Advertisment

ରିଲିଜ୍ ହେଲା ସଲମାନ୍-ଜ୍ୟାକଲିନଙ୍କ ନୂଆ ଗୀତ 'ତେରେ ବିନା'

ଲକଡାଉନ୍ ବେଳେ ସୁପରଷ୍ଟାର ସଲମାନ ଖାନ୍ ନିଜ ଫ୍ୟାନ୍ସଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ତାଙ୍କର ନୂଆ ମ୍ୟୁଜିକ୍ ଭିଡିଓ ‘ତେରେ ବିନ୍’ ରିଲିଜ୍ ହୋଇଯାଇଛି। ଏହା ଏକ ବହୁତ ରୋମାଣ୍ଟିକ ଟ୍ରାକ୍ ଯାହାକୁ ନିଜେ ଭାଇଜାନ୍ ଗାଇଛନ୍ତି। ଏହି ଗୀତରେ ସଲମାନଙ୍କ ସହ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ନଜର ଆସିଛନ୍ତି। ଏଥିରେ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି ରହିଛି, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। https://www.instagram.com/p/CACa1D8lZ2N/?utm_source=ig_web_copy_link ଏହି ମ୍ୟୁଜିକ ଭିଡିଓର ବିଶେଷତ୍ତ୍ୱ ହେଉଛି ଏହାକୁ ନିଜେ […]

ରିଲିଜ୍ ହେଲା ସଲମାନ୍-ଜ୍ୟାକଲିନଙ୍କ ନୂଆ ଗୀତ 'ତେରେ ବିନା'

salman

Advertisment

ଲକଡାଉନ୍ ବେଳେ ସୁପରଷ୍ଟାର ସଲମାନ ଖାନ୍ ନିଜ ଫ୍ୟାନ୍ସଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ତାଙ୍କର ନୂଆ ମ୍ୟୁଜିକ୍ ଭିଡିଓ ‘ତେରେ ବିନ୍’ ରିଲିଜ୍ ହୋଇଯାଇଛି। ଏହା ଏକ ବହୁତ ରୋମାଣ୍ଟିକ ଟ୍ରାକ୍ ଯାହାକୁ ନିଜେ ଭାଇଜାନ୍ ଗାଇଛନ୍ତି। ଏହି ଗୀତରେ ସଲମାନଙ୍କ ସହ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ନଜର ଆସିଛନ୍ତି। ଏଥିରେ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି ରହିଛି, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି।

Advertisment

https://www.instagram.com/p/CACa1D8lZ2N/?utm_source=ig_web_copy_link

ଏହି ମ୍ୟୁଜିକ ଭିଡିଓର ବିଶେଷତ୍ତ୍ୱ ହେଉଛି ଏହାକୁ ନିଜେ ସଲମାନ୍ ଗାଇବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଗୀତଟିକୁ ଶବ୍‌ବୀର ଅହମ୍ମଦ ଲେଖିଛନ୍ତି ଏବଂ ଏହାର ସଙ୍ଗୀତ ଅଜୟ ଭାଟିଆ ଦେଇଛନ୍ତି। ଏହି ପୁରା ଗୀତ ପାନଭେଲରେ ଥିବା ତାଙ୍କ ଫାର୍ମ ହାଉସରେ ସୁଟିଂ କରାଯାଇଛି। ଏହି ଭିଡିଓ ମାତ୍ର ୪ ଦିନ ମଧ୍ୟରେ ଶୁଟିଂ କରାଯାଇଥିଲା। ଲକଡାଉନ୍ ହେତୁ ସଲମାନ୍ ତାଙ୍କ ପାନଭେଲ ଫାର୍ମ ହାଉସରେ ଫସି ରହିଛନ୍ତି। ତାଙ୍କ ପରିବାରର କିଛି ଲୋକ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ଏହା ବ୍ୟତୀତ ସେଠାରେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ୟୁଲିଆ ଭାଣ୍ଟୋର ଓ ଜ୍ୟାକଲିନ୍ ମଧ୍ୟ ଉପସ୍ଥିତ ଅଛନ୍ତି।

ସଲମାନ୍ ସୋଶାଲ୍ ମିଡିଆରେ ଏହି ଭିଡିଓକୁ ଶେଆର୍ କରି ଲେଖିଛନ୍ତି, ମୁଁ ଏହି ଗୀତ ତିଆରି କଲି, ଗାଇଲି, ଶୁଟ୍ କଲି ଏବଂ ପୋଷ୍ଟ କଲି ଆପଣମାନଙ୍କ ପାଇଁ, ବର୍ତ୍ତମାନ ଆପଣ ବି ଏହି ଗୀତକୁ ଶୁଣନ୍ତୁ, ଘରେ ନିଜ ଷ୍ଟାଇଲରେ ଶୁଟ୍ କରନ୍ତୁ, ପୋଷ୍ଟ କରନ୍ତୁ, ଶୋଆର୍ କରନ୍ତୁ, ଟ୍ୟାଗ୍ କରନ୍ତୁ ଏବଂ ଏନଜୟ କରନ୍ତୁ।’

Advertisment

ଖାନଙ୍କ ଲୁକ ଠାରୁ ଆରମ୍ଭ କରି ତାଙ୍କ ସ୍ୱର ଓ ଜ୍ୟାକଲିନଙ୍କ ସହ ତାଙ୍କ ରୋମାଣ୍ଟିକ କେମେଷ୍ଟ୍ରି ସବୁକିଛି ଦର୍ଶକଙ୍କ ହୃୟ ଜିତୁଛି। ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି।  ସଲମାନଙ୍କ ପ୍ରଶଂସକ ମାନେ ଏଥିରେ ବହୁତ ଭଲ ଭଲ କମେଣ୍ଟ ମଧ୍ୟ କରୁଛନ୍ତି। ତେବେ ସଲମାନଙ୍କ ଅନୁଯାୟୀ ଏହା ହେଉଛି ଆଜିପର୍ଯ୍ୟନ୍ତର ତାଙ୍କର ସବୁଠୁ ଶସ୍ତା ପ୍ରଡକ୍ଶନ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe