salman
ମୁମ୍ବାଇ: ଖୁବଶୀଘ୍ର ବଲିଉଡ୍ ଲୋକପ୍ରିୟ ଅଭିନେତା ସଲମାନ ଖାନଙ୍କ ଏକ ନୂଆ ମ୍ୟୁଜିକ୍ ଆଲବମ୍ ଦେଖିବାକୁ ମିଳିବ। ଏହାର ଟିଜର୍ ବର୍ତ୍ତମାନ ରିଲିଜ୍ ହୋଇଯାଇଛି। ଆଉ ସବୁଠୁ ବିଶେଷ କଥା ହେଉଛି ଏହି ଗୀତକୁ ସଲମାନ୍ ନିଜେ ଗାଇଛନ୍ତି। ପୂର୍ବରୁ ମଧ୍ୟ ସେ ତାଙ୍କର କିଛି ଫିଲ୍ମରେ ଗୀତ ଗାଇଛନ୍ତି। ତେବେ ପୁଣି ଥରେ ସେ ନିଜ ପ୍ରଶଂସକଙ୍କ ପାଇଁ ଏକ ନୂଆ ଗୀତ ନେଇଆସିଛନ୍ତି। ଗୀତଟିର ନାଁ ହେଉଛି ‘ତେରେ ବିନା’।
https://www.instagram.com/p/B__2NjclF85/?utm_source=ig_web_copy_link
ମ୍ୟୁଜିକ୍ ଭିଡିଓର ଟିଜରରେ ସଲମାନ୍ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ନଜର ଆସିଛନ୍ତି। ଏଥିରେ ଦୁହିଁଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ସଲମାନ ଖାନଙ୍କ ସ୍ୱର ମଧ୍ୟ ବହୁତ ଭଲ ଶୁଣାଯାଉଛି। ଟିଜର ଦେଖିବା ପରେ ପୁରା ଗୀତ ଶୁଣିବାକୁ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି। ଗୀତଟିକୁ ନିଜେ ସଲମାନ୍ ଗାଇବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଗୀତଟିକୁ ଶବବୀର ଅହମ୍ମଦ ଲେଖିଛନ୍ତି ଏବଂ ଏହାର ସଙ୍ଗୀତ ଅଜୟ ଭାଟିଆ ଦେଇଛନ୍ତି। ମ୍ୟୁଜିକ ଭିଡିଓଟି ମେ 12ରେ ୟୁଟ୍ୟୁବରେ ଲଞ୍ଚ୍ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/salman.jpg)