲଟ୍‌ ସହରରେ କନସର୍ଟ ରହିଥିଲା।

କେବଳ ସଲମାନ୍‌ ଖାନ୍‌ ନୁହଁନ୍ତି, ହ୍ରିତ୍ୱିକ୍‌ ରୋଶନ୍‌ ମଧ୍ୟ କରୋନା ପାଇଁ ନିଜର ୯ ଦିନିଆ ଆମେରିକା ଗସ୍ତକୁ ରଦ୍ଧ କରିଛନ୍ତି। ୧୦ ଏପ୍ରିଲରୁ ହ୍ରିତ୍ୱିକ ଆମେରିକା ଗସ୍ତ କରିଥା’ନ୍ତେ। ସେଠାରେ ଥିବା ଚିକାଗୋ, ନ୍ୟୁ ଜର୍ସି, ୱାଶିଂଚନ୍‌, ସାନ୍‌ ଜୋସ୍‌, ଡଲାସ୍‌ ସହରରେ ତାଙ୍କର କାର୍ଯ୍ୟକ୍ରମ ରହିଥିଲା।

Advertisment

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସଲମାନ୍‌ କିମ୍ୱା ହ୍ରିତ୍ୱିକ୍‌ ଆମେରିକା ଗସ୍ତକୁ ନେଇ ନୂଆ ତାରିଖ ଘୋଷଣା କରିନାହାନ୍ତି।

ସୂଚନାଯୋଗ୍ୟ, ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଥିବା ବେଳେ ପ୍ରଥମ ମୃତ୍ୟୁ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି। ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe